Saturday, June 27, 2026 01:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

by Our Correspondent
01 Jul, 2023- 06:14 PM
in Latest News, News, Politics
1 min read
0
ଲାଗିଛି ପ୍ରଧାନ ଜାମର! ବାହାରି ପାରୁନି ବିଜେପି ତାଲିକା

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ୱ ନେବାର ତିନି ମାସ ବିତିଯାଇଥିଲେ ମଧ୍ୟ ମନମୋହନ ସାମଲଙ୍କ ନୂଆ ଟିମ୍ ଗଠନ ହୋଇପାରିନାହିଁ । କେନ୍ଦ୍ରୀୟ ନେତୃତ୍ୱ ମୋହର ପାଇଁ ଯାଇଥିବା କାର୍ଯ୍ୟକର୍ତ୍ତା ତାଲିକା ଦିଲ୍ଲୀରେ ଅଟକି ରହିଛି । ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଦିନ ତାଲିକା ଘୋଷଣା ହୋଇଯିବ ବୋଲି ରାଜ୍ୟ ସଭାପତିଙ୍କ ମହଲରୁ ପ୍ରଚାର ହୋଇଥିଲା । ମାତ୍ର ତାହା ହେଲା ନାହିଁ । ଦଳ ଭିତରେ ରହିଥିବା ଭୟଙ୍କର ଗୋଷ୍ଠୀ କନ୍ଦଳ ଏହି ତାଲିକାରେ ଜାମ୍ ଲଗାଇଥିବା କୁହାଯାଉଛି ।

ବିଶ୍ୱସ୍ତ ମହଲର ସୂଚନା ଅନୁଯାୟୀ, ମନମୋହନ ସାମଲ ଇତିମଧ୍ୟରେ ଦୁଇ ଥର ଦିଲ୍ଲୀ ଯାଇ ଦଳୀୟ ହାଇକମାଣ୍ଡଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ହିସାବ ଛିଣ୍ଡାଇ ପାରିନାହାନ୍ତି । କ୍ଷେତ୍ରୀୟ ପ୍ରଭାରି ସୁନୀଲ ବଂଶଲଙ୍କ ମନ୍ତ୍ରଣାରେ ପ୍ରସ୍ତୁତ କରିଥିବା ତାଲିକାରେ ହାଇକମାଣ୍ଡ ସହମତ ହୋଇ ନାହାନ୍ତି । ମୋଟାମୋଟି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଣଦେଖା କରାଯିବା ରିସ୍କ ହୋଇଯିବ ବୋଲି ଭାବୁଛନ୍ତି ।

ମନମୋହନଙ୍କ ତାଲିକାରେ କୁଆଡ଼େ ଧର୍ମେନ୍ଦ୍ରଙ୍କ ଅନୁଗତ ସମ୍ପୂର୍ଣ୍ଣ କାଟ୍ ଖାଇଛନ୍ତି । ପ୍ରାୟ ୨୫ ଟି ସାଂଗଠନିକ ଜିଲ୍ଲାରେ ଧର୍ମେନ୍ଦ୍ର ଅନୁଗତଙ୍କ ଜାଗାରେ ମନମୋହନ ନିଜର କିମ୍ବା ଧର୍ମେନ୍ଦ୍ର ବିରୋଧୀ ଶିବିରର ନେତାଙ୍କୁ ସଭାପତି ଦାୟିତ୍ୱ ଦେବାକୁ ଚାହିଁଛନ୍ତି । ସେହିଭଳି ରାଜ୍ୟ କମିଟିରେ ଧର୍ମେନ୍ଦ୍ରଙ୍କ ଖାସ୍ ଅନୁଗତଙ୍କୁ ବିଦା କରି ଦଳରେ ଉପେକ୍ଷିତ ହୋଇ ରହିଥିବା ନୂଆ ନେତାଙ୍କ ନାଁ ଭର୍ତ୍ତି କରାଯାଇଛି । ମନମୋହନ ତାଙ୍କ ତାଲିକାରେ ଆଉ ହାତ ମାରିବା ସପକ୍ଷରେ ନାହାନ୍ତି । ଏହା ହେଲେ ଦଳରେ ଗୋଷ୍ଠୀ କନ୍ଦଳ ଆହୁରି ତୀବ୍ର ହେବ ବୋଲି ତାଙ୍କର ଆଶଙ୍କା । ସୁତରାଂ ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ନରହତ୍ୟା ଭଳି ମନମୋହନଙ୍କ ଅବସ୍ଥା ହୋଇଛି ।

ରୋଚକ କଥା ହେଉଛି, ମନମୋହନଙ୍କ ଟିମ୍ ରୁ ବଳି ଆଶଙ୍କାରେ ଥିବା ଧର୍ମେନ୍ଦ୍ରଙ୍କ ଅନୁଗତ ଗୋଷ୍ଠୀ ନିର୍ବାଚନ ବର୍ଷରେ ନିଜର ଗୁରୁତ୍ୱ ବଜାୟ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ଧର୍ମେନ୍ଦ୍ର ସେମାନଙ୍କ ସୁରକ୍ଷା ପାଇଁ ପାଟି ଖୋଲୁନାହାନ୍ତି । ବରଂ ଚତୁରତାର ସହ ନିଜକୁ ଏହି ବିବାଦରୁ ଦୂରେଇ ରଖିଛନ୍ତି । ଧର୍ମେନ୍ଦ୍ରଙ୍କର ଏହି ଆଭିମୁଖ୍ୟ ପଛରେ ତାଙ୍କ ନିଜ ନିର୍ବାଚନ ଟେନସନ୍ ନା ରାଜ୍ୟ ନିୟନ୍ତ୍ରଣ ହରାଇବାର ଅଭିମାନ ନା ଆଉ କିଛି ତାହା ସେମାନଙ୍କୁ ବ୍ୟସ୍ତ ବିବ୍ରତ କରିଛି ।

ତେବେ ଧର୍ମେନ୍ଦ୍ରଙ୍କ ନିରବ ଭାଷାକୁ ଠଉରେଇଛନ୍ତି ହାଇକମାଣ୍ଡ । ସାମ୍ପ୍ରତିକ ସ୍ଥିତିରେ ତାଙ୍କୁ ଅପମାନ କିମ୍ବା ବାଧିଲା ଭଳି କାର୍ଯ୍ୟ କରିବା ଦଳ ପାଇଁ ମଙ୍ଗଳ ହେବ ନାହିଁ ବୋଲି ଭାବୁଛନ୍ତି । ସେହି ଦୃଷ୍ଟିରୁ ଧର୍ମେନ୍ଦ୍ର ଅନୁଗତଙ୍କୁ ପଦାଧିକାରୀ ତାଲିକାରୁ ସଫା କରିବା ଉଦ୍ୟମରେ ଜାମ୍ ଲାଗିଥିବା କୁହାଯାଉଛି । କେନ୍ଦ୍ରୀୟ ନେତୃତ୍ୱର ଏହି ଆଭିମୁଖ୍ୟ ରାଜ୍ୟ ନେତୃତ୍ୱକୁ ଧର୍ମସଙ୍କଟରେ ପକାଇଛି । ଦୁଇପକ୍ଷର ବୁଝାମଣାରେ ତାଲିକା ପ୍ରସ୍ତୁତ କରିବାକୁ ଇତିମଧ୍ୟରେ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୁଆଡ଼େ ‘ଅହଂକାର’ ଏଥିରେ ପ୍ରତିବନ୍ଧକ ସାଜିଛି ।

ସାଧାରଣ ନିର୍ବାଚନର ମାହୋଲ୍ ମାଡ଼ି ଆସୁଥିବା ବେଳେ ନୂଆ ନେତୃତ୍ୱ ଅଧୀନରେ ଏ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଟିମ୍ ଘୋଷଣା ନ ହେବା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ଆଶାୟୀମାନେ ଅନିଶ୍ଚିତତା ଭିତରେ ରହିଛନ୍ତି । ସେମାନଙ୍କଠାରେ ଜୋସ୍ ଦେଖିବାକୁ ମିଳୁନାହିଁ । କିଛି ନେତାଙ୍କୁ ଏହା ବିକଳ୍ପ ଚିନ୍ତା ପାଇଁ ବାଧ୍ୟ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ସମସ୍ତଙ୍କର ଅପେକ୍ଷା ସେହି ତାଲିକାକୁ ।

Previous Post

ତିନି ଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ‘ଓଡ଼ିଶା ମୋ ପରିବାର’

Next Post

ଇଡି ଛାଟରେ ଖେଳ ହୋଇଗଲା!

Next Post
ଇଡି ଛାଟରେ ଖେଳ ହୋଇଗଲା!

ଇଡି ଛାଟରେ ଖେଳ ହୋଇଗଲା!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA