Saturday, April 18, 2026 02:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟ୍‍ ରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ୍ ଉଦଘାଟିତ

ସମସ୍ତ ମ୍ୟାଚ୍‍ କିଟ୍‍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ରେ ଖେଳାଯିବ

by Our Correspondent
05 Mar, 2021- 11:57 PM
in Latest News, News, Sports
1 min read
0
କିଟ୍‍ ରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ୍ ଉଦଘାଟିତ

ଭୁବନେଶ୍ୱର: କିଟ୍‍ର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍‍ଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଶୁକ୍ରବାର ଉଦ୍‍ଘାଟିତ ହୋଇଛି। ଭାରତୀୟ ଭଲିବଲ୍‍ ସଂଘ (ଭିଏଫଆଇ) ତତ୍ତ୍ୱାବଧାନରେ ୧୧ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିଜୁ ପଟ୍ଟନାୟକ ଜୟନ୍ତୀ ପରିପ୍ରେକ୍ଷୀରେ ଆୟୋଜିତ ଏହି ଚାମ୍ପିଅନ୍‍ସିପରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ୍‍ଙ୍କ ଉପସ୍ଥିତିରେ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଉଦ୍‍ଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଉଦଘାଟନୀ ଉତ୍ସବରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡମିନିଷ୍ଟ୍ରେସନ୍‍ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍‍ଆଇର ମହାସଚିବ ଅନୀଲ ଚୌଧୁରୀ, ଭିଏଫଆଇର ବରିଷ୍ଠ ଉପସଭାପତି ତଥା ନିୟନ୍ତ୍ରଣ କମିଟି ଅଧ୍ୟକ୍ଷ ରଥିନ ରାୟ ଚୌଧୁରୀ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫ୍‍ଆଇର ସଭାପତି ଅଚ୍ୟୁତ ସାମନ୍ତ, ଆୟୋଜନ କମିଟି ଅଧ୍ୟକ୍ଷା ତଥା କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଆୟୋଜନ କମିଟି ସମ୍ପାଦକ ତଥା ଭିଏଫ୍‍ଆଇ ସହଯୋଗୀ ଯୁଗ୍ମ ସମ୍ପାଦକ, ଓଡ଼ିଶା ଭଲିବଲ୍‍ ଆସୋସିଏସନର ସାଧାରଣ ସମ୍ପାଦକ ତଥା କିଟ୍‍ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବହୁ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳର ଭଲିବଲ୍‍ ଆସୋସିଏସନ୍‍ ସଭାପତି ଓ ସାଧାରଣ ସମ୍ପାଦକ ଉପସ୍ଥିତ ଥିଲେ।

ଭାରତୀୟ ଭଲିବଲ୍‍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମ ଥର ଲାଗି ଲଗାତାର ଦୁଇଥର ଏହି ଚାମ୍ପିଅନ୍‍ସିପ୍‍ ଆୟୋଜନ କରୁଛି। ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‍ (ମହିଳା ଓ ପୁରୁଷ) ଚାମ୍ପିଅନସିପ ମଧ୍ୟ ଗତବର୍ଷ କିଟ୍‍ରେ ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରଥମ ଥର ଲାଗି ଚାମ୍ପିଅନସିପର ସମସ୍ତ ମ୍ୟାଚ୍‍ କିଟ୍‍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ୍‍ କୋର୍ଟରେ ଅନୁଷ୍ଠିତ ହେବ।

ଏହି ଚାମ୍ପିଅନସିପ ଜରିଆରେ ନିକଟରେ ହେବାକୁ ଥିବା ଏସିଆନ୍‍ ଚାମ୍ପିଅନସିପ ଓ ଅନ୍ୟ ଆନ୍ତର୍ଜାତିକ ମିଟରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ। ସଂପୂର୍ଣ୍ଣ ଚାମ୍ପିଅନସିପ ଓଡ଼ିଶା ସରକାରଙ୍କ କୋଭିଡ୍‍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି। ପୁରୁଷ ବର୍ଗରେ ଓଡ଼ିଶା ଓ ମଧ୍ୟପ୍ରଦେଶ ଏବଂ ମହିଳା ବର୍ଗରେ ଓଡ଼ିଶା ଓ ରାଜସ୍ଥାନ ମଧ୍ୟରେ ଉଦଘାଟନୀ ମ୍ୟାଚ୍‍ ଅନୁଷ୍ଠିତ ହୋଇଥିଲା।

Previous Post

ଶ୍ରୀମନ୍ଦିର ବିକାଶ ଅଭିଯାନକୁ ବଳ ଦେଲେ ଧର୍ମେନ୍ଦ୍ର

Next Post

‘ମିଶନ ଶକ୍ତି’ କୋଟିଏ ମା ଙ୍କର ବିରାଟ ଆନ୍ଦୋଳନ ହେବ : ନବୀନ

Next Post
‘ମିଶନ ଶକ୍ତି’ କୋଟିଏ ମା ଙ୍କର ବିରାଟ ଆନ୍ଦୋଳନ ହେବ : ନବୀନ

'ମିଶନ ଶକ୍ତି' କୋଟିଏ ମା ଙ୍କର ବିରାଟ ଆନ୍ଦୋଳନ ହେବ : ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA