Tuesday, May 13, 2025 01:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୁରୀ ହେବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ: ପାଣ୍ଡିଆନ୍

'୫୦୦ ବର୍ଷରେ ଯାହା ହୋଇନଥିଲା ୩ ବର୍ଷରେ ହୋଇଛି'

by Our Correspondent
04 Feb, 2024- 08:37 PM
in Latest News, News
1 min read
0
ପୁରୀ ହେବ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ: ପାଣ୍ଡିଆନ୍

ଭୁବନେଶ୍ୱର: ‘ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରୟାସ ଜାରି ରହିଛି । ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି । ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି । ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା: ପାଣ୍ଡିଆନ୍

ପୁରୀ ଜିଲ୍ଲା ସାରା ରାଜ୍ୟର ହେବ ଅର୍ଥନୈତିକ ମେରୁଦଣ୍ଡ। ବିଶ୍ୱର ଐତିହ୍ୟ ସହର ହେବ ପୁରୀ। ପୁରୀ ସହରକୁ ବାଦ ଦେଇ ପୁରୀ ଜିଲ୍ଲା ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଲକ୍ଷ୍ୟ ପୂରଣ ଲାଗି ଆହୁରି ଲମ୍ବା ବାଟ ଯିବାର ଅଛି। ପୁରୀ ତାଳବଣିଆଠାରେ ଆଜି ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ହେବ। ରାଜଧାନୀ ଭୁବନେଶ୍ୱର-ପୁରୀ ଆଠ ଲେନ୍ ରାସ୍ତା ହେବ। କଟକ-ପୁରୀ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପୁରୀ ପର୍ୟ୍ୟନ୍ତ ସମ୍ପ୍ରସାରଣ ହେବ। ୫୦୦ ବର୍ଷ ଧରି ଯେଉଁ କାମ ହୋଇନଥିଲା ତାହା ୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା ପୁରୀ ବାସୀ ଏବଂ ଶ୍ରୀମନ୍ଦିରର ସେବାୟତଙ୍କ ତ୍ୟାଗକୁ ସମ୍ମାନ କରିବା ସହ ଧନ୍ୟବାଦ ପ୍ରଦାନ କରିଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି । ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ଲାନ ରହିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି ।

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ସେ କହିଛନ୍ତି, ୫୦୦ ବର୍ଷରେ ଯେଉଁ କାମ ହୋଇନଥିଲା ସେହି କାମକୁ ମୁଖ୍ୟମନ୍ତ୍ରୀ ୩ ବର୍ଷରେ ସାରିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବଦ ନେଇ ସାହସର ସହ କାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ରାଜା ମହାରାଜାଙ୍କଠାରୁ ଆରମ୍ଭ କରି ବ୍ରିଟିଶ ଅମଳରେ ଅନେକ ଜିଲ୍ଲାପାଳ ଏହି କାମ କରିବାକୁ ଚାହିଁଥିଲେ ମଧ୍ୟ ବିଫଳ ହୋଇଥିଲେ । ଏପରିକି ଅତୀତରେ ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ପୂର୍ବରୁ ଏହି କାମ କରିବାକୁ ଚେଷ୍ଟା କରି ଫେଲ ମାରିଥିଲେ।

ପରିକ୍ରମା ପ୍ରକଳ୍ପ ପରିକଳ୍ପନା ସମୟର କିଛି ଘଟଣାବଳୀ ଉପସ୍ଥାପନ କରିଥିଲେ କାର୍ତ୍ତିକ ପାଣ୍ଡିଆନ । କିଭଳି ପରିକ୍ରମା ପ୍ରକଳ୍ପ ଏକ ସମ୍ବେଦନଶୀଳ ପ୍ରସଂଗ ଥିଲା ଓ ତାକୁ ନେଇ ବହୁ ଲୋକ ବିଭିନ୍ନ ଆଶା ଆଶଂକା ପ୍ରକାଶ କରୁଥିଲେ । ତେବେ କୌଣସି ଆଶଂକାକୁ ଭୃକ୍ଷେପ ନକରି ମୁଖ୍ୟମନ୍ତ୍ରୀ ଆଗକୁ ବଢିଥିଲେ । ପରିକ୍ରମା ପ୍ରକଳ୍ପ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାତ ମାରିବା ରିସ୍କ ବୋଲି ସମସ୍ତେ ପରାମର୍ଶ ଦେଇଥିଲେ । ତେବେ ଏହି ରିସ୍କ ନେବା ପାଇଁ ପ୍ରସ୍ତୁତ ହୋଇଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ ହାତ ମାରିବା ଲାଗି ଅନେକ ଲୋକ ବାରଣ କରିଥିଲେ । ସାମାନ୍ୟ ତ୍ରୁଟି ହେଲେ ସରକାର ଭାଂଗିଯିବାର ଆଶଂକା ରହିଛି ବୋଲି ସତର୍କ କରିଦେଇଥିଲେ । ବିଜୁ ଜନତା ଦଳ ବୁଡିଯିବ ବୋଲି ମଧ୍ୟ କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ କହିଲେ, ସେ ମହାପ୍ରଭୁଙ୍କର କାମ କରିବେ। ମହାପ୍ରଭୁଙ୍କର କାମ କରିକି ଦେଖାଇବେ। ଓଡିଶାବାସୀଙ୍କ ଯାହା ଦରକାର ତାହା କରିବେ। ତାଙ୍କର କହିବା କଥା ଥିଲା ଚୌକି ନୁହଁ, ଜନତାଙ୍କ ସହିତ ତାଙ୍କର ସମ୍ପର୍କ। ଲୋକମାନେ ଯାହା ଚାହିଁବେ ତାଙ୍କ ପାଇଁ କରିବାର ଅଛି। ପୁରୀରେ ଯେଉଁ କାମ ହୋଇଛି ଆଗାମୀ ୨ ହଜାର ବର୍ଷ ପର୍ଯ୍ୟନ୍ତ କାମ ଦରକାର ନାହି ବୋଲି କହିଥିଲେ ୫-ଟି ଅଧ୍ୟକ୍ଷ ।

ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରୟାସ ଜାରି ରହିଛି । ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି । ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି । ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା।

ନିର୍ବାଚନ ଜିତିବାକୁ ମୁଖ୍ୟମନ୍ତ୍ରୀ ଏ କାମ କରୁନାହାନ୍ତି। ଲୋକଙ୍କ ପାଁଇ କାମ କରୁଛନ୍ତି, ଓଡ଼ିଶାବାସୀଙ୍କ ପାଇଁ କରୁଛନ୍ତି। ଲୋକେ ଯାହା ଚାହିଁବେ ମୁଖ୍ୟମନ୍ତ୍ରୀ ତାହା କରିକି ଦେଖାଇବେ। ମୁଖ୍ୟମନ୍ତ୍ରୀ କଥା କମ କାମ ବେଶୀ କରନ୍ତି। ପୁରୀ ଜିଲ୍ଲାର ୨ ନିର୍ବାଚନମଣ୍ଡଳୀ ପୁରୀ ସଦର ଓ ବ୍ରହ୍ମଗିରିବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ପାଣ୍ଡିଆନ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ସମସ୍ତେ ଏକାଠି ହୋଇ ଲଢିବା। ଯେଉମାନେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି ଆଶୀର୍ବାଦ ଦେବେ। ଏକାଠି ଲଢିଲେ ପାଖକୁ କିଏ ଆସିପାରିବେନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ପୁରୀ ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ଆରମ୍ଭ ହେବ। ପ୍ରତି ପଞ୍ଚାଯତରେ ଆମ ବ୍ୟାଙ୍କ ସେବା ଆରମ୍ଭ ହେବ। ସବୁ ପ୍ରକାର ଭତ୍ତା ବଢାଇବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ବିଏସକେଵାଇ ନବୀନ କାର୍ଡର ଲାଭ ନେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଗ୍ୟାରେଣ୍ଟି ଉନ୍ନତ ଚିକିତ୍ସା ସେବାର ସୁବିଧା ପାଇବେ ଲୋକେ। ଧନୀ ଲୋକ ଯେଉଁ ହସ୍ପିଟାଲକୁ ଯିବେ ଗରିବ ଲୋକ ବି ସେହି ହସ୍ପିଟାଲକୁ ଯିବେ। ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି ମୁଖ୍ୟମନ୍ତ୍ରୀ। ସବୁ ନିର୍ବାଚନମଣ୍ଡଳୀରେ ଶଙ୍ଖ ଛିହ୍ନ ଛଡା ଆଉ କିଛି ଚିହ୍ନ ଦେଖିବାନି । ମୁଖ୍ୟମନ୍ତ୍ରୀ ଆପଣ ସମସ୍ତଙ୍କୁ ପରିବାର ଭାବି ଦିନରାତି ଖଟୁଛନ୍ତି। ଆପଣ ମଧ୍ୟ ତାଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଗତ ଅଗଷ୍ଟ ମାସରେ ଶ୍ରୀ ପାଣ୍ଡିଆନ୍ ପୁରୀ ଗସ୍ତ କରିଥିଲେ। ଏହି ୬ ମାସରେ ପୁରୀ ଜିଲ୍ଲା ପାଇଁ ୩୧୦ କୋଟି ମଂଜୁର ହୋଇଛି। ପୁରୀ ସଦର, କଣାସ, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦରେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଲାଗି ୨୦ କୋଟି ମଂଜୁର ହୋଇଛି। ପିପିଲିରେ ବିଦ୍ୟୁତ ସମସ୍ୟାର ସମାଧାନ ହୋଇଛି। ସେହିପରି ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଲାଗି ଅର୍ଥ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ସିରୁଳି ମହାବୀର ମନ୍ଦିର ଲାଗି ୬ କୋଟି ୨ ଲକ୍ଷ, ନିମାପଡ଼ା ସୋମନାଥ ମନ୍ଦିର ଲାଗି ୫ କୋଟି, ଦାଣ୍ଡମୁକୁନ୍ଦପୁରର ଗୋପୀନାଥ ମନ୍ଦିର ଲାଗି ୨ କୋଟି, କୃଷ୍ଣପ୍ରସାଦର ସମଲେଶ୍ୱର ମନ୍ଦିର ଲାଗି ୨ କୋଟି ୨୫ ଲକ୍ଷ ମଂଜୁର ହୋଇଛି। ଜଟେଶ୍ୱର ମନ୍ଦିର ଲାଗି ୧ କୋଟି ୪୦ ଲକ୍ଷ, ଡେଲାଙ୍ଗର ଉନ୍ନତିଲାଗି ୧ କୋଟି, ସତ୍ୟବାଦୀ ଷ୍ଟାଡିୟମ ଲାଗି ୧ କୋଟି, କଣାସ ଷ୍ଟାଡିୟମ ଲାଗି ୧ କୋଟି, କଣାସର ମଙ୍ଗଳା ମନ୍ଦିର ଲାଗି ୫୦ ଲକ୍ଷ, କଣାସ ବୈଦ୍ୟନାଥ ମନ୍ଦିର ଲାଗି ୫୦ ଲକ୍ଷ, ଡେଲାଙ୍ଗ ଦାରୁବ୍ରହ୍ମ ମଠ ଲାଗି ୧ କୋଟି, ବରାଳ ବାଲୁଙ୍କେଶ୍ୱର ମନ୍ଦିର ଲାଗି ୯୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ନିମାପଡା ଓ କାକଟପୁର ଅଞ୍ଚଳର ପାନଚାଷୀଙ୍କ ସମସ୍ୟାର ହେବ ସମାଧାନ ହେବ। ୨୩ ହଜାର ପାନଚାଷୀ ରହିଛନ୍ତି । ପାନ ଚାଷୀଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ କରାଯିବ। ପ୍ରତି ପାନଚାଷୀ ୟୁନିଟକୁ ଅଢେଇ ହଜାର ଟଙ୍କା ପ୍ରଦାନ କରାୟିବ। ଏଥିରୁ ୪ ହଜାର ପାନଚାଷୀ ଲାଭ ପାଇବେ। କାକଟପୁରରେ ପଟ୍ଟା ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିମୁଣ୍ଡା ଓ ବେଲଦଳରେ ପଟା ପ୍ରଦାନ ଆରମ୍ଭ ହୋଇଛି। ସମସ୍ତ ଜମି ପଟ୍ଟା ସମସ୍ୟା ସମାଧାନ ନେଇ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ।

Previous Post

ଜେଏନୟୁରେ ହେବ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର

Next Post

‘ଓଡ଼ିଆକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର’

Next Post
‘ଓଡ଼ିଆକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର’

'ଓଡ଼ିଆକୁ ବିକଶିତ କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA