Tuesday, April 21, 2026 10:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୟାଗଡ଼ ଏମଭିଆଇଙ୍କର ଦୁଇଟି କୋଠା, ୩୧ ପ୍ଲଟ୍

by Our Correspondent
09 Jan, 2024- 08:20 PM
in Latest News, News
1 min read
0
ନୟାଗଡ଼ ଏମଭିଆଇଙ୍କର ଦୁଇଟି କୋଠା, ୩୧ ପ୍ଲଟ୍

ଭୁବନେଶ୍ୱର: ନିରୀହ ଆଖି ଆଉ ସରଳ ଚେହେରା ଦିଶୁଥିବା ଏହି ସରକାରୀ ବାବୁଜଣଙ୍କ ସମ୍ପତ୍ତି ଆହରଣ କଳାରେ କିନ୍ତୁ ବେଶ୍ ପ୍ରବୀଣ । ଭୁବନେଶ୍ୱରରେ ଦୁଇ ଦୁଇଟି କୋଠା ସାଙ୍ଗକୁ ୩୧ ଟି ପ୍ଲଟ୍ ପକେଇଛନ୍ତି । ତାହାପୁଣି ରାଜଧାନୀର ପ୍ରମୁଖ ଅଞ୍ଚଳରେ । ସେଥିରେ ୧୦ ଟି ବେନାମୀ ପ୍ଲଟ୍ ମଧ୍ୟ ରହିଛି । ଖାଲି ସେତିକି ନୁହେଁ, ବ୍ୟାଙ୍କ ଓ ଇନସୁରାନ୍ସରେ ୭୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ୧୫ ଲକ୍ଷ ଟଙ୍କାର ଟଙ୍କାର ଗହଣାଗାଣ୍ଠି କରିଛନ୍ତି । ୫୦ ଲକ୍ଷରୁ ଅଧିକ ଟଙ୍କା ଦେଇ ପୁଅକୁ ମେଡିକାଲ୍ ପାଠ ପଢ଼ଉଛନ୍ତି ।

ଆଜି ଭିଜିଲାନସ୍ ହାବୁଡ଼ରେ ପଡ଼ିଥିବା ଏହି ବାବୁ ହେଉଛନ୍ତି ନୟାଗଡ ଏମଭିଆଇ(ମୋଟର ଭେଇକିଲ୍ ଇନସପେକ୍ଟର) ପଞ୍ଚାନ ଓରଫ୍ ପଞ୍ଚୁ ବେହେରା । ରାଜଧାନୀର ସ୍ଥାୟୀ ବାସିନ୍ଦା ପାଲଟିଥିବା ଏହି ବାବୁଙ୍କର ପୈତୃକ ଗାଁ ହେଉଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବାଲିଆପଡ଼ା ।

ପଞ୍ଚୁବାବୁ ବେଆଇନ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ଭିଜିଲାନସ୍ ହାତରେ ଲାଗିବା ପରେ ଆଜି ସକାଳୁ ସକାଳୁ ତାଙ୍କ ଘର ଓ ଅଫିସ୍ ଉପରେ ଚଢ଼ଉ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ନୟାଗଡ଼ ଏବଂ କଟକର ୭ଟି ଜାଗାରେ ଏହି ଚଢ଼ଉରେ ସାମିଲ ଥିଲେ ୬ ଜଣ ଡିଏସପି, ୩ ଜଣ ଇନସପେକ୍ଟର, ୮ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ।

ଆଜି ଦିନରେ ଠାବ ହୋଇଥିବା ତାଙ୍କ ସମ୍ପତ୍ତି ତାଲିକା ଜାରି କରିଛି ଭିଜିଲାନସ୍ ବିଭାଗ । ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ତାଙ୍କର ଅଛି ୩ ହଜାର ବର୍ଗଫୁଟ ଜାଗାରେ ଦୁଇ ମହଲାର କୋଠା, ଭୁବନେଶ୍ୱର ପାଣ୍ଡରାସ୍ଥିତ ସତ୍ୟ ବିହାରରେ ୨୪୦୦ ବର୍ଗଫୁଟ ଜାଗାରେ ଏକ ମହଲା କୋଠା, ଭୁବନେଶ୍ୱରର ପ୍ରମୁଖ ଅଞ୍ଚଳରେ ୩୧ ଟି ପ୍ଲଟ୍ । ଯେଉଁଥିରେ ଅଛି ୧୦ଟି ବେନାମୀ ପ୍ଲଟ୍ ।

କେବଳ ପଥରଗାଡ଼ିଆ ମୌଜାରେ ଅଛି ୧୭ଟି ପ୍ଲଟ୍ । ଚନ୍ଦ୍ରଶେଖରପୁର, ଦାରୁଠେଙ୍ଗ, ଶାମପୁର, ପାଣ୍ଡରା, ରଘୁନାଥପୁର ପ୍ରଭୃତି ଜାଗାରେ ମଧ୍ୟ ତାଙ୍କର ପ୍ଲଟ୍ ।

୪ଟି ଚାରି ଚକିଆ ଗାଡ଼ି ତାଙ୍କର । ସେଗୁଡ଼ିକ ହେଉଛି ମାରୁତି ସୁଜୁକି କାର୍, ଫୋର୍ଡ ଫିଗୋ କାର୍, ଚେଭରୋଲେଟ ଡିଏସଏଲ କାର୍ ଏବଂ ଅଶୋକ ଲେଲ୍ୟାଣ୍ଡ ପିକ-ଅପ୍ । ହେଲେ ସବୁଯାକ ବେନାମୀ ଗାଡ଼ି । ଗୋଟିଏ ଦୁଇ ଚକିଆ ଯାନ ବି ରହିଛି ।

ବିଭିନ୍ନ ବ୍ୟାଙ୍କ ଓ ଇନସୁରାନ୍ସରେ ୭୨.୮୦ ଲକ୍ଷ ଟଙ୍କା ଜମା ରଖିଛନ୍ତି । ଘରେ ଦାମୀ ଆସବାବପତ୍ର ରହିଛି । ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ ସାମଗ୍ରୀ ଠାବ ହୋଇଛି । ପଞ୍ଚୁ ବାବୁ ତାଙ୍କ ପୁଅକୁ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ମେଡ଼ିକାଲ୍ ପଢ଼ଉଛନ୍ତି । ସେ ବାବଦରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଅନୁସନ୍ଧାନ ଜାରି ରହିଥିବାରୁ ଆହୁରି ଅଧିକ ସମ୍ପତ୍ତି ମିଳିପାରେ ବୋଲି ସୂଚନା ମିଳିଛି ।

ଜଣେ ଏମଭିଆଙ୍କର ଏହି ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି । ତାଙ୍କର ସେଭଳି ପୈତୃକ ସମ୍ପତ୍ତି କିମ୍ବା ପରିବାରର କୌଣସି ବ୍ୟବସାୟର ସନ୍ଧାନ ମିଳି ନ ଥିବାରୁ ଦୁର୍ନୀତି ଉପାୟରେ ସେ ଏହି ସବୁ ସମ୍ପତ୍ତି ଅର୍ଜିଥିବା ଅନୁମାନ କରାଯାଉଛି ।

 

Previous Post

ଆକାଶପଥରେ ଯୋଡ଼ିହେଲା ମାଲକାନଗିରି

Next Post

ପାଇକମାଟିରେ ପାଣ୍ଡିଆନ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ

Next Post
ପାଇକମାଟିରେ ପାଣ୍ଡିଆନ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ

ପାଇକମାଟିରେ ପାଣ୍ଡିଆନ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଜବାବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA