ଭୁୁବନେଶ୍ୱର: ପ୍ରଶାସନିକସ୍ତରରେ ଆଜି ଏକ ଛୋଟ ଅଦଳବଦଳ କରାଯାଇଛି । ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା ବେଳେ ନୂଆ ପଞ୍ଚାୟତିରାଜ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି । ମୋଟ ୫ ଅଧିକାରୀଙ୍କର ବଦଳି ହୋଇଛି ।
ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱର ବଦଳି କରାଯାଇଛି । ତାଙ୍କ ଜାଗାରେ ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି ତ୍ରିଲୋଚନ ମାଝୀ । ସେ ଆୟୁଷ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ।
ଢ଼େଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ଭୁବନେଶ୍ୱରକୁ ବଦଳି କରାଯାଇଛି । ଓଡ଼ିଶା ରାଜ୍ୟ ବେଭେରଜସ୍ କର୍ପୋରେସନ୍ ଏମଡି ଥିବା ସରୋଜ କୁମାର ସେଠୀଙ୍କୁ ଢ଼େଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ବିଭାଗକୁ ବଦଳି କରାଯାଇଛି । ସେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।
ଜ୍ଞାନରଞ୍ଜନ ଦାସ- ପଞ୍ଚାୟତିରାଜ ନିର୍ଦ୍ଦେଶକ
ଉମାକାନ୍ତ ତ୍ରିପାଠୀ- ଅତିରିକ୍ତ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ
ଭୂମେଶ ଚନ୍ଦ୍ର ବେହେରା- ନିର୍ଦ୍ଦେଶକ, ଆୟୁଷ
ସରୋଜ କୁମାର ସେଠୀ- ଜିଲ୍ଲାପାଳ, ଢ଼େଙ୍କାନାଳ
ତ୍ରିଲୋଚନ ମାଝୀ- ଜିଲ୍ଲାପାଳ, ଭଦ୍ରକ