Friday, May 1, 2026 12:14 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିକୁ ଭାରି ପଡ଼ିଲେ ମନ୍ତ୍ରୀ ସମୀର ଦାଶ

୧୧ ନଂ ଜିଲ୍ଲା ପରିଷଦ ଉପନିର୍ବାଚନ

by Our Correspondent
05 May, 2023- 10:33 PM
in Latest News, News
1 min read
0
ବିଜେଡିକୁ ଭାରି ପଡ଼ିଲେ ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିଜ ଗଡ଼ରେ ତାଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି । ଗୋପ ବ୍ଲକ୍ ୧୧ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ସେ ଜିତାଇ ପାରିନାହାନ୍ତି । ଏହି ଆସନଟି ତାଙ୍କ ପାଇଁ ଓ ତାଙ୍କ ଦଳ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ବିଜେପି ସେଇ ଆସନଟିକୁ ଛଡ଼ାଇ ନେବା ମନ୍ତ୍ରୀଙ୍କ ପତିଆରା ଉପରେ ଶକ୍ତ ଚାପୁଡ଼ା ଲଗାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଅପବାଦରେ ପଡ଼ିଥିବା ସମୀରଙ୍କ ପାଇଁ ଏହା ରାଜନୈତିକ ବିପଦ ଆଣିଥିବା କୁହାଯାଉଛି ।

ବିଜେଡି ହାତଛଡ଼ା କରିଥିବା ଏହି ୧୧ ନମ୍ବର ଜୋନ୍ ରୁ ମନ୍ତ୍ରୀଙ୍କର ଏକଦା ବିଶ୍ୱସ୍ତ ଧର୍ମେନ୍ଦ୍ର ସାହୁ ପ୍ରତିନିଧିତ୍ୱ କରୁଥିଲେ । ମାତ୍ର ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ଗତ ସେପ୍ଟେମ୍ବର ମାସରେ ତାଙ୍କର ଶିଶୁପାଳଗଡ଼ସ୍ଥିତ ବାସଭବନରେ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଦେଇଥିଲେ । ଆତ୍ମହତ୍ୟା ପୂର୍ବରୁ ଜଣେ ବନ୍ଧୁଙ୍କ ସହ କରିଥିବା ଟେଲିଫୋନ୍ କଥାବାର୍ତ୍ତାରେ ତାଙ୍କର ବ୍ୟକ୍ତିଗତ ସମସ୍ୟା ଉଲ୍ଲେଖ କରି ମନ୍ତ୍ରୀ ସମୀର ଦାଶଙ୍କ ନାଁ ନେଇଥିଲେ । ଏହାକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି ହୋଇଥିଲା । ସମୀର ଦାଶଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ସହ ମାମଲାରେ ତଦନ୍ତ ପରିସରଭୁକ୍ତ କରିବାକୁ ବିରୋଧୀ ଦଳ ଦାବି କରିଥିଲେ । ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା ।

ହେଲେ ବିରୋଧୀଙ୍କ ଚାପର କିଛି ପ୍ରଭାବ ପଡ଼ିଲାନି । ଆଇନ ତା ବାଟରେ ଯାଉଛି କହି ସମୀରଙ୍କୁ ତାଙ୍କ ଦଳ ଓଲଟି ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲା । ଏହି ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଯୋଗୁଁ ଖାଲି ପଡ଼ିଥିବା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ବିଜେଡି ଓ ସମୀରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା ।

ସେପଟେ ବିଜେପି ଏହି ଆସନକୁ ବିଜେଡି ହାତରୁ ଛଡ଼ାଇ ଆଣିବାକୁ ସମୀର ଦାଶଙ୍କୁ ଟାର୍ଗେଟ୍ କରିଥିଲା । ଦଳର ତୁଙ୍ଗ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ସମୀରଙ୍କ ବିରୋଧରେ ଜନମତ ସୃଷ୍ଟି କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଶେଷରେ ବିରୋଧୀ ଶିବିର ସେଥିରେ ସଫଳ ହୋଇଛନ୍ତି ।

୧୧ ନମ୍ବର ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡିର ଭାଗିରଥୀ ସେନାପତିଙ୍କୁ ୧୭୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ବିଜେପି ପ୍ରାର୍ଥୀ ୧୧ ହଜାର ୨୪୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୧ ହଜାର ୬୪ ଖଣ୍ଡ ଭୋଟ୍ ପାଇଛନ୍ତି ।

 

Previous Post

ପ୍ରତି କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ହଜାରେ ଟଙ୍କା

Next Post

ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

Next Post
ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

ଅନ୍ଧାରରେ ଭାଷଣ ଦେଲେ ମହାମହିମ୍ ରାଷ୍ଟ୍ରପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA