Saturday, May 30, 2026 08:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଓ ଅପରେସନ୍ ରେ ପୁଲିସକୁ ବଡ଼ ସଫଳତା

by Our Correspondent
07 Feb, 2020- 09:29 PM
in Latest News, News
1 min read
0
ମାଓ ଅପରେସନ୍ ରେ ପୁଲିସକୁ ବଡ଼ ସଫଳତା
Spread the love
ଭୁବନେଶ୍ୱର: ମାଓ ଅପରେସନ୍ ରେ ଓଡ଼ିଶା ପୁଲିସକୁ ମିଳିଛି ସବୁଠାରୁ ବଡ଼ ସଫଳତା । ବିଚ୍ଛିନ୍ନାଞ୍ଚଳରେ ବିଭିନ୍ନ ମାଓ ଆଡ୍ଡା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ ହୋଇଛି । ପ୍ରଥମ ଥର ପାଇଁ ଇନସାସ ଭଳି ବିପଜ୍ଜନକ ମାରଣାସ୍ତ୍ର ଜବତ ହୋଇଥିବା ପୁଲିସ ଡିଜି ଶ୍ରୀ ଅଭୟ ସୂଚନା ଦେଇଛନ୍ତି ।
ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ‘ଅପରେସନ୍ ସ୍ୱାଭିମାନ’ ର ସଫଳତା ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ ଡିଜି । ବିଏସଏଫ, କୋବ୍ରା ବାହିନୀ ସମେତ ଆନ୍ଧ୍ରର ଗ୍ରେ ହାଉଣ୍ଡ ଜବାନ ସହାୟତାରେ ଜାନୁଆରୀ ୮ରୁ ୨୦ ତାରିଖ ଯାଏଁ ଚାଲିଥିଲା ଏହି ଅପରେସନ୍ । ନିର୍ଦ୍ଦିଷ୍ଟ ଭାବେ ଗତ ୧୫ ତାରିଖରେ ସ୍ୱାଭିମାନ ଅଞ୍ଚଳର ଗୋଇଗୁଡ଼ା ଗାଁରେ ଏକ ମାଓ ଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା । ଏସପିଙ୍କ ନେତୃତ୍ୱରେ ଏସଓଜି ଏବଂ ଡିଭିଏଫ କମାଣ୍ଡୋ ବାହିନୀର ଚଢ଼ାଉ ବେଳେ ମାଓବାଦୀଙ୍କ ସହ ଗୁଳିବିନିମୟ ହୋଇଥିଲା । ସେଠାରୁ ମାଓବାଦୀମାନେ ଖସି ପଳାଇବାରେ ସମର୍ଥ ହୋଇଥିଲେ ମଧ୍ୟ ପୁଲିସ ହାତରେ ପଡ଼ିଥିଲା ଗୁରୁତ୍ୱପୂର୍ଣ୍ଣ ମାଓ ଦସ୍ତାବିଜ୍, ବିପୁଳ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ଅନ୍ୟାନ୍ୟ ଇଲେକଟ୍ରୋନିକସ୍ ସାମଗ୍ରୀ । ଏହିଭଳି ଭାବେ ବିଭିନ୍ନ ସ୍ଥାନରେ ମାଓ ଆଡ୍ଡା ଉପରେ ଚଢ଼ାଉରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି ।

ସେଥିମଧ୍ୟରେ ରହିଛି ଗୋଟିଏ ଇନସାସ୍ ଲାଇଟ୍ ମେସିନ୍ ଗନ୍, ୩ଟି ଇନସାସ୍ ରାଇଫଲ୍, ୩ଟି କାର୍ବାଇନ୍ ଷ୍ଟେନ୍ ଗନ୍, ଗୋଟିଏ .୩୦୩ ରାଇଫଲ୍, ଗୋଟିଏ ପିସ୍ତଲ୍, ୨୦୨ ରାଉଣ୍ଡ ୫.୫୬ ମିମି ଅସ୍ତ୍ର, ୫୯ ରାଉଣ୍ଡ ୭.୬୨ ଅସ୍ତ୍ର, ୪୨ ରାଉଣ୍ଡ ୯ ମିମି ଅସ୍ତ୍ର, ୪ଟି ଏଲଏମଜି ମାଗାଜିନ୍, ୮ଟି ଇନସାସ୍ ମାଗାଜିନ୍, ୨ଟି ଏସଏଲଆର ମାଗାଜିନ୍, ୬ଟି କାର୍ବାଇନ୍ ମାଗାଜିନ୍, ଗୋଟିଏ .୩୦୩ ମାଗାଜିନ୍, ୨ଟି ଭିଏଚଏଫ ସେଟ୍ କମ୍ ସ୍କାନର୍, ଗୋଟିଏ ଅପ୍ଟିକାଲ୍ ସାଇଟ୍, ବିଷ୍ଫୋରକ ଦ୍ରବ୍ୟ ଥିବା ଗୋଟିଏ ଟିଫିନ୍ ବମ୍, ୧୦୦ ଗ୍ରାମର ଗନ୍ ପାଉଡର ବିସ୍ଫୋରକ, ୫ ବଣ୍ଡଲ୍ କରଡେକ୍ସ ୱୟାର୍, ଗୋଟିଏ ବଣ୍ଡଲ୍ ଫ୍ଲେକ୍ସି ୱୟାର୍, ୪ଟି ମାଗାଜିନ୍ ପାଉଚ୍, ଗୋଟିଏ ଫ୍ଲାସ୍ ଲାଇଟ୍ ।
କିଛି ଦିନ ତଳେ ଯୋଡାମ୍ବ ଅଞ୍ଚଳରେ ଜଣେ ମାଓବାଦୀଙ୍କୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଥିଲେ । ଏଥିରେ ପ୍ରତିହିଂସାପରାୟଣ ହୋଇ ମାଓବାଦୀମାନେ ସ୍ଥାନୀୟ ଅନେକ ଲୋକଙ୍କ ଘର ପୋଡ଼ିଦେଇଥିଲେ । ପୁଲିସ ସ୍ଥାନୀୟବାସିନ୍ଦାଙ୍କୁ ଭରସା ଦେଇ ଅପରେସନ୍ କୁ ଜୋରଦାର କରିଥିଲା ବୋଲି ଡିଜି କହିଛନ୍ତି । ପୁଲିସ ଅପରେସନ୍ ରେ ସିଆରଏଫ, ବିଏସଏଫ, ଓଡ୍ରାଫ୍ ଟିମ୍, ଓଡ଼ିଶା ଓ ଆନ୍ଧ୍ର ପୁଲିସର ୩୨ଟି ଟିମ୍ ସାମିଲ ହୋଇ ବ୍ୟାପକ ଖାନତଲାସୀ କରିଥିଲେ ।
ଏତେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଅତୀତରେ ମାଓବାଦୀମାନେ ପୁଲିସଠାରୁ ହିଁ ଲୁଟ୍ କରିଥିବା ସନେ୍ଦହ କରାଯାଉଛି ବୋଲି ଡିଜି କହିଛନ୍ତି । ତେବେ ଅଧିକ ଅସ୍ତ୍ରଶସ୍ତ୍ର ସନ୍ଧାନ ପାଇଁ ପୁଲିସ ଅପରେସନ୍ କୁ ଆହୁରି ଜୋରଦାର କରାଯିବ ବୋଲି ଡିଜି କହିଛନ୍ତି ।
ସ୍ୱାଭିମାନ ଅଞ୍ଚଳରେ ଏବେ ଗୋଟିଏ ଥାନା ରହିଥିବା ବେଳେ ଆଉ ଏକ ଥାନା ପାଇଁ ଯୋଜନା କରାଯାଇଛି । ଯୋଡାମ୍ବରେ ଏହି ନୂଆ ପୁଲିସ ଥାନା ରହିବ । ସେଠାରେ ଯବାନମାନଙ୍କ ପାଇଁ ଏକ ବେସ୍ କ୍ୟାମ୍ପ ରହିବ ବୋଲି ଡିଜି କହିଛନ୍ତି ।
Previous Post

ଭେଙ୍କେୟାଙ୍କ ମନ ଜିଣିଲେ ସସ୍ମିତ୍

Next Post

ଏକଜିଟ୍ ପୋଲ୍: ଦିଲ୍ଲୀରେ ପୁଣି କେଜ୍ରିୱାଲ୍

Next Post
ଏକଜିଟ୍ ପୋଲ୍: ଦିଲ୍ଲୀରେ ପୁଣି କେଜ୍ରିୱାଲ୍

ଏକଜିଟ୍ ପୋଲ୍: ଦିଲ୍ଲୀରେ ପୁଣି କେଜ୍ରିୱାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA