Monday, May 25, 2026 11:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପାହାନ୍ତିଆ କଟକ ଟୁର୍ ରେ ପୁଣି ପାଣ୍ଡିଆନ୍

by Our Correspondent
22 Jan, 2020- 03:31 PM
in Latest News, News
1 min read
0
ପାହାନ୍ତିଆ କଟକ ଟୁର୍ ରେ ପୁଣି ପାଣ୍ଡିଆନ୍
ଭୁୁବନେଶ୍ୱର: କଟକ ଏସସିବି ମେଡ଼ିକାଲ୍ କଲେଜ ଏବଂ ହସ୍ପିଟାଲ୍(ଏସସିବି)ର ପ୍ରସ୍ତାବିତ ଦ୍ୱିତୀୟ କ୍ୟାମ୍ପସ୍ ଅଞ୍ଚଳକୁ ଆଜି ବୁଲି ଦେଖିଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଭୋର୍ ୫ଟା ୧୫ ମିନିଟ୍ ରେ ଶ୍ରୀ ପାଣ୍ଡିଆନ୍, ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ମହାନଦୀର ହାଡ଼ିଆ ପଠା ଓ ସିସୋର ପଠା ଅଞ୍ଚଳ ପରିଦର୍ଶନ କରିଥିଲେ । ମେରିଟାଇମ୍ ମ୍ୟୁଜିୟମ୍ ଠାରେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ କରି ଦ୍ୱିତୀୟ କ୍ୟାମ୍ପସ୍ ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିସହ ନୌବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ଲାଗି କ’ଣ କରାଯାଇପାରିବ ତାହା ଅନୁଧ୍ୟାନ କରିଥିଲେ । ଆରଡିସି, କଟକ ଜିଲ୍ଲାପାଳ, ଏସପିଙ୍କ ସମେତ ଜଳସମ୍ପଦ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ପାଣ୍ଡିଆନ୍ ଙ୍କ ବୈଠକରେ ଉପସ୍ଥିତ ଥିଲେ ।
ପାହାନ୍ତା ପହରରେ ୫-ଟି ସଚିବଙ୍କର ପୁନର୍ବାର ଏହି ତୋଫାନୀ ଗସ୍ତକୁ ନେଇ କଟକ ଜିଲ୍ଲା ପ୍ରଶାସନ ଏବଂ ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି ।
ପୂର୍ବରୁ ଗତ ନଭେମ୍ବର ୬ ତାରିଖ ରାତି ପାହିବା ପୂର୍ବରୁ ପାଣ୍ଡିଆନ୍ ଅଚାନକ କଟକ ଏସସିବିରେ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀସେବା ବ୍ୟବସ୍ଥାର ତଦାରଖ କରିଥିଲେ । ମେଡ଼ିକାଲ୍ ବିଲଡିଂ ଏବଂ ଖେଳ ପଡ଼ିଆ ବୁଲି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ।
ସେଦିନ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଏସସିବି ପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । ଦେଶର ଶ୍ରେଷ୍ଠ ଚିକିତ୍ସା ସେବା ଅନୁଷ୍ଠାନ ସହିତ ଏସସିବିକୁ ସମକକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ସହ ଏସସିବିକୁ ଏମସ୍ ପ୍ଲସ୍ ଅନୁଷ୍ଠାନ ଭାବେ ଗଢ଼ିବାକୁ ଘୋଷଣା କରିଥିଲେ ।
ଚଳିତ ମାସ ୯ ତାରିଖରେ ପାଣ୍ଡିଆନ୍ ଓ ଟିମ୍ ବଡ଼ି ଭୋର୍ ରୁ କୋଣାର୍କରେ ପହଞ୍ଚି ସୂର୍ଯ୍ୟମନ୍ଦିର ଓ ଏହାର ଆଖାପାଖ ଅଞ୍ଚଳ ବୁଲି ଦେଖିଥିଲେ । ଖୁବ୍ ଶୀଘ୍ର ସେଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଆଜି ପାଣ୍ଡିଆନ୍ ଙ୍କ କଟକ ଗସ୍ତ ପରେ ଏସସିବି ଦ୍ୱିତୀୟ କ୍ୟାମ୍ପସ୍ ଏବଂ ମହାନଦୀ ପଠାରେ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।
Previous Post

ବରଗଡ଼ରେ କ୍ୟାନସର ହସ୍ପିଟାଲ୍

Next Post

ଏସସିବିକୁ ବିଶ୍ୱସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ

Next Post
ଏସସିବିକୁ ବିଶ୍ୱସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ

ଏସସିବିକୁ ବିଶ୍ୱସ୍ତରୀୟ କରିବା ପ୍ରକ୍ରିୟା ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA