Monday, June 29, 2026 03:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଇଦିନିଆ ଭଦ୍ରକ ଗସ୍ତ ସାରିଲେ ପାଣ୍ଡିଆନ୍

ନିର୍ମାଣାଧୀନ ସବୁ ପ୍ରକଳ୍ପ ନୂଆବର୍ଷ ପୂର୍ବରୁ ସାରିବାକୁ ନିର୍ଦ୍ଦେଶ

by Our Correspondent
12 Jun, 2023- 08:13 PM
in Latest News, News
1 min read
0
ଦୁଇଦିନିଆ ଭଦ୍ରକ ଗସ୍ତ ସାରିଲେ ପାଣ୍ଡିଆନ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଆଜି ପ୍ରଥମେ ଚାନ୍ଦବାଲି ବ୍ଲକ କୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଜନସାଧାରଣ ଓ ବିଭିନ୍ନ ସଂଗଠନ ର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କୌଣସି ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବବୋଲି କହିଥିଲେ । ତିନିତର ଘାଟ ବ୍ରିଜର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । 

ଚାନ୍ଦବାଲି, ଧାମନଗର, ତିହିଡି ଓ ବାସୁଦେବପୁର ଚାରିଟି ବ୍ଲକର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ସହରାଞ୍ଚଳପାଇଁ ମଧ୍ୟ ଏହିଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଇ ଦିଆଯିବାପାଇଁ ପଦକ୍ଷେପ ନିଆଯିବବୋଲି ପ୍ରକାଶ କରିଥିଲେ ।

ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ସାଢେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ ମଡେଲ ବସ ସ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଆମ ହସ୍ପିଟାଲ ଯୋଜନାରେ ବାସୁଦେବପୁର ସି.ଏଚ.ସି ର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରି ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାପାଇଁ କହିଥିଲେ । ଡାକ୍ତରଖାନାର ୱାର୍ଡ ବୁଲି ରୋଗୀ, ଡାକ୍ତର ଓ ନର୍ସମାନଙ୍କସହ ମତ ବିନିମୟ କରିଥିଲେ ।

ବି.ସି.ସି.ୟୁ.ବି.ବି ହାଇ ସ୍କୁଲ ପଡିଆ, ମନ୍ଦାରୀରେ ପହଞ୍ଚି ଶ୍ରୀ ପାଣ୍ଡିଆନ ତୃତୀୟ ଦଫାର ହାଇ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତ୍ତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡିଆ, ଶୌଚାଶଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କସହ ମତ ବିନିମୟ କରିଥିଲେ ।

ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର୍ଯ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସୃତି ସ୍ତମ୍ଭ ଓ ଶହୀଦ ସୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସୃତି ପୀଠର ଉନ୍ନତି କାମ ସମୀକ୍ଷା କରିଥିଲେ । ଇରମକୁ ଓଡିଶାର ଅଗ୍ରଗଣ୍ୟ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ କରାଯିବାନେଇ ଘୋଷଣା କରିଥିଲେ । ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର୍ଯ୍ୟ କରିବାକୁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ତାପରେ ଧାମନଗର ସି.ଏଚ.ସି କୁ ଯାଇ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିକରଣ କାର୍ଯ୍ୟ ସମୀକ୍ଷା କରିଥିଲେ । ପରେ ପରେ ନିର୍ମାଣଧିନ ସମନ୍ୱିତ ଭିତ୍ତିଭୂମି ପ୍ରତିଷ୍ଠାନ (ଆଇ.ଆଇ.ସି) ପରିଦର୍ଶନକରି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ସେଠାରେ ଜନସାଧାରଣ ଓ ସଂଗଠନମାନଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ । ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଠା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମପୀଠର ଉଚ୍ଚକୋଟିର ରୂପାନ୍ତରିକରଣ କରାଯିବାନେଇ ମଧ୍ୟ ଘୋଷଣା କରିଥିଲେ ।

ଗତକାଲି ଶ୍ରୀ ପାଣ୍ଡିଆନ କେନ୍ଦୁଝର ଗସ୍ତ ଶେଷ କରି ଭଦ୍ରକରେ ପହଞ୍ଚି ଥିଲେ । ସେଠାରେ ସେ ଷ୍ଟାଡିୟମ ର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଷ୍ଟାଡିୟମର ଉନ୍ନତି ପାଇଁ ଥିବା ଯୋଜନା ବିଷୟ ଗୁଡିକୁ ଜିଲ୍ଲାପାଳ ଅବଗତ କରାଇବା ପରେ ଶ୍ରୀ ପାଣ୍ଡିଆନ ଭଲ କ୍ରିକେଟ ଗ୍ରାଉଣ୍ଡ ପାଇଁ ଫ୍ଲଡ ଲାଇଟ ର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ବ୍ୟାଡମିଣ୍ଟନ , ଭଲିବଲ , ବାସ୍କେଟବଲ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ ।

ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଜିଲ୍ଲା ର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ ଆସିଥିବା ଦୁଇ ହଜାର ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଙ୍କ ସହ ମତ ବିନିମୟ କରିଥିଲେ । ୫-ଟି ଉପକ୍ରମ ରେ ବିଦ୍ୟାଳୟ ମାନଙ୍କ ରୂପାନ୍ତରଣ ଭଳି ଆଗାମୀ ଦିନ ରେ ମହାବିଦ୍ୟାଳୟ ମାନଙ୍କ ର ରୂପାନ୍ତରକରଣ ରେ ସ୍ମାର୍ଟ କ୍ଳାସ , ଇ-ଲାଇବ୍ରେରୀ ,ଶୌଚାଳୟ ଇତ୍ୟାଦି କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁର କାରିଥିବାର ବୋଲି ଘୋଷଣା କରିଥିଲେ ।

ଗେଲପୁର ନିକଟ ରେ ନୂତନ ଭାବେ କାର୍ଯ୍ୟକାରୀ ହେବାକୁଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସମ୍ପୂର୍ଣ ହୋଇ ଆସୁଥିବା ନିର୍ମାଣ କାର୍ଯ ର ସମୀକ୍ଷା କରିବା ସହିତ ମାତୃ -ଶିଶୁ ଯତ୍ନ ଡାକ୍ତରଖାନା ନିକଟ ରେ ଆରମ୍ଭ ହୋଇଥିବା ଚିକିତ୍ସା ବ୍ୟବସ୍ତା ସମ୍ବନ୍ଧ ରେ ପଚାରି ବୁଝିଥିଲେ | ରୋଗୀ ଓ ଡାକ୍ତର ମାନଙ୍କ ସହ ମତ ବିନିମୟ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନସମାବେଶରେ ଯୋଗଦେଇ ବିଭିନ୍ନ ସଂଗଠନ ଓ ଜନସାଧାରଣଙ୍କଠାରୁ ଅଭିଯୋଗ ଗ୍ରହଣ କରିଥିଲେ ।

ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠୁ ବଡ ଅଦଦାନ ଏବଂ ଧାମରାଠାରେ ଶିଳ୍ପ ପ୍ରାର୍କ, ଧାମନଗର ଛକଠାରେ ଟେକ୍ସଟାଇଲ ପ୍ରକଳ୍ପପାଇଁ ପ୍ରତିଷ୍ଠା ଚାଲିଛି । ତାହା ଦିନେ କେବଳ ଭଦ୍ରକ ନୁହେଁ ସାରା ରାଜ୍ୟ ଅର୍ଥନୀତିପାଇଁ ପ୍ରଭାବ ହେବବୋଲି ପ୍ରକାଶ କରିଥିଲେ । ଆନନ୍ଦପୁର ବ୍ୟାରେଜ ପାଇଁ ଅକ୍ଟେବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସିବ । ନାଜର ନାଳ ପାଇଁ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ମଧ୍ୟ ସୂଚନା ଦେଇଥିଲେ ।

ପ୍ରଥମ ଦିନ ର ଗସ୍ତ ର ଶେଷ କାର୍ଯକ୍ରମ ମା ଭଦ୍ରକାଳୀ ମନ୍ଦିର କୁ ଗସ୍ତ କରି ମା ଙ୍କୁ ଦର୍ଶନ କରିବା ସହିତ ପୂଜା ଅର୍ଚନା କରିଥିଲେ । ମନ୍ଦିର ର ସୌନ୍ଦର୍ଯ୍ୟକରଣ ପାଇଁ ନିଆ ଯାଇଥିବା ଓ ନିଆ ଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧ ରେ ସମୀକ୍ଷା କରିଥିଲେ । ମନ୍ଦିର ଫେଜ -୧ କାମ ସମାପ୍ତ ହୋଇଥିବା ରୁ ଖୁସି ବ୍ୟକ୍ତ କରିଥିଲେ । ଏବଂ ଫେଜ-୨ ପାଇଁ ସବିଶେଷ ପ୍ରକଳ୍ପ ରିପୋର୍ଟ ତିଆରି କରି ଅବିଳମ୍ବେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ମା ଭଦ୍ରକାଳୀ ମନ୍ଦିର କୁ ଭଦ୍ରକ ସହର ରୁ ଯିବା ପାଇଁ ଉପଯୁକ୍ତ ରୁଟ୍ କୁ ଜିଲ୍ଲାପାଳ ଚିହ୍ନଟ କରି ସୁପାରିଶ କଲେ ସେହି ରାସ୍ତା ର ଉନ୍ନତିକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।

Previous Post

ଡ୍ରାଇଭରଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୪ ଲକ୍ଷ

Next Post

ପ୍ରବଳ ଗରମ ସାଙ୍ଗକୁ ବିଜୁଳି ଦାଉରେ ଲୋକେ କଲବଲ

Next Post
ପ୍ରବଳ ଗରମ ସାଙ୍ଗକୁ ବିଜୁଳି ଦାଉରେ ଲୋକେ କଲବଲ

ପ୍ରବଳ ଗରମ ସାଙ୍ଗକୁ ବିଜୁଳି ଦାଉରେ ଲୋକେ କଲବଲ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA