Friday, June 26, 2026 08:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ‘ଓଡ଼ିଶା ମୋ ପରିବାର’

by Our Correspondent
30 Jun, 2023- 11:51 PM
in Latest News, News
1 min read
0
ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ୱର: ଆଜି ‘ଓଡ଼ିଶା ମୋ ପରିବାର’ ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି ।

ସୂଚନାନୁସାରେ, ୨୦୨୧ ମସିହା ଜୁନ ମାସରେ ଭୁବନେଶ୍ୱରର ଜଣେ ୧୩ବର୍ଷର ବାଳକ କୃଷ୍ଣ ମୁଣ୍ଡା ଏକ ଗଛ ଉପରକୁ ଚଢିବାକୁ ଚେଷ୍ଟା କରୁଥିବାବେଳେ ତଳେ ପଡ଼ିଯାଇଥିଲେ। ଡାକ୍ତରଖାନା ଯିବା ପରିବର୍ତ୍ତେ ତାଙ୍କ ପରିବାର ବର୍ଗ ଏକ ଦେଶୀ ଚିକିତ୍ସା ପଦ୍ଧତି ବାଛିଥିଲେ। ଚିକିତ୍ସା ଚାଲିବାର ୨୦ଦିନ ପରେ, ତାଙ୍କର ଫୁଲିଯାଇଥିବା ଗୋଡ଼ର ଯନ୍ତ୍ରଣା ବଢିବାକୁ ଲାଗିଲା । ଶେଷରେ, ତାଙ୍କୁ ହସ୍ପିଟାଲ ନେବା ପରେ ସଂକ୍ରମଣ ହୋଇଥିବା କାରଣରୁ ଡାକ୍ତର ଗୋଡ କାଟିବା ପାଇଁ ପରାମର୍ଶ ଦେଇଥିଲେ। ଫଳସ୍ୱରୂପ, ତାଙ୍କ ଡାହାଣ ଗୋଡ ଆଣ୍ଠୁ ତଳକୁ କାଟି ଦିଆଯାଇଥିଲା। ଏଭଳି ପରିସ୍ଥିତିରେ ସେ ଅସହାୟ ହୋଇ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ (ଓଡ଼ିଶା-ମୋ ପରିବାର)ଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ସେହିପରି, ଅନ୍ୟ ଦୁଇ ଜଣ ବ୍ୟକ୍ତି ତଥା ପୁରୀ ଜିଲ୍ଲାର ପ୍ରତାପ ସାହୁ (୨୨ ବର୍ଷ) ଏବଂ ବାଲେଶ୍ଵର ଜିଲ୍ଲାର ପ୍ରଫୁଲ୍ଲ କୁମାର ଶଙ୍ଖୁଆ (୩୨ବର୍ଷ) ବିଭିନ୍ନ ଦୁର୍ଘଟଣାରେ ଆହତ ହୋଇଥିଲେ ।

ଯେଉଁଠାରେ ଉଭୟଙ୍କର ବାମ ଗୋଡରେ ଗଭୀର ଆଘାତ ଲାଗି ଦୁର୍ଭାଗ୍ୟବଶତଃ, ଗୋଡ଼ର ଆଣ୍ଠୁ ତଳକୁ କଟା ଯାଇଥିଲା । ପ୍ରତାପ ସୋସିଆଲ ମିଡିଆ ଜରିଆରେ ଏବଂ ପ୍ରଫୁଲ୍ଲ, ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀ ଶୁଭେନ୍ଦୁ ମଙ୍ଗରାଜଙ୍କ ମାଧ୍ୟମରେ ଓଡ଼ିଶା-ମୋ ପରିବାର ଦ୍ୱାରା କୃତ୍ରିମ ଅଙ୍ଗ ଯୋଗାଣ ବିଷୟରେ ଜାଣିବା ପରେ କୃତ୍ରିମ ଗୋଡ଼ ଯୋଗାଇ ଦେବା ପାଇଁ ଓଡ଼ିଶା-ମୋ ପରିବାରକୁ ଅନୁରୋଧ କରିଥିଲେ । ତିନି ଜଣଙ୍କର କରୁଣ କାହାଣୀ ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସେମାନଙ୍କୁ ଆଜି କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । କୃତ୍ରିମ ଅଙ୍ଗ ଲାଗିବା ସମୟରେ ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ବିଜୁ ଜନତା ଦଳ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ,ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ(ଓଡ଼ିଶା-ମୋ ପରିବାର), ଏବଂ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ ।

କୃତ୍ରିମ ଅଙ୍ଗ ଲାଗିବା ପରେ ତିନି ଜଣ ଭିନ୍ନକ୍ଷମଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଥିଲା । ସେମାନେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଥିଲେ ।

Previous Post

ପାଣ୍ଡିଆନଙ୍କ ଦୁଇଦିନିଆ ଜଗତସିଂହପୁର ଗସ୍ତ ଶେଷ

Next Post

ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

Next Post
ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA