Friday, May 1, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

୯ରେ ନବୀନ ନିବାସରେ ଭେଟ

by Our Correspondent
06 May, 2023- 09:24 PM
in Latest News, National, News, Politics
1 min read
0
ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

ଭୁବନେଶ୍ୱର: ବିଜେପି ବିରୋଧୀ ମେଣ୍ଟ ପ୍ରୟାସରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନାଇବାକୁ ସେ ଆସୁଥିବା ଚର୍ଚ୍ଚା ହେଉଛି । ସେଦିନ ୧୨ଟାରେ ନୀତୀଶ ନବୀନ ନିବାସ ଆସି ନବୀନଙ୍କୁ ଭେଟିବେ । ଏହାର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି ।

୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ବିରୋଧୀ ମେଣ୍ଟ ପାଇଁ ନୀତୀଶ କୁମାର ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ନେତା ଅଖିଳେଶ ଯାଦବ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି. ରାଜାଙ୍କୁ ସାକ୍ଷାତ କରିସାରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଥମରୁ ଭେଟି ସାରିଛନ୍ତି । ଏହି ଅଭିଯାନରେ ବିଜେଡି ସମେତ ୱାଇଏସଆରସିପି ଓ ବିଆରଏସ୍ କୁ ସାମିଲ କରିବାକୁ ସେ ଯୋଜନା କରିଛନ୍ତି । ଚଳିତ ମାସ ତୃତୀୟ ସପ୍ତାହରେ ପାଟଣାରେ ବିରୋଧୀ ଦଳମାନଙ୍କର ଏକ ବିରାଟ ରାଲି ଆୟୋଜନ କରାଯାଉଛି । ଏଥିରେ ସାମିଲ ହେବା ପାଇଁ ନବୀନଙ୍କୁ ନୀତୀଶ ଅନୁରୋଧ କରିପାରନ୍ତି ।

ତେବେ ନବୀନଙ୍କୁ ମନାଇବା ନୀତୀଶଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି । କାରଣ ଉଭୟ କଂଗ୍ରେସ ଓ ବିଜେପିଠାରୁ ବିଜେଡି ଆନୁଷ୍ଠାନିକ ଭାବେ ସମଦୂରତା ବଜାୟ ରଖିଛି । ଯଦିଓ କେନ୍ଦ୍ରରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ବିଜେଡି ସମର୍ଥନ କରୁଛି ତେବେ ସମଦୂରତା ନୀତି ସହିତ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବାରମ୍ବାର କୁହାଯାଇଛି ।
ତେଣୁ କଂଗ୍ରେସକୁ ସାଥୀରେ ରଖିବାକୁ ଚାହୁଁଥିବା ନୀତୀଶ କୁମାରଙ୍କ ପାଲରେ ନବୀନ ପଡ଼ିବେ ବୋଲି ବିଶ୍ୱାସ ହେଉନାହିଁ । ପୂର୍ବରୁ ତୃତୀୟ ମୋର୍ଚ୍ଚା କିମ୍ବା ବିଜେପି ବିରୋଧୀ ମେଣ୍ଟ ନେଇ ଜାତୀୟସ୍ତରରେ ଯେବେ ଆଲୋଚନା ହୋଇଛି ନବୀନ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ରଖିଛନ୍ତି ।

ସୂଚନାଥାଉକି, ଗତ ମାର୍ଚ୍ଚ ୨୩ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସ ଆସି ନବୀନଙ୍କୁ ସାକ୍ଷାତ କରିଥିଲେ । ପ୍ରାୟ ୩୦ ମିନିଟ୍ ଧରି ଉଭୟ ଆଲୋଚନା କରିଥିଲେ । ଏହା ସୌଜନ୍ୟମୂଳକ ଥିଲା ଏବଂ କୌଣସି ଗମ୍ଭୀର ରାଜନୈତିକ ଚର୍ଚ୍ଚା ହୋଇନାହିଁ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ତେବେ ଦେଶରେ ସଶକ୍ତ ସଂଘୀୟ ବ୍ୟବସ୍ଥା ଉପରେ ସୁନ୍ଦର ଆଲୋଚନା ହୋଇଥିବା ଜଣାଇଥିଲେ ।

 

Previous Post

ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

Next Post

ରାଷ୍ଟ୍ରପତିଙ୍କ ପାଇଁ ସୌଜନ୍ୟତା ଭୁଲିଗଲେ!

Next Post
ରାଷ୍ଟ୍ରପତିଙ୍କ ପାଇଁ ସୌଜନ୍ୟତା ଭୁଲିଗଲେ!

ରାଷ୍ଟ୍ରପତିଙ୍କ ପାଇଁ ସୌଜନ୍ୟତା ଭୁଲିଗଲେ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA