ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ରେକର୍ଡ ମତଦାନ ହୋଇଛି । ସଂଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିବା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି । ଅପରାହ୍ନ ୪ଟାରେ ଭୋଟ ସମୟ ସରିଥିଲେ ମଧ୍ୟ କିଛି କାରଣ ପାଇଁ ୭୧ ଟି ବୁଥ୍ ରେ ସଂଧ୍ୟା ୬ଟା ପର ଯାଏଁ ମତଦାନ ଜାରି ରହିଥିଲା । ତେଣୁ ଭୋଟହାର ପୁଣି ବଢ଼ିବ । ସୂଚନାଥାଉକି, ଗତ ସାଧାରଣ ନିର୍ବାଚନରେ ପଦ୍ମପୁର ନିର୍ବାଚନମଣ୍ଡଳୀରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିଲା ।
ଭୋଟଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଜଣାପଡ଼ିଛି । କୌଣସି ସ୍ଥାନରୁ ଅପ୍ରୀତିକର ପରିସ୍ଥିତିର ଖବର ଆସିନାହିଁ । ଆସନ୍ତା ୮ ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ । ୧୪ ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।