Thursday, July 2, 2026 03:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାଇକମାଟିରେ ପାଣ୍ଡିଆନ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ

by Our Correspondent
10 Jan, 2024- 09:52 PM
in Latest News, News
1 min read
0
ପାଇକମାଟିରେ ପାଣ୍ଡିଆନ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ

ଭୁବନେଶ୍ୱର: ଧାମନଗର, ଅନୁଗୁଳ ପରେ ଆଜି ନୟାଗଡ଼ର ରଣପୁରରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ୍ । ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡ ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ସମାଲୋଚନାର ସେ ଜବାବ ଦେଇଛନ୍ତି । ସତସାହାସ ଥିଲେ ତାଙ୍କ ଦଳ ଆଗାମୀ ନିର୍ବାଚନୀ ଇସ୍ତାହାରରେ ଏହି ଯୋଜନା ବନ୍ଦ କରିବା ଲାଗି ଘୋଷଣା କରିବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ବିଏସକେୱାଇ କାର୍ଡର ଉପଯୋଗିତା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତଥ୍ୟ ରଖିଥିଲେ ।

ଶ୍ରୀ ପାଣ୍ଡିଆନ୍ ଆଜି ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଗସ୍ତ କରିଥିଲେ । ପ୍ରଥମେ ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ସେ କହିଥିଲେ, କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର । ଏହାର କୌଣସି ବିକଳ୍ପ ନାହିଁ । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ଆଇଏଏସ୍ ମହିଳା ବ୍ୟାଚମେଣ୍ଟ ଙ୍କ ସଫଳତା ଓ ସଂଘର୍ଷର କାହାଣୀ କହିଥିଲେ । ରାଜସ୍ଥାନର ଏକ ନିପଟ ମଫସଲରୁ ଆସିଥିବା ଏହି ମହିଳା କଲେଜ ନ ଯାଇ ବି କଠିନ ପରିଶ୍ରମ ବଳରେ ଆଇଏଏସ୍ ଟପ୍ପର୍ ହୋଇଥିଲେ ।

ଏହାପରେ ସେ ଚିଲିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଣପୁରର ମା ଭଗବତୀଙ୍କ ପୀଠରେ ପହଞ୍ଚି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ମା ଭଗବତୀଙ୍କ ଦର୍ଶନ ସହ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ୫-ଟି ଅଧ୍ୟକ୍ଷଙ୍କୁ ଭଗବତୀ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସ୍ୱାଗତ କରିଥିଲେ । ସେଠାରୁ ତାଙ୍କୁ ଏକ ବିରାଟ ପଟୁଆରରେ ପଲଟଣ ପଡ଼ିଆ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ସାଂସଦ ଶ୍ରୀ ମଙ୍ଗରାଜଙ୍କ ସମେତ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ପ୍ରମୁଖ ସ୍ୱାଗତ କରିଥିଲେ । ଶ୍ରୀ ପାଣ୍ଡିଆନଙ୍କୁ ପାଇକଙ୍କ ପ୍ରତୀକ ଏକ ଢ଼ାଲ, ଖଣ୍ଡା ଓ ଶିରୋପା ଦେଇଥିଲେ ଶ୍ରୀ ମଙ୍ଗରାଜ ।

ସେଠାରେ ଆୟୋଜିତ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ଚିଲିକା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ହିସାବ ଦେଇଥିଲେ । ଗତ ୪ ମାସରେ ଏହି ନିର୍ବାଚନମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ୯୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ମା ଭଗବତୀଙ୍କ ମନ୍ଦିରର ରୂପାନ୍ତରଣ ଲାଗି ୩୩ କୋଟି, ଚନ୍ଦନେଶ୍ୱର ଶିବ ମନ୍ଦିରର ଉନ୍ନତି ପାଇଁ ଦେଢ଼କୋଟି, ବାଣପୁରର ଗୋଦାବରୀଶ କଲେଜର ଉନ୍ନତି ପାଇଁ ୨ କୋଟି ୨୫ ଲକ୍ଷ, ବାଲୁଗାଁ କଲେଜର ଉନ୍ନତି ପାଇଁ ଦେଢ଼କୋଟି ଅନୁଦାନ ଦିଆଯାଇଛି । ବାଣପୁର ଏନଏସି ଅନ୍ତର୍ଭୁକ୍ତ ଡ୍ରେନ ଓ ରାସ୍ତା ପାଇଁ ୨୬ କୋଟି ଟଙ୍କାର ଆକଳନ ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଥିଲେ ।

ଏହାପରେ ନୟାଗଡ଼ର ରଣପୁରଠାରେ ଆୟୋଜିତ ସଭାରେ ସେ ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ସରକାରଙ୍କ ଅନୁଦାନ ହିସାବ ଦେସଇଥିଲେ । ଗତ ୪ ମାସରେ ମୁଖ୍ୟମନ୍ତ୍ରୀ ଏଠାକୁ ୮୦ କୋଟଇ ଟଙ୍କା ମଂଜୁର କରିଛନ୍ତି । ୧୧୫ଟି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ପାଇଁ ୧୦ କୋଟି ୧୫ ଲକ୍ଷ, ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ଲାଗି ୪ କୋଟି ୬୦ ଲକ୍ଷ, ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ୩ କୋଟି, ତଳ ମଣିନାଗ ମନ୍ଦିର ପାଇଁ ୨ କୋଟି, ଶରଣକୂଳର ଲଢ଼ୁବାବା ମନ୍ଦିର ପାଇଁ ୫ କୋଟି, ରାଜସୁନାଖଳା କଲେଜର ରୂପାନ୍ତରଣ ପାଇଁ ୧ କୋଟି ଏବଂ ରଣପୁର ଡିଗ୍ରୀ କଲେଜ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବା କହିଥିଲେ ।

Previous Post

ନୟାଗଡ଼ ଏମଭିଆଇଙ୍କର ଦୁଇଟି କୋଠା, ୩୧ ପ୍ଲଟ୍

Next Post

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ

Next Post
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA