Saturday, April 25, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରବଳ ଗରମ ସାଙ୍ଗକୁ ବିଜୁଳି ଦାଉରେ ଲୋକେ କଲବଲ

ବିଜୁଳି ସମସ୍ୟାର ତୁରନ୍ତ ସମାଧାନ କର: ମୁଖ୍ୟ ଶାସନ ସଚିବ

by Our Correspondent
12 Jun, 2023- 10:59 PM
in Latest News, News
1 min read
0
ପ୍ରବଳ ଗରମ ସାଙ୍ଗକୁ ବିଜୁଳି ଦାଉରେ ଲୋକେ କଲବଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ଲହରୀ । ଆଜି ସମ୍ବଲପୁରରେ ତାପମାତ୍ରା ୪୬ ଡିଗ୍ରୀ ଡେଇଁଛି । ଭୁବନେଶ୍ୱର ତାପମାତ୍ରା ୪୪.୩ ଡିଗ୍ରୀରେ ପହଞ୍ଚିଛି । ଉତ୍ତରରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ସବୁଆଡ଼େ ତାପମାତ୍ରା ରେକର୍ଡ ଭାଙ୍ଗିଲାଣି । ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ଆଉ ଏତିକିବେଳେ ଲୋକଙ୍କ ପାଇଁ ଅଧିକ ଦାଉ ସାଜିଛି ବିଜୁଳି । ସବୁଆଡ଼େ ପାୱାର୍ କଟ୍ । ଶକ୍ତିମନ୍ତ୍ରୀଙ୍କ ଭାଷାରେ ପାୱାର୍ ଟ୍ରିପ୍ । ବିନା ପବନରେ ଘଣ୍ଟା ଘଣ୍ଟା ଧରି ବିଜୁଳି ଚାଲିଯାଉଛି । ଗାଁ ଗହଳି କଥା ଛାଡ଼ନ୍ତୁ । ଖୋଦ୍ ରାଜଧାନୀବାସୀ ବିଜୁଳି ଯନ୍ତ୍ରଣାରେ କଲବଲ ହେଉଛନ୍ତି । ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା ପାୱାର୍ ଲୋକଙ୍କ ପାଇଁ ଯମଦୂତ ସଦୃଶ ହୋଇଛି । ଏହାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର ହୋଇଛି ।

ଟାଟା ପାୱାର୍ ର ବିଭ୍ରାଟ୍ ଓ ମନମାନିକୁ ନେଇ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ପ୍ରବଳ ଅସନ୍ତୋଷ ପ୍ରକାଶ କରିବା ସହ ଟ୍ୱିଟ୍ କରି ଚେତାବନୀ ଦେଇଥିଲେ । ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡାକି ବିଜୁଳି ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କାଳବୈଶାଖୀ ବି ହୋଇପାରେ । ଏହି ପରିସ୍ଥିତିରେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ରୋକିବା ଏବଂ ବିଦ୍ୟୁତ ଚାଲିଗଲେ ଶୀଘ୍ର ପୁନରୁଦ୍ଧାର ପାଇଁ ଡିସକମ୍ ସଂସ୍ଥା ପର୍ଯ୍ୟାପ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ଡିସକମଗୁଡ଼ିକୁ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲା ବେଳେ ବିଭିନ୍ନ ପ୍ଲାଟଫର୍ମରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ପ୍ରତି ନଜର ଦେଇ ତୁରନ୍ତ ସମାଧାନ କରାଯିବା ଉଚିତ୍ ବୋଲି କହିଥିଲେ ।

ଆସନ୍ତା ୧୦-୧୫ ବର୍ଷରେ ବିଦୁ୍ୟତ ଚାହିଦା ଅଭିବୃଦ୍ଧି ଓ ଶିଳ୍ପାୟନ ପାଇଁ ଦୀର୍ଘମିଆଦୀ ଟ୍ରରନସମିସନ୍ ଆଣ୍ଡ ଡିଷ୍ଟ୍ରିବୁ୍ୟସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଓପିଟିସିଏଲ ଓ ଡିସକମମାନଙ୍କୁ କୁହାଯାଇଛି । ବାର୍ଷିକ କ୍ୟାପେକ୍ସ ଯୋଜନା ପରିବର୍ତ୍ତେ ଡିସକମମାନଙ୍କୁ ୩ରୁ ୫ ବର୍ଷ ପାଇଁ କ୍ୟାପେକ୍ସ ପ୍ଲାନ୍ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି । ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର,ସମ୍ବଲପୁର ଓ ରାଉରକେଲା ଆଦି ବିଭିନ୍ନ ମହାନଗର ନିଗମ, ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ଆକଳିତ ଲୋଡ୍ ଅଭିବୃଦ୍ଧିକୁ ପୂରଣ କରିବା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ଡିସକମମାନଙ୍କୁ ପରାମର୍ଶ ଦିଆଯାଇଛି ।

ଡିସକମଗୁଡିକ ସେମାନଙ୍କ କ୍ୟାପେକ୍ସ ଯୋଜନା ଅଧୀନରେ ବିଭିନ୍ନ ସିଷ୍ଟମ୍ ଉନ୍ନତି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିବାରୁ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଏହାକୁ ତତ୍ପରତାର ସହ ଧ୍ୟାନ ଦେବାକୁ ବୈଠକରେ ଅନୁରୋଧ କରାଯାଇଥିଲା ।

ସୂଚନାଥାଉକି, ବିଜୁଳି ଉତ୍ପାଦନରେ ବଳକା ରାଜ୍ୟ ପାଇଁ ଗର୍ବ କରୁଥିବା ଓଡ଼ିଶାରେ ବିଜୁଳି ସଙ୍କଟ ଏବେ ସୀମା ପାର କରିଯାଇଛି । ବିତରଣ କମ୍ପାନୀର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟାପିଯାଇଛି । ସାରା ରାଜ୍ୟରେ ଅଘୋଷିତ ବିଜୁଳି କାଟ ଲାଗି ରହିଛି । କାଳବୈଶାଖୀ ବର୍ଷାପବନ ପାଇଁ ଗାଁ ଗାଁରେ ଦିନ ଦିନ ଧରି ବିଜୁଳି ଆସୁ ନାହିଁ । ସହରଗୁଡ଼ିକରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇଛି । ଲୋକଙ୍କ ଅସନ୍ତୋଷରୁ ରକ୍ଷା ପାଇବା ପାଇଁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ପାୱାର କଟ୍ ନ କହି ପାୱାର୍ ଟ୍ରିପ୍ ବୋଲି ଲୋକଙ୍କୁ ବୁଝାଇବାରେ ଲାଗିଛନ୍ତି । କାଳବୈଶାଖୀ ଓ ଦୁର୍ବଳ ଭିତ୍ତିଭୂମିକୁ ଦୋଷ ଦେଇ ସେ ଲୋକଙ୍କ ଅସନ୍ତୋଷକୁ ଆହୁରି ବଢ଼ାଇ ଦେଇଛନ୍ତି । ମନ୍ତ୍ରୀଙ୍କ ମନ୍ତବ୍ୟ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଥିବା ବେଳେ ବିତରଣ କମ୍ପାନୀ ଟାଟା ପାୱାର୍ କୁ ଲୋକେ ଗାଳି କରି ଚଉଦ ପୁରୁଷ ଉଦ୍ଧାର କରୁଛନ୍ତି ।

 

Previous Post

ଦୁଇଦିନିଆ ଭଦ୍ରକ ଗସ୍ତ ସାରିଲେ ପାଣ୍ଡିଆନ୍

Next Post

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି

Next Post
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪% ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA