Saturday, April 25, 2026 11:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସସପେନ୍ସ

ଟୁଇଟ୍ ପରେ ଟୁଇଟ୍ କଲା ବିଜେଡି

by Our Correspondent
13 May, 2024- 08:39 PM
in Latest News, News, Politics
1 min read
0
ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ସସପେନ୍ସ

ଭୁବନେଶ୍ୱର: ଆଜି ବିଜେପିର ବଡ଼ ପ୍ରେସମିଟ୍ ସକାଳ ୯ଟାରେ ଆରମ୍ଭ ହେବାର ଥିଲା । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଗୁଆ ସୂଚନା ଦିଆଯାଇଥିଲା । ଓଡ଼ିଶା ବିଜେପିର ୫ ମଙ୍ଗୁଆଳଙ୍କ ପ୍ରେସମିଟ୍ ର ବିଷୟବସ୍ତୁକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଥିଲା । ମାତ୍ର ଘଣ୍ଟାଏ ପୂର୍ବରୁ ସକାଳ ୮ଟା ୯ ମିନିଟ୍ ରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଏବଂ ବିଜେଡି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ଙ୍କର ଦୁଇଟି ପୃଥକ୍ ଏକ୍ସ(ଟୁଇଟ୍) ଆସିଥିଲା ।

ବବି ଲେଖିଥିଲେ, ଓଡ଼ିଶା ବିଜେପି ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା । ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।

ସସ୍ମିତ୍ ଲେଖିଥିଲେ, ଅତ୍ୟନ୍ତ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଲି ଯେ ଆଜି ସକାଳ ୯ଟାରେ ଓଡ଼ିଶା ବିଜେପି ନେତାମାନେ କରୁଥିବା ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଯାଉଛନ୍ତି । ଜଣେ ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉଥିବା ଉକ୍ତ ସୂତ୍ରରୁ ଜାଣିବାକୁ ମିଳୁଛି । ଏହା ଭଲ କଥା ଯେ, ସେମାନେ ଜଣେ ମହିଳାଙ୍କ ନାଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁଛନ୍ତି ।

ତେବେ ସକାଳ ୯ଟାରେ ବିଜେପିର ପ୍ରେସମିଟ୍ ନ ହେବାରୁ ୯ଟା ୫୩ ମିନିଟ୍ ରେ ସସ୍ମିତ୍ ପାତ୍ରଙ୍କର ଆଉ ଏକ ଟୁଇଟ୍ ଆସିଥିଲା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ନେଇ ବରିଷ୍ଠ ବିଜେପି ନେତାଙ୍କ ମଧ୍ୟରେ ହଠାତ୍ କଳହ ଲାଗିବାରୁ ପ୍ରେସମିଟ୍ ପୂର୍ବ ପ୍ରସ୍ତାବିତ ସକାଳ ୯ଟାରେ ହୋଇପାରିନାହିଁ ବୋଲି ସେ ଦର୍ଶାଇଥିଲେ । ରାଜ୍ୟ ବିଜେପିର ଏହା ଦୁଃଖଦ ଅବସ୍ଥା ବୋଲି ସେ ଲେଖିଥିଲେ ।

ଇତିମଧ୍ୟରେ ବିଜେପି ପ୍ରେସମିଟ୍ ସକାଳ ୧୦ଟାରେ ଆରମ୍ଭ ହୋଇଥିଲା ଏବଂ ୧ ଘଣ୍ଟା ବିଳମ୍ବ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକମାନଙ୍କଠାରୁ କ୍ଷମା ମାଗିନେଇଥିଲେ । ଖରାପ ପାଗ ଯୋଗୁଁ ସେ ସମ୍ବଲପୁରରୁ ଆସିବାରେ ବିଳମ୍ବ ହେଲା ବୋଲି ଜଣାଇଥିଲେ ।

ବିଜେପି ପ୍ରେସମିଟ୍ ସରିବା ପରେ ପ୍ରାୟ ସାଢ଼େ ୧୧ଟା ବେଳେ ସସ୍ମିତ ପାତ୍ରଙ୍କର ଆଉ ଏକ ଟୁଇଟ୍ ଆସିଥିଲା । ସେ ଲେଖିଥିଲେ- ଆମେ ଶୁଣିବାକୁ ପାଉଥିଲୁ, ଆଜି ଓଡ଼ିଶା ବିଜେପି ତାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ହେଲେ ଏହାପରେ ଆଶାୟୀଙ୍କ ମଧ୍ୟରେ ଏତେ ଯୁକ୍ତିତର୍କ ଏବଂ ଗଣ୍ଡଗୋଳ ଘଟିଲା ଯେ, ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ । ସେମାନେ ଭଲ ଭାବେ ଜାଣିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଦଳ ଚାରି ଭାଗ ହୋଇଯିବ ।

Previous Post

‘ବିଜେପି ହତୋତ୍ସାହିତ, ମନୋବଳ ଭାଙ୍ଗିଗଲାଣି’

Next Post

ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

Next Post
ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

ପ୍ରଥମ ପର୍ଯ୍ୟାୟରେ ୭୩.୯୭% ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA