Thursday, June 25, 2026 07:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ଟି ‘ମା’ ଗୃହ

by Our Correspondent
27 Sep, 2020- 01:31 PM
in Latest News
1 min read
0
ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୯ଟି ‘ମା’ ଗୃହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି, ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମା’ ଓ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବାକୁ ଅଧିକ ସଂଖ୍ୟାରେ ‘ମା’ ଗୃହ’ ପ୍ରତିଷ୍ଠା କରାଯିବ।

ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ସରକାରୀ ଓ ଘରୋଇ ସହଭାଗିତାରେ ଚାଲିଥିବା ବିଭିନ୍ନ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ୟୁପିଏଚସି), ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର (ପିଏଚସି) ଏବଂ ମା’ ଗୃହ ପରିଚାଳନା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗରୁ ରାଉରକେଲାର ତିଲ୍‌କାନଗର ଏବଂ ସେକ୍ଟର ୨୨ରେ ଥିବା ୟୁପିଏଚସିଗୁଡ଼ିକ ପିପିପି ଧାରାରେ ଚାଲିଛି। ବର୍ତ୍ତମାନ ରାଉରକେଲାର ହମିରପୁର ଏବଂ ମହତାବ ରୋଡ୍ ୟୁପିଏଚସିକୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଫଳରେ ଜିଲ୍ଲାରେ ଥିବା ମୋଟ ୧୦ଟି ସହରାଞ୍ଚଳ ପିଏଚସି ଭିତରୁ ସ୍ୱାସ୍ଥ୍ୟ ବିଭାଗ ସିଧାସଳଖ ଭାବେ ୬ଟିର ପରିଚାଳନା କରୁଥିବା ବେଳେ ୪ଟି କେନ୍ଦ୍ରର ପରିଚାଳନା ଯୋଗ୍ୟ ଘରୋଇ ବା ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା କରାଯିବ।

ସେହିପରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ୯ଟି ନୂଆ ମା’ ଗୃହ ପ୍ରତିଷ୍ଠା କରାଯିବା ସହ ଜିଲ୍ଲାରେ ଥିବା ମୋଟ ୭୫ଟି ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମଧ୍ୟରୁ ୫ଟିକୁ ସରକାରୀ ଓ ଘରୋଇ ସହଭାଗିତା ମାଧ୍ୟମରେ ପରିଚାଳନା କରିବାକୁ ବୈଠକରେ ସ୍ଥିର କରାଯାଇଛି।

‘‘ସୁନ୍ଦରଗଡ଼ ଭଳି ଏକ ଆଦିବାସୀବହୁଳ ଜିଲ୍ଲାରେ ମା’ ଓ ନବଜାତଙ୍କ ସୁରକ୍ଷା ପାଇଁ ‘ମା’ ଗୃହ’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦୁର୍ଗମ ଅଞ୍ଚଳ ସହିତ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବିଭିନ୍ନ ଜଟିଳତାର ଲକ୍ଷଣ ଥିବା ଗର୍ଭବତୀ ମହିଳାମାନଙ୍କୁ ପ୍ରସବର କିଛିଦିନ ଆଗରୁ ଏହି ମା’ ଗୃହରେ ରଖାଯାଉଛି। ସେଠାରେ ମା’ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ପୁଷ୍ଟିକର ଆହାର, ଗର୍ଭାବସ୍ଥାଜନିତ ପରାମର୍ଶ ଦିଆଯିବା ସହିତ ଠିକଣା ସମୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇ ସୁରକ୍ଷିତ ପ୍ରସବକୁ ସୁନିଶ୍ଚିତ କରାଯାଇପାରୁଛି। ପ୍ରସବ ପରେ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଘରକୁ ପଠାଯାଉଛି,’’ କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

୨୦୧୨ ମସିହାରୁ ଜିଲ୍ଲାର ଲେଫ୍ରିପଡ଼ା, ଲହୁଣିପଡ଼ା, ଗୁରୁଣ୍ଡିଆ, କୋଇଡ଼ା ଏବଂ ରାଜଗାଙ୍ଗପୁର ଆଦି ବ୍ଲକର ଦୁର୍ଗମ ଅଞ୍ଚଳରେ ପାଞ୍ଚଟି ମାଆ ଘର ଚାଲିଛି। ସେହିପରି ପରବର୍ତ୍ତୀ ସମୟରେ ଲେଫ୍ରିପଡ଼ା, ଗୁରୁଣ୍ଡିଆ, ଲହୁଣିପଡ଼ା ଓ କୋଇଡାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଆଉ ୪ଟି ଆଠ ଶଯ୍ୟାବିଶିଷ୍ଟ ମା’ ଗୃହ ପ୍ରତିଷ୍ଠା କରାଯାଇଛି। ଚଳିତବର୍ଷଠାରୁ ଏଗୁଡ଼ିକ କାର୍ଯ୍ୟକ୍ଷମ ହୋଇଛି। ତେବେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଏସବୁର ବିଧିବଦ୍ଧ ଉଦ୍‌ଘାଟନ ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମା’ ଗୃହଗୁଡ଼ିକରୁ ୨୦୧୯-୨୦ ବର୍ଷରେ ୧୪୭୭ ଜଣ ମା’ ଉପକୃତ ହୋଇଛନ୍ତି। ସେହିପରି ୨୦୨୦ ଏପ୍ରିଲ୍ ୧ରୁ ଅଗଷ୍ଟ ୩୧ ସୁଦ୍ଧା ୭୦୭ ଜଣ ମା’ ସେବା ପାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ହେମଗିରି ବ୍ଲକର ଡୁଡୁକା, ଟାଙ୍ଗରପାଲିର ତଲସାଡିହି, ସବଡେଗାର ଟାଙ୍ଗର ଗାଁ, ବଡ଼ଗାଁର ଏକମା, କୁତ୍ରାର ଖତକୁରବାହାଲ, ଲାଠିକଟାର ରାମଯୋଡ଼ି, ବଣାଇଗଡ଼ର ଟିକାୟତପଲ୍ଲୀ ଏବଂ ବିଶ୍ରାଠାରେ ଆଉ ନଅଟି ମା’ ଗୃହ ପ୍ରତିଷ୍ଠା କରାଯିବ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏଥିପାଇଁ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି କରାଯାଇଛି।

ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ, ସହରାଞ୍ଚଳ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ୧୮୦ଟି ଗାଁକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଏହିସବୁ ଅଞ୍ଚଳରେ ମା’ ଗୃହ ପ୍ରତିଷ୍ଠା କରି ମାତୃ ଓ ଶିଶୁ ମୃତ୍ୟୁହାରକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।

Previous Post

KKR beat SRH by 7 wickets

Next Post

ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

Next Post
ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

ବିଧାନସଭା: ୭୫୭ ରୁ ୧୩୬ ପଜିଟିଭ୍, ଦେବୀ ମିଶ୍ରଙ୍କୁ ପୁଣି କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA