Thursday, April 30, 2026 10:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

ବିଜୁଳି କଟିଗଲା, ଜେନେରେଟର ଚାଲିଲାନି

by Our Correspondent
06 May, 2023- 06:28 PM
in Latest News, National, News
1 min read
0
ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

ଭୁବନେଶ୍ୱର: ଦେଶର ମହାମହିମ୍ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଅଡିଟୋରିୟମ୍ ରୁ ଆଲୁଅ ପଳେଇଲା । ଜେନେରେଟର୍ ବି ଚାଲିଲାନି । ଚାରିଆଡ଼େ ଅନ୍ଧାର ହୋଇଗଲା । ଆଉ ୯ ମିନିଟ୍ ପରେ ଯାଇ କରେଣ୍ଟ ଆସିଲା । ଆମ ରାଜ୍ୟ ଓଡ଼ିଶାରେ ଏହା ଦେଖିବାକୁ ମିଳିଛି । ଏହି ଅଜବ ଓ ଗର୍ହିତ ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମହାମହିମ୍ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ନିଜ ଜନ୍ମମାଟି ମୟୁରଭଞ୍ଜକୁ ତିନି ଦିନିଆ ଗସ୍ତରେ ଆସିଥିଲେ । ଆଜି ଗସ୍ତର ଶେଷ ଦିନରେ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ(ଏମଏସସିବିୟୁ) ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇଥିଲେ । ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ ରେ ସଭା ହୋଇଥିଲା । ତେବେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ଦେଉଥିବା ବେଳେ ଅଡିଟୋରିୟମ୍ ରୁ ହଠାତ୍ ବିଜୁଳି ଚାଲିଯାଇଥିଲା । ରାଷ୍ଟ୍ରପତିଙ୍କୁ ଏହା ଅସହଜ ହୋଇଥିଲେ ବି ସେ ଅଟକି ନ ଯାଇ ପୋଡିୟମ୍ ରେ ଜଳୁଥିବା ଝାପସା ଲାଇଟରେ ଭାଷଣ ଜାରି ରଖିଥିଲେ । ସେତେବେଳେ ସାରା ହଲ୍ ଅନ୍ଧାରରେ ଥିଲା । ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ, ସୁରକ୍ଷାକର୍ମୀମାନେ ବି ଦିଶି ନ ଥିଲେ । ଛାତ୍ରଛାତ୍ରୀ ଏବଂ ନିମନ୍ତ୍ରିତ ଅତିଥିମାନେ କିଟିମିଟି ଅନ୍ଧାରରେ ବସିଥିଲେ । ୯ ମିନିଟ୍ ପରେ ଯାଇ ବିଜୁଳି ଆସିଥିଲା ।

ପୋଡିୟମ୍ ଝାପସା ଲାଇଟ୍ ରେ ମହାମହିମ୍ ରାଷ୍ଟ୍ରପତି ଭାଷଣ ପଢ଼ୁଥିବା ବେଳେ ହଲ୍ ରେ ଅନ୍ଧାର ରାଜ୍ କରୁଥିଲା । ରାଷ୍ଟ୍ରପତି ସମସ୍ତଙ୍କୁ ଚାହିଁଥିଲେ । ସୁନ୍ଦର ଯେତିକି, ଅନ୍ଧାର ସେତିକି ପଂକ୍ତି ଉଚ୍ଚାରଣରୁ ତାଙ୍କ ମନର ଅସନ୍ତୋଷ ବାରି ହୋଇଯାଉଥିଲା । ‘ଆମେ ଆଜି ଅନ୍ଧାରରେ ବସିଛୁ । କିନ୍ତୁ ଅନ୍ଧାର ଓ ଆଲୋକ ସବୁକୁ ସମାନ ଭାବରେ ନେବା କଥା’ ବୋଲି ମନ୍ତବ୍ୟ ରଖି ପରିସ୍ଥିତି ହାଲକା କରିବାକୁ ଚେଷ୍ଟା କରିଥିଲେ ମହାମହିମ୍ ।

ଦେଶର ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇନ୍ କଟିଯିବା ଏବଂ ରାଷ୍ଟ୍ରପତି ଅନ୍ଧାରରେ ରହିବା ବୋଧହୁଏ ଭାରତବର୍ଷର ପ୍ରଥମ ଘଟଣା । ଏଭଳି ଘଟଣା କିଭଳି ହେଲା ତାହା ସମସ୍ତଙ୍କୁ ଚକିତ୍ କରିଛି । ଆହୁରି ଗମ୍ଭୀର କଥା ହେଉଛି, ଅଡିଟୋରିୟମ୍ ରୁ ତ ବିଜୁଳି ଗଲା ଗଲା । ଏର୍ମଜେନ୍ସୀ ପାଇଁ ପ୍ରସ୍ତୁତ ରହିଥିବା ଡେଡିକେଟେଡ୍ ଜେନେରେଟର ବି କାମ କଲାନାହିଁ । ଯେଉଁଥିପାଇଁ ରାଷ୍ଟ୍ରପତିଙ୍କୁ ଦିନ ୧୧.୫୬ ରୁ ୧୨ଟା ୫ ପର୍ଯ୍ୟନ୍ତ ୯ ମିନିଟ୍ ପାଇଁ ଅନ୍ଧାରରେ ରହିବାକୁ ପଡ଼ିଲା ।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏହି ତ୍ରୁଟି ପାଇଁ କ୍ଷମା ମାଗିଥିଲେ ମଧ୍ୟ ତାହାର କିଛି ମୂଲ୍ୟ ନାହିଁ । ତାଙ୍କର କହିବା କଥା ହେଲା, ୭ ଦିନ ପୂର୍ବରୁ ସବୁ ପ୍ରସ୍ତୁତି ହୋଇଥିଲା । ଅଡିଟୋରିୟମ୍ ର ଲାଇଟ୍ ବ୍ୟବସ୍ଥାକୁ ଇଡକୋ ତଦାରଖ କରିଥିଲା । କାଳେ କିଛି ବିଭ୍ରାଟ ହେବ ସେଥିପାଇଁ ଡେଡିକେଟେଡ୍ ଜେନେରେଟର ବ୍ୟବସ୍ଥା ବି ହୋଇଥିଲା । ମାତ୍ର ତାହା ବି କାମ କଲାନାହିଁ । ଏହି ବିଭ୍ରାଟର ତଦନ୍ତ ହେବ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି କହିଛନ୍ତି । ଇତିମଧ୍ୟରେ ଦାୟିତ୍ୱରେ ଥିବା ଜଣ ଟେକନିସିଆନ୍ ଙ୍କୁ କୁଳପତି ସସପେଣ୍ଡ କରିଛନ୍ତି ।

ବିଜୁଳି ପ୍ରଦାନକାରୀ ଟାଟା ପାୱାର ଏବଂ ବିତରଣ ସଂସ୍ଥା ସିଡିଏନଓଡିଏଲ ନିଜ ହାତ ଝାଡ଼ି ଦେଇଛନ୍ତି । ସେମାନଙ୍କର କୌଣସି ଦୋଷ ତ୍ରୁଟି ନାହିଁ ବୋଲି ଅଧିକାରୀମାନେ ସଫେଇ ଦେଇଛନ୍ତି । ଅଡିଟୋରିୟମ୍ ର ଇଣ୍ଟରନାଲ୍ ୱେୟାରିଂରେ ସମସ୍ୟା ଯୋଗୁଁ ପାୱାର୍ ଟ୍ରିପ୍ କରିଥାଇପାରେ । ତେଣୁ ସେମାନେ ଦାୟୀ ନୁହଁନ୍ତି । ଏହା ଇଡକୋର କାମ ବୋଲି ସିଡିଏନଓଡିଏଲ ସିଇଓ ଭାସ୍କର ସରକାର ପ୍ରତିକ୍ରିୟା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତନାଘନା ଆରମ୍ଭ ହୋଇଛି । ଆରଡିସି, ଜିଲ୍ଲାପାଳ ବୈଠକ ପରେ ବୈଠକ କରୁଛନ୍ତି । ମାତ୍ର ଦୋଷ କାହାର ତାହା ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । ଦେଶର ରାଷ୍ଟ୍ରପତିଙ୍କ ଭାଷଣ ବେଳେ ପାୱର ଟ୍ରିପ୍ ଭଳି ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ଏ ପର୍ଯ୍ୟନ୍ତ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନାଯୋଗ୍ୟ, ରାଜ୍ୟବାସୀ ନାହିଁ ନ ଥିବା ବିଜୁଳି ସମସ୍ୟା ଭୋଗୁଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନେ ବିଜୁଳି ସଙ୍କଟର ସାମନା କରୁଥିବା ବେଳେ କିଛି ଦିନ ତଳେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ଆମ ପାଖରେ ଯଥେଷ୍ଟ ବିଜୁଳି ମହଜୁଦ ଅଛି । ତେଣୁ ପାୱାର୍ କଟ୍ ର ପ୍ରଶ୍ନ ଉଠୁନାହିଁ । ବୈଷୟିକ ତ୍ରୁଟି ଯୋଗୁଁ କେଉଁଠି ପାୱାର ଟ୍ରିପ୍ ହେଉଥିବ । ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ଢ଼େର ସମାଲୋଚନା ହୋଇଥିବା ବେଳେ ଏବେ ଦେଶର ମହାମହିମ୍ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ତଥାକଥିତ ପାୱାର୍ ଟ୍ରିପ୍ ଜାତୀୟସ୍ତରରେ ଓଡ଼ିଶାକୁ ନିନ୍ଦିତ କରିଛି । ଅଧିକାରୀମାନଙ୍କର ଦାୟିତ୍ୱହୀନତା ଓ ହେୟଜ୍ଞାନର ଏହା ନିଚ୍ଛକ ଉଦାହରଣ ବୋଲି କୁହାଯାଉଛି ।

 

Previous Post

ବିଜେଡିକୁ ଭାରି ପଡ଼ିଲେ ମନ୍ତ୍ରୀ ସମୀର ଦାଶ

Next Post

ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

Next Post
ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

ନବୀନଙ୍କୁ ମନାଇବାକୁ ଆସିବେ ନୀତୀଶ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA