Saturday, April 25, 2026 04:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

by Our Correspondent
13 May, 2024- 09:27 PM
in Latest News, News
1 min read
0
ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

ଭୁବନେଶ୍ୱର: ଓଡ଼ିଶାରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଛି । ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ୨୮ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିଲା । ୭୩.୯୭% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜି ମତଦାନ ସମୟରେ ଗଞ୍ଜାମର ଚିକିଟି, ବ୍ରହ୍ମପୁର ଓ ଗୋପାଳପୁର ଏବଂ ନବରଙ୍ଗପୁରର ଝରିଗାଁର ବିଭିନ୍ନ ବୁଥ୍ ରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାମୁହଁ ଓ ହାତାହାତି ହୋଇଥିବା ଖବର ଆସିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ କିଛି ଜାଗାରେ ପୁଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା ।

ଅନ୍ୟପକ୍ଷରେ ନିର୍ବାଚନ ଡ୍ୟୁଟିରେ ଗୁରୁତର ଅବହେଳା ପାଇଁ ୨ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେମାନେ ହେଲେ ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍ ର ପ୍ରିଜାଇଡିଂ ଅଫିସର । ଏଥିସହିତ ଗୋପାଳପୁରର ୧୯୩ ନମ୍ବର ବୁଥ୍ ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ ଗଞ୍ଜାମ ଚିକିଟିର ୭୪ ନମ୍ବର ବୁଥ୍ ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେପଟେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ବିଜେଡି ନେତ୍ରୀଙ୍କୁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ପୁଲିସ ଅଟକ ରଖିଛି । ବିଜେଡି ନେତ୍ରୀ ତଥା ପାନେଲିଷ୍ଟ ଅପୂର୍ବା ଅପରୂପା ଏକ କିଆ କାର୍ ରେ କଣ୍ଟାମାଳରୁ ଭୁବନେଶ୍ୱର ଫେରୁଥିବା ବେଳେ ପୁରୁଣାକଟକ ଥାନା ଅନ୍ତର୍ଗତ କରଡ଼ାକୋଠାରେ ଫ୍ଲାଇଂ ସ୍କ୍ୱାଡ୍ ଚେକିଂ ହାବୁଡ଼ରେ ପଡ଼ିଥିଲେ । ତାଙ୍କ ଗାଡ଼ିରୁ ନଗଦ ୧୩ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଏହି ରିପୋର୍ଟ ଲେଖା ହେଲା ବେଳକୁ ଥାନାରେ ତାଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି ।

 

 

Previous Post

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସସପେନ୍ସ

Next Post

୨୮ରୁ ୨୪ ଆସନରେ ଜିତିବୁ: ପାଣ୍ଡିଆନ୍

Next Post
୨୮ରୁ ୨୪ ଆସନରେ ଜିତିବୁ: ପାଣ୍ଡିଆନ୍

୨୮ରୁ ୨୪ ଆସନରେ ଜିତିବୁ: ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA