Tuesday, May 26, 2026 05:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏଥର ଜଟଣୀରେ ମାଡ଼ି ଚାଲିବେ ସୁରଙ୍କ ସାନପୁଅ

by Our Correspondent
04 Jan, 2020- 06:21 PM
in Latest News, News, Politics
1 min read
0
ଏଥର ଜଟଣୀରେ ମାଡ଼ି ଚାଲିବେ ସୁରଙ୍କ ସାନପୁଅ
ଭୁବନେଶ୍ୱର: ବିଦେଶରେ ଚାକିରି କରୁଥିବା ସୁର ରାଉତରାୟଙ୍କ ବଡ଼ପୁଅ ସିଦ୍ଧାର୍ଥ ରାଜନୀତିକୁ ଆସିବେ ବୋଲି ଚର୍ଚ୍ଚା ହେଉଥିଲା । ନିକଟରେ କଂଗ୍ରେସ ପ୍ରତିଷ୍ଠା ଦିବସରେ କଂଗ୍ରେସ ଭବନ ଆସିଥିଲେ ସିଦ୍ଧାର୍ଥ । ରାଜନୀତିକୁ ଆସିବେ କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କଲାରୁ ସେ ମନା କରି ନ ଥିଲେ । ବାପା ଚାହିଁଲେ ରାଜନୀତି କରିବେ ବୋଲି ମନଖୋଲି କହିଥିଲେ ।
ମାତ୍ର ବଡ଼ପୁଅକୁ ରାଜନୀତି ମଇଦାନକୁ ଆଣିବା ପାଇଁ ଚାହିଁନାହାନ୍ତି ସୁର ରାଉତରାୟ । ତାଙ୍କର ରାଜନୈତିକ ଉତ୍ତରାଧିକାରୀ ଭାବେ ସାନପୁଅ ମନ୍ମଥଙ୍କୁ ବାଛିଛନ୍ତି । ଆଜି ଗଣମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ସାନପୁଅର ଦକ୍ଷତା ଉପରେ ସୁରଙ୍କର ଗଭୀର ଆସ୍ଥା ରହିଛି । ଏପରିକି ତାଙ୍କଠାରୁ ସାନପୁଅ ଅଧିକ ଦକ୍ଷ ବୋଲି ସାର୍ଟିଫିକେଟ୍ ଦେଇଛନ୍ତି । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ୍ ଅଛନ୍ତି । ସେ ୨୦ ଦିନ ବିମାନ ଉଡ଼ାଉ ଥିବା ବେଳେ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛନ୍ତି । ତେଣୁ ଲୋକଙ୍କ କଥା ମନ୍ମଥ ମୋଠାରୁ ବେଶୀ ବୁଝିବ ବୋଲି ସୁର କହିଛନ୍ତି ।
ତାଙ୍କର ଦୁଇପୁଅ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରି ବାହାରେ ରହୁଛନ୍ତି । ତେଣୁ ରାଜନୀତି ପାଇଁ ଆଗ୍ରହୀ ନୁହଁନ୍ତି କି ସେ କାହାରିକୁ ରାଜନୀତିକୁ ଆଣିବା ପାଇଁ ବାଧ୍ୟ କରିବେନି । ଏକଥା ବାରମ୍ବାର କହି ଆସୁଥିଲେ ସୁର ରାଉତରାୟ । ୨୦୧୯ ନିର୍ବାଚନ ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଥିଲେ ମଧ୍ୟ ଜଟଣୀ ଆସନରେ କାହାରିକୁ ଉତ୍ତରାଧିକାରୀ କରିବେ ତାହା ଝୁଲାଇ ରଖିଥିଲେ । ଜ୍ୱାଇଁ ପ୍ରସାଦ ହରିଚନ୍ଦନ ହିଁ ଜଟଣୀରେ ତାଙ୍କର ଉତ୍ତରାଧିକାରୀ ହେବେ ବୋଲି ଅନେକ ଚର୍ଚ୍ଚା କରୁଥିଲେ ।
ଠିକ୍ ଏତିକି ବେଳେ କଂଗ୍ରେସ ଭବନରେ ବଡ଼ପୁଅ ସିଦ୍ଧାର୍ଥଙ୍କ ଆର୍ବିଭାବ ହେଲା । ନିଜର ରାଜନୈତିକ ଅଭିସନ୍ଧିକୁ ବୁଲେଇ ବଙ୍କେଇ ଶୁଣାଇ ଦେଇଗଲେ । ସୁତରାଂ ସୁରଙ୍କ ରାଜନୈତିକ ଦାୟାଦ ଭାବେ ସିଦ୍ଧାର୍ଥଙ୍କ ନାଁ ସମସ୍ତେ ନିଶ୍ଚିତ ହୋଇଥିଲେ । ମାତ୍ର ବଡ଼ପୁଅ ସିଦ୍ଧାର୍ଥ ନୁହଁନ୍ତି, ସାନପୁଅ ମନ୍ମଥ ହିଁ ତାଙ୍କର ରାଜନୈତିକ ଦାୟାଦ ବୋଲି ସୁରଙ୍କ ଅଚାନକ ଘୋଷଣା ପରେ ସୁର ରାଉତରାୟଙ୍କ ପରିବାର ରାଜନୀତିକୁ ନେଇ ଉଷ୍ମତା ବଢ଼ିଛି । କେହି କେହି ଏହାକୁ ସୁରଙ୍କ ପରିବାର କଳି ବୋଲି ମଧ୍ୟ କଟାକ୍ଷ କରୁଛନ୍ତି ।
ସୂଚନାଯୋଗ୍ୟ, ସୁର ରାଉତରାୟଙ୍କ ଜ୍ୱାଇଁ ଭାବେ ପ୍ରସାଦ ହରିଚନ୍ଦନ ଜଣାଶୁଣା । ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଶିବ ପ୍ରସାଦ ଭଞ୍ଜ ବିଜେପିରେ ଅଛନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ସେ ଖଣ୍ଡପଡ଼ାରୁ ବିଜେପି ପ୍ରାର୍ଥୀ ଭାବେ ଲଢ଼ିଥିଲେ । ରାଜନୀତିରେ ସକ୍ରିୟ ଥିବା ପୁତୁରା ସଂଗ୍ରାମ ରାଉତରାୟଙ୍କ ସହ ତାଙ୍କର ଶତ୍ରୁତା ସମସ୍ତେ ଜାଣନ୍ତି । ୨୦୧୪ ନିର୍ବାଚନରେ ସଂଗ୍ରାମ ହିଁ ତାଙ୍କର ବିଧାନସଭା ବାଟ ଓଗାଳିଥିଲେ ।
Previous Post

ଆପେ ବଞ୍ଚିଲେ ବାପର ନାଁ

Next Post

‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’

Next Post
‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’

‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA