ଭୁୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନ୍ ରେ ଥିବା ଦୁଇ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ସମେତ ୬ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି । ସେମାନେ ଆପେକ୍ସ ସ୍କେଲ୍ କୁ ପଦୋନ୍ନତି ପାଇଛନ୍ତି । ଏଠାରେ କାର୍ଯ୍ୟ କରୁଥିବା ୪ ଅଧିକାରୀଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ଯାଇଥିବା ଅଧିକାରୀମାନେ ହେଲେ ୧୯୯୧ ବ୍ୟାଚ୍ ର ଆଇଏଏସ୍ ଶ୍ରୀମତୀ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଏବଂ ବିଜୟ ଆରୋରା । ସେମାନେ ସେମାନଙ୍କ ପୂର୍ବ ପଦବୀରେ କାର୍ଯ୍ୟ କରିବେ ।
ପଦୋନ୍ନତି ପାଇଥିବା ଅନ୍ୟ ଦୁଇ ଅଧିକାରୀ ହେଲେ ୧୯୯୦ ବ୍ୟାଚ୍ ଆଇଏଏସ୍ ଜି.ଶ୍ରୀନିବାସ ଏବଂ ଶ୍ରୀମତୀ ଆରତୀ ଆହୁଜା । ଏହି ଦୁଇଜଣ କେନ୍ଦ୍ରୀୟ ଡେପୁଟେସନ୍ ରେ ଅଛନ୍ତି ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।