Tuesday, May 26, 2026 03:38 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶରଣ ପରେ ମାରଣ!!

by Our Correspondent
02 Jan, 2020- 10:24 PM
in Latest News, News, Politics
1 min read
0
ଶରଣ ପରେ ମାରଣ!!
ଭୁୁବନେଶ୍ୱର: ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ କୁହାଯାଉଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କ ୮ ମାସ ତଳର ରାଜନୈତିକ ଅଧ୍ୟାୟକୁ ସାର୍ବଜନୀନ କରିଛି ବିଜେଡ଼ି । ଗତ ସାଧାରଣ ନିର୍ବାଚନରେ ବିଜେପି ଟିକେଟରୁ ବଞ୍ଚିତ ଲେଖାଶ୍ରୀ କୁଆଡ଼େ ବିଜେଡ଼ିରୁ ଟିକେଟ ନେବା ପାଇଁ ବ୍ୟାକୁଳ ଥିଲେ । ସେଥିପାଇଁ ଦଳର ପାୱାରଫୁଲ୍ ନେତା ପ୍ରଣବ ପ୍ରକାଶ(ବବି) ଦାସଙ୍କ ଶରଣ ପଶିଥିଲେ । ବବି ଚାହିଁଲେ ବିଜେଡ଼ିରେ ମିଶାଇ ଟିକେଟ କରିଦେବେ ବୋଲି ତାଙ୍କର ଭରସା ଥିଲା । ମାତ୍ର ବବି ତାଙ୍କୁ ଦେଖି ଓଲଟି ନାକ ଟେକିଥିଲେ । ଫଳରେ ଲେଖାଶ୍ରୀଙ୍କ ବିଧାୟକ ଆଶାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା ।
ଆଜି ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ଏହି ଖୁଲାସା କରିଥିବାରୁ ରାଜନୈତିକ ମହଲରେ କୌତୁହଳ ସୃଷ୍ଟି ହୋଇଛି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଲେଖାଶ୍ରୀ ଅଧ୍ୟାପିକା ଚାକିରି ଛାଡ଼ିବା ପରେ ବିଜେଡ଼ିକୁ ମନ ବଳାଇଥିବା କଥାଟି ପୂର୍ବରୁ ସାର୍ବଜନୀନ ହୋଇସାରିଥିଲା । ନବୀନ ନିବାସ ପର୍ଯ୍ୟନ୍ତ ବିଜେଡ଼ିର ବାରଦ୍ୱାର ବୁଲି ପ୍ରତ୍ୟାଖ୍ୟାତ ହେଲା ପରେ ଯାଇ ବିଜେପିକୁ ବିକଳ୍ପ ବାଛିଥିଲେ ବୋଲି ବିଜେଡ଼ି ମୁଖପାତ୍ର ସୁଲତା ଦେଓ କହିଥିଲେ । ନିଜେ ଲେଖାଶ୍ରୀ ମଧ୍ୟ ଏକ ଟିଭି ସାକ୍ଷାତକାରରେ ବିଜେଡ଼ିରେ ମୂଳରୁ ମିଶିବାକୁ ଚାହିଁଥିବା ମାନିଥିଲେ ।
ତେବେ ଲେଖାଶ୍ରୀଙ୍କ ସେହି ଅଧ୍ୟାୟଟି ପୁରୁଣା ହୋଇସାରିଥିବା ବେଳେ ବିଜେଡ଼ି ନୂଆ ପେଂଚ ସାମନାକୁ ଆଣିଛି । ଲେଖାଶ୍ରୀଙ୍କ ତଥାକଥିତ ନୀତି, ଆଦର୍ଶ ଉପରେ ଚୋଟ ମାରି ତାଙ୍କୁ ହୀନସ୍ତାରେ ପକାଇବାକୁ ଚାହିଁଛି ।
୨୦୧୯ ମସିହା ନିର୍ବାଚନ ବେଳେ ତୁଷାରକାନ୍ତି ବେହେରା(କାକଟପୁର) ଏବଂ ଭାଗିରଥୀ ସେଠୀ(ଆନନ୍ଦପୁର) ବିଜେପି ଟିକେଟ ପାଇଥିଲେ ମଧ୍ୟ ତାହାକୁ ଫେରାଇ ବିଜେଡ଼ିରେ ଯୋଗଦେଲେ ଏବଂ ରାତାରାତି ଟିକେଟ ନେଇଗଲେ । ସେହି ସମୟରେ ବିଜେପି ଟିକେଟରୁ ବଞ୍ଚିତ ଲେଖାଶ୍ରୀ ବିଜେଡ଼ି ଆସି ଟିକେଟ ନେବାକୁ ମନ ବଳାଇଥିଲେ । ବିଜେଡ଼ିର ଏବେକାର ସାଧାରଣ ସମ୍ପାଦକ(ସଂଗଠନ) ଙ୍କୁ ସେଥିପାଇଁ ଅନୁରୋଧ କରିଥିଲେ ବୋଲି ବିଜେଡ଼ି ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର କହିଛନ୍ତି ।
ଖାଲି ସେତିକି ନୁହେଁ, ବିଜେପି ତାଙ୍କୁ ଏକଘରିକିଆ କରୁଥିବା କହି ଲେଖାଶ୍ରୀ ଦୁଃଖ ଜଣାଇଥିଲେ । ଯେଉଁମାନେ ଚାକିରି ଓ ବୃତ୍ତି ଛାଡ଼ି ବିଜେଡ଼ିକୁ ଆସୁଛନ୍ତି, ଏଠି ସୁଯୋଗ ପାଉଛନ୍ତି । ମାତ୍ର ସେ ଶିକ୍ଷକତା ଛାଡ଼ି ବିଜେପିରେ ମିଶିଥିଲେ ମଧ୍ୟ ଦଳରେ କୌଣସି ଭବିଷ୍ୟତ ଦେଖିପାରୁନାହାନ୍ତି ବୋଲି ଗୁହାରି କରି ବିଜେଡ଼ିରୁ ଖଣ୍ଡିଏ ଟିକେଟ ପାଇଁ କାକୁତୀମିନତୀ ହୋଇଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର ।
ଲେଖାଶ୍ରୀଙ୍କ ଅତୀତ କାର୍ଯ୍ୟକଳାପକୁ ଅନୁଧ୍ୟାନ କଲା ପରେ ବିଜେଡ଼ି ତାଙ୍କୁ ଗ୍ରହଣ କରି ନ ଥିଲା । ସେବେଠାରୁ ସେ ବିଜେଡ଼ି ଉପରେ ରାଗରେ ଜଳିବା ସହ ଅଧିକ ପ୍ରତିହିଂସାପରାୟଣ ହୋଇ ଶାଳୀନତା ଭୁଲୁଛନ୍ତି । ଏପରିକି ଦଳରେ ମିଶିବା ପାଇଁ ଯେଉଁମାନଙ୍କୁ(ବବି) କୁକୁତୀମିନତୀ ହେଉଥିଲେ ତାଙ୍କ ବିରୋଧରେ ମନ୍ତବ୍ୟ ଦେବାକୁ ପଛାଉନାହାନ୍ତି ବୋଲି ଡ. ପାତ୍ର କହିଛନ୍ତି ।
ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ନୀଳଗିରି ବିଧାନସଭା ଆସନ ନଚେତ ବାଲେଶ୍ୱର ଲୋକସଭା ଆସନରୁ ବିଜେପି ଟିକେଟ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର । ଖାଲି ଆଶା ନୁହେଁ, ଦୃଢ଼ନିଶ୍ଚିତ ଥିଲେ । ମାତ୍ର ଶେଷ ମୁହୁର୍ତ୍ତ ରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ହତୋତ୍ସାହିତ ଲେଖାଶ୍ରୀ ନିର୍ବାଚନ ପ୍ରଚାରର ଗରମ ସମୟରେ ନରମ ପଡ଼ିଯାଇଥିଲେ ।
ଏବେ ସେହି ଲେଖାଶ୍ରୀ ବିଜେଡ଼ିକୁ କଟୁ ଭାଷାରେ ସମାଲୋଚନା ଜାରି ରଖିବାକୁ ବିଜେଡ଼ି ହଜମ କରିନାହିଁ । ବିଶେଷକରି ଯାଜପୁରର ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାକୁ ନେଇ ଲେଖାଶ୍ରୀଙ୍କ ହମଲାକୁ ବିଜେଡ଼ି ପ୍ରତିଶୋଧପରାୟଣ ଦର୍ଶାଇ ନ୍ୟୁନ କରିବାକୁ ଉଦ୍ୟମ କରିଛି । ଓଲଟି ତାଙ୍କର ବ୍ୟକ୍ତିଗତ ରାଜନୈତିକ ଗୁମର ଖୋଲି ପାଲଟା ପ୍ରତିଶୋଧ ରାଜନୀତିକୁ ଓହ୍ଲାଇଛି  ।
ଆଜି ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ପୁଣି ବିଜେଡ଼ିକୁ ଘେରିଥିଲେ । ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରାଙ୍କୁ ପୁଲିସ ରିମାଣ୍ଡରେ ନନେଇ କିଭଳି ଦୁଇ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ବୋଲି ପ୍ରଶ୍ନ କରିଥିଲେ । ରୂପେଶଙ୍କୁ ଜେଲ୍ ରେ ଜ୍ୱାଇଁପୁଅ ଭଳି ଚର୍ଚ୍ଚା ହେଉଛି ଏବଂ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଚାପରେ ହେଉଛି ବୋଲି ସିଧାସଳଖ ଅଭିଯୋଗ ଆଣିଥିଲେ ।
ଲେଖାଶ୍ରୀଙ୍କ ଏଭଳି ଅଭିଯୋଗର କୌଣସି ସତ୍ୟତା ନାହିଁ । ସେ ପ୍ରତିଶୋଧପରାୟଣ ହୋଇ ମିଥ୍ୟା ଅଭିଯୋଗ ଆଣୁଥିବା ବିଜେଡ଼ି ମୁଖପାତ୍ର ଡ. ପାତ୍ର କହିଛନ୍ତି । ମହିଳା ହିଂସା ଭଳି ସମ୍ବେଦନଶୀଳ ଘଟଣାରେ ରାଜନୀତି ନ କରିବାକୁ ବିଜେଡ଼ି ବାରମ୍ବାର କହି ଆସିଛି । ମାତ୍ର ଦୁର୍ଭାଗ୍ୟର କଥା ବିଜେପି ନେତାମାନେ ଏହାକୁ ନେଇ ନିମ୍ନରୁଚିର ରାଜନୀତି କରୁଛନ୍ତି । ଯଦି ବିଜେପି ନିକଟରେ ପ୍ରମାଣ ଥାଏ ତେବେ ତାହାକୁ ପୁଲିସ, ଅଦାଲତଙ୍କୁ ଦେବା ସହିତ ସର୍ବସାଧାରଣରେ ପ୍ରକାଶ କରିବାକୁ ସେ ଆହ୍ୱାନ କରିଛନ୍ତି ।
ବିଜେଡ଼ିର ଏହି ପାଲଟା ଜବାବ ଏବଂ ରାଜନୈତିକ ଆକ୍ଷେପ ଉପରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ ।
Previous Post

ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ସଚିବ, ମେହେର୍ଦ୍ଦାଙ୍କୁ ପରିବହନ

Next Post

ବିିପଦରେ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ

Next Post
ବିିପଦରେ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ

ବିିପଦରେ ପୁଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA