ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କର ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ ହୋଇଛି । ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସେ ସମୀକ୍ଷା କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣାଧୀନ ପ୍ରକଳ୍ପ ସରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆମା ହସ୍ପିଟାଲ୍ ରେ ନିର୍ମାଣାଧୀନ କାର୍ଯ୍ୟ ୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ । ସେଠାରେ ନିର୍ମାଣାଧୀନ ଏମସିଏଚ ପ୍ରକଳ୍ପର ଶ୍ରୀ ପାଣ୍ଡିଆନ୍ ଅନୁଧ୍ୟାନ କରିଥିଲେ । ସେହିଭଳି ମା’ ଶାରଳା ମନ୍ଦିରରେ ଚାଲିଥିବା ସମନ୍ୱିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଜୟପୁର-କାଟିକଟା ପୋଲ ନିର୍ମାଣ ୨୦୨୪ ଏପ୍ରିଲ୍ ସୁଦ୍ଧା ଶେଷ କରିବାକୁ ଶ୍ରୀ ପାଣ୍ଡିଆନ୍ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।