Tuesday, June 30, 2026 09:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍

କ୍ରୀଡ଼ାର ବିକାଶ ପାଇଁ ଆଉ ଦୁଇପାଦ

by Our Correspondent
09 Aug, 2021- 08:50 PM
in Latest News, News
1 min read
0
ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍

ଭୁୁବନେଶ୍ୱର: କ୍ରୀଡ଼ାର ବିକାଶ ନିମନ୍ତେ ରାଜ୍ୟ ସରକାର ଆଉ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ‘ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଯୋଜନାରେ ୮୯ ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି । କ୍ରୀଡ଼ା ସହ ଯୋଗ, ବ୍ୟାୟାମଶାଳା, ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଏବଂ ମହାମାରୀ ବେଳେ ଡାକ୍ତରଖାନା ଭାବେ ଏଗୁଡ଼ିକ ବ୍ୟବହୃତ ହେବ । ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହାକୁ ମଂଜୁର ମିଳିଛି । ଏଥିପାଇଁ ମୋଟ ୬୯୩. ୩୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ୧୮ ମାସରେ କାମ ସରିବ ।

ବର୍ତ୍ତମାନ ରାଜ୍ୟରେ ଯେଉଁଠି ଇନଡୋର ଷ୍ଟାଡ଼ିୟମଗୁଡ଼ିକରେ ଉନ୍ନତ ଭିତ୍ତିଭୂମି ଉପଲବ୍ଧ ନାହିଁ, ସେହି ଜାଗାରେ ଏହା ନିର୍ମାଣ ହେବ । ନୂଆ ଇନଡୋର ଷ୍ଟାଡ଼ିୟମଗୁଡ଼ିକର ବିଶେଷତ୍ତ୍ୱ ହେଉଛି, ଏଗୁଡ଼ିକ ବହୁମୁଖୀ ଉପଯୋଗ ନିମନ୍ତେ ବ୍ୟବହୃତ ହେବ । ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ଭାରୋତ୍ତଳନ ଆଦି କ୍ରୀଡ଼ା ସହ ଯୋଗ ଓ ବ୍ୟାୟାମଶାଳାର ବ୍ୟବସ୍ଥା ଉକ୍ତ ଷ୍ଟାଡିୟମରେ ରହିବ । ଏହି ଆନ୍ତଃଗୃହଗୁଡ଼ିକ ଉକ୍ତ ଅଞ୍ଚଳର ଅନ୍ୟାନ୍ୟ ଲୋକପ୍ରିୟ ଇନଡୋର ଖେଳ ନିମନ୍ତେ ମଧ୍ୟ ବ୍ୟବହୃତ କରାଯାଇପାରିବ ।

ଇନଡୋର ଷ୍ଟାଡ଼ିୟମଗୁଡ଼ିକ ଘଣ୍ଟା ପ୍ରତି ୨୦୦ କିମି ପବନର ବେଗକୁ ସହ୍ୟ କରିପାରୁଥିବା ଭଳି ନିର୍ମାଣ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ, ମହାବାତ୍ୟା ଏବଂ ବନ୍ୟା ଆଦି ସମୟରେ ଏଗୁଡ଼ିକ ଆଶ୍ରୟ କେନ୍ଦ୍ର ଭାବେ ବ୍ୟବହୃତ ହୋଇପାରିବ । ମହାମାରୀ ସମୟରେ ଏନଏସି ଅଞ୍ଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକ ୫୦ଟି ଶଯ୍ୟା ବିଶିଷ୍ଟ ଏବଂ ପୌରାଞ୍ଚଳରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ରୂପେ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଟ୍ରେନିଂ, ମିଟିଂ ଏବଂ ପରୀକ୍ଷା କେନ୍ଦ୍ର ଇତ୍ୟାଦି କାର୍ଯ୍ୟ ପାଇଁ ମଧ୍ୟ ଉକ୍ତ ଷ୍ଟାଡ଼ିୟମ୍ ଉପଯୋଗୀ ହୋଇପାରିବ ।

୫-ଟି କାର୍ଯ୍ୟସୂତ୍ରୀ ଅନୁଯାୟୀ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ରୁପାନ୍ତରଣକୁ ସୁନିଶ୍ଚିତ କରିବା ପାଇଁ “ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ପରିକଳ୍ପନା କରାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଆହୁରୀ ଦୃଢ଼ୀଭୂତ ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତିରେ କୁହାଯାଇଛି ।

ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମୋଟ ୧୬ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଅବଢ଼ା ଯୋଜନାରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ୧୮ ମାସରେ ସରିବ । ୩୩୧ କୋଟିର ଏହି ପ୍ରକଳ୍ପ ପାଇଁ ଟାଟା ପ୍ରୋଜେକ୍ଟକୁ କାମ ଦେବାକୁ ନିଷ୍ପତ୍ତି ହୋଇଛି ।

ଅପର ଇନ୍ଦ୍ରାବତୀ ଦକ୍ଷିଣ ପାଶ୍ୱର୍ କେନାଲର ପୁନରୁଦ୍ଧାର କରାଯିବ । ୧୪୮ କୋଟି ଟଙ୍କାରେ କେନାଲର ୪୧ କିମି ପର୍ଯ୍ୟନ୍ତ କଂକ୍ରିଟ୍ ଲାଇନ୍ ହେବ । ୧୮ ମାସରେ ଏହି କାର୍ଯ୍ୟ ଶେଷ ହେବ ।

କଳାହାଣ୍ଡି ଜିଲ୍ଲାର ୪୨,୪୫୫ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଯିବ ।

ସମ୍ବଲପୁର ଆଇଆଇଏମକୁ ଆଉ ୧୮.୨୩ ଏକର ଜମି ମାଗଣାରେ ଦିଆଯିବ । ଏହାକୁ ମିଶାଇ ମୋଟ ୨୦୦ ଏକର ଜମି ପାଇଲାଣି ଆଇଆଇଏମ ।

ଶ୍ରୀଶଙ୍କର କର୍କଟ କେନ୍ଦ୍ର ଓ ବାଗଚୀ କରୁଣାଶ୍ରୟକୁ ୪୦ ଏକର ଜମି ବାବଦରେ ୨ କୋଟି ୯୨ ଲକ୍ଷ ଟଙ୍କାର ପ୍ରିମିୟମ ଛାଡ଼ କରାଯାଇଛି ।

ଓପିଏସସିର ଗୋଟିଏ ସଦସ୍ୟ ପଦବୀ ଖାଲିଥିଲା । ଏହି ପଦ ପାଇଁ ଅଞ୍ଜନ ମାଣିକଙ୍କ ନାଁକୁ ମଂଜୁରୀ ମିଳିଛି ।

ଅଗ୍ନିଶମ ବିଭାଗରେ ହୋମଗାର୍ଡଙ୍କୁ ନିଯୁକ୍ତି ନେଇ ଓଡ଼ିଶା ଫାୟାର ସର୍ଭିସ୍ ରୁଲ୍ ରେ ସଂଶୋଧନ କରାଯାଇଛି । ହୋମଗାର୍ଡଙ୍କ ମଧ୍ୟରୁ ୧୦% ଅଗ୍ନିଶମରେ ନିଯୁକ୍ତି ପାଇପାରିବେ ।

ଓଡ଼ିଶା ଜିଏସଟି ଆକ୍ଟ ୨୦୧୭ର ସଂଶୋଧନକୁ ଅନୁମୋଦନ ଦେଇଛନ୍ତି କ୍ୟାବିନେଟ୍ ।

Previous Post

ବଦଳିଲେ ଭଦ୍ରକ, ଢ଼େଙ୍କାନାଳ ଜିଲ୍ଲାପାଳ

Next Post

ବିଜେଡ଼ିରେ ମିଶିଲେ ଖୋର୍ଦ୍ଧା ଜିଲ୍ଲାର ଶତାଧିକ କଂଗ୍ରେସ, ବିଜେପି କର୍ମୀ

Next Post
ବିଜେଡ଼ିରେ ମିଶିଲେ ଖୋର୍ଦ୍ଧା ଜିଲ୍ଲାର ଶତାଧିକ କଂଗ୍ରେସ, ବିଜେପି କର୍ମୀ

ବିଜେଡ଼ିରେ ମିଶିଲେ ଖୋର୍ଦ୍ଧା ଜିଲ୍ଲାର ଶତାଧିକ କଂଗ୍ରେସ, ବିଜେପି କର୍ମୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA