Friday, May 1, 2026 01:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ରାଷ୍ଟ୍ରପତିଙ୍କ ପାଇଁ ସୌଜନ୍ୟତା ଭୁଲିଗଲେ!

ଆକ୍ସନ୍ ମୁଡ୍ ରେ ରାଜ୍ୟପାଳ ପ୍ରଫେସର ଲାଲ୍

by Our Correspondent
08 May, 2023- 08:45 PM
in Latest News, News
1 min read
0
ରାଷ୍ଟ୍ରପତିଙ୍କ ପାଇଁ ସୌଜନ୍ୟତା ଭୁଲିଗଲେ!

ଭୁବନେଶ୍ୱର: ଉପରୋକ୍ତ ଫଟୋରେ ମହାମହିମ ରାଷ୍ଟ୍ରପତିଙ୍କ ଡାହାଣପଟେ ଛିଡ଼ା ହୋଇଥିବା ଭଦ୍ରବ୍ୟକ୍ତି ଜଣଙ୍କ ହେଉଛନ୍ତି ଟିପିଏନଓଡିଏଲର ସିଇଓ ଭାସ୍କର ସରକାର । ରାଷ୍ଟ୍ରପତିଙ୍କ ବାମପଟେ ରହିଥିବା ବାବୁଜଣଙ୍କ ବି ଟାଟା ପାୱାରର ଜଣେ ଉଚ୍ଚ ଅଧିକାରୀ । ରାଷ୍ଟ୍ରପତିଙ୍କ ତିନି ଦିନିଆ ମୟରୁଭଞ୍ଜ ଗସ୍ତର ପ୍ରଥମ ଦିନରେ ଟାଟା ପାୱାରର ଏହି ଦୁଇ ବାବୁ ରାଇରଙ୍ଗପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଗସ୍ତର ଶେଷଦିନରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିଲା ବେଳେ ବିଜୁଳି କଟିଗଲା । ରାଷ୍ଟ୍ରପତି ୯ ମିନିଟ୍ ଅନ୍ଧାରରେ ରହି ଭାଷଣ ଦେଲେ । ସମଗ୍ର ଦେଶରେ ଏହା ହଇଚଇ ଖେଳାଇଲା ।

ଏହି ଅଘଟଣକୁ ୭୨ ଘଣ୍ଟା ବିତିଯାଇଛି । ଆମ ଜାଣିବାରେ କାହାର କିଛି ହେଲା ନାହିଁ କି ହବାର ସମ୍ଭାବନା ଦିଶୁନି । ବିଦ୍ୟୁତ ସରବରାହ ସଂସ୍ଥା ଟାଟା ପାୱାର୍ ହାତ ଝାଡ଼ିଦେଇ ବସିଗଲା । ଦିନକ ଆଗରୁ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ବାଲେଶ୍ୱର ରେଞ୍ଜ ସିଇଓ ଭାସ୍କର ବାବୁ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି କଟିଯିବାରେ ସେମାନଙ୍କର କିଛି ଦୋଷ ନାହିଁ ବୋଲି ଗଣମାଧ୍ୟମରେ ତୁରନ୍ତ ସଫେଇ ଦେଇ ହାତ ଝାଡ଼ିଦେଲେ । ଦେଶର ପ୍ରଥମ ନାଗରିକଙ୍କ କାର୍ଯ୍ୟକ୍ରମରେ ଏତେବଡ଼ ବିଭ୍ରାଟ ପାଇଁ ଏହି ବାବୁ ଦୁଃଖପ୍ରକାଶ କଲେ ନାହିଁ କି କ୍ଷମା ପ୍ରାର୍ଥନା କଲେ ନାହିଁ । ଦାୟିତ୍ୱହୀନତା, ଅସୌଜନ୍ୟତା ଓ ଅହଂକାରର ଏହା ଥିଲା ଶ୍ରେଷ୍ଠ ନିଦର୍ଶନ ।

ଏହି ଅଭାବନୀୟ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବି ଦୁଃଖ ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେଦିନ ଏମଏସସିବିୟୁ ଅଡିଟୋରିୟମ୍ ରେ ରାଷ୍ଟ୍ରପତି ଭାଷଣ ଦେଉଥିଲା ବେଳେ ବିଜୁଳି କଟିଗଲା । ୭ ଦିନ ଆଗରୁ ଏହି ବ୍ୟବସ୍ଥାର ତଦାରଖ ହୋଇଥିଲା । ଅଡିଟୋରିୟମ୍ ଦାୟିତ୍ୱ ନେଇଥିବା ଇଡକୋର ୮ ଜଣ ଅଧିକାରୀଙ୍କ ଉପସ୍ଥିତିରେ ବିଦୁ୍ୟତ ସରବରାହର ଯାଞ୍ଚ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତିରେ ତଦାରଖ କରାଯାଇଥିଲା ।

ମାତ୍ର ସମ୍ପୂର୍ଣ୍ଣ ବ୍ୟବସ୍ଥା କେବଳ ଲୋକଦେଖାଣିଆ ଥିଲା ବୋଲି ପ୍ରମାଣିତ ହୋଇଛି । ବିଭାଗର ମୁଖିଆ ଭାବେ ମନ୍ତ୍ରୀ ସୌଜନ୍ୟତା ଦୃଷ୍ଟିରୁ କ୍ଷମା କି ଦୁଃଖପ୍ରକାଶ କରିଦେଇଥିଲେ ତାଙ୍କର ସମ୍ମାନହାନୀ ହୋଇଯାଇ ନ ଥାଆନ୍ତା । ବ୍ୟବସ୍ଥାର ମୁଖିଆ ଭାବେ ମନ୍ତ୍ରୀ କ୍ଷମା ମଗିବା ଦୂରର କଥା ଦୁଃଖ ପ୍ରକାଶ କରିବାର ସୌଜନ୍ୟତା ବି ଦେଖାଇନାହାନ୍ତି ।

ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନୈତିକତା ଦୃଷ୍ଟିରୁ ସବୁ ଦୋଷ ନିଜ ଉପରକୁ ନେଇଛନ୍ତି । ପୂରା ଘଟଣା ପାଇଁ ମୁଁ ଦୁଃଖିତ ଓ ମର୍ମାହତ ବୋଲି କୁଳପତି କହିଛନ୍ତି । ଦରକାର ପଡ଼ିଲେ କୁଳପତି ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ସୂୂଚନାଯୋଗ୍ୟ, ଏତେବଡ଼ ଅଭାବନୀୟ ଘଟଣା ପାଇଁ କିଏ ଦାୟୀ ତାହା ଏ ଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ବିଦୁ୍ୟତ ପରିଚାଳନା ଦାୟିତ୍ୱରେ ଥିବା ଜଣେ ତଳିଆ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଘଟଣାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଜଣିଆ କମିଟି ଗଠନ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନର ସୁରେଶ କୁମାର ଦଳେଇ ବାରିପଦା ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ରାଜ୍ୟପାଳଙ୍କ ରିପୋର୍ଟ ତଲବ: ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଜୁଳି ଚାଲିଯିବା ଘଟଣାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆକ୍ସନ୍ ମୁଡ୍ କୁ ଆସିଛନ୍ତି । ମୁଖ୍ୟ ଶାସନ ସଚିବ ଏବଂ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏହି ଅଘଟଣ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଥାଉକି, ସେଦିନ ରାଷ୍ଟ୍ରପତିଙ୍କ ସହ ମଞ୍ଚରେ ରାଜ୍ୟପାଳ ପ୍ରଫେସର ଲାଲ୍ ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ୍ ଉପସ୍ଥିତ ଥିଲେ ।

Previous Post

ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

Next Post

ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ଖେଳ ଆରମ୍ଭ!

Next Post
ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ଖେଳ ଆରମ୍ଭ!

ଅସନ୍ତୁଷ୍ଟ କଂଗ୍ରେସିଆଙ୍କ ଖେଳ ଆରମ୍ଭ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA