ଭୁବନେଶ୍ୱର: ‘ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳ କରିବା ପାଇଁ ପ୍ରୟାସ ଜାରି ରହିଛି । ଏବେ ଏହି କାମ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ମନ୍ଦିରରୁ ଏହି କାମ ଆରମ୍ଭ ହୋଇଛି । ଆହୁରି ବହୁତ ଲମ୍ବା ବାଟ ଯିବାର ଅଛି। ବହୁତ ଲୋକ ଚେଷ୍ଟା କରିଥିଲେ କାମରେ ପ୍ରତିବନ୍ଧକ ସୃଷ୍ଟି କରି ଏହାକୁ ବନ୍ଦ କରିବା ଲାଗି । ଏ କାମ ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ନାଁ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିଯିବ ବୋଲି କାମ କରାଇଦେବାକୁ ଚାହୁଁନଥିବା ଲୋକଙ୍କ ଧାରଣା। କାମକୁ କେମିତି ହେଲେ ବନ୍ଦ କରିବାକୁ ଚକ୍ରାନ୍ତ ହୋଇଥିଲା: ପାଣ୍ଡିଆନ୍







