Monday, May 25, 2026 01:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅନୁପ ସାଏଙ୍କ ଜଘନ୍ୟ କାହାଣୀ: ଲିଭ୍ ଇନ୍ ରିଲେସନସିପ୍ ରୁ ଡବଲ୍ ମର୍ଡର

by Our Correspondent
14 Feb, 2020- 05:02 PM
in Latest News, News, Story Of The Week
1 min read
0
ଅନୁପ ସାଏଙ୍କ ଜଘନ୍ୟ କାହାଣୀ: ଲିଭ୍ ଇନ୍ ରିଲେସନସିପ୍ ରୁ ଡବଲ୍ ମର୍ଡର

ଭୁବନେଶ୍ୱର: ପୂର୍ବତନ ବିଧାୟକ ଅନୁପ ସାଏ ଲିଙ୍କ୍ ଡବଲ୍ ମର୍ଡର ମିଷ୍ଟ୍ରିର ଖୁଲାସା କରିଛନ୍ତି ଛତିଶଗଡ଼ର ରାଇଗଡ଼ ଜିଲ୍ଲା ଏସପି ସନ୍ତୋଷ ସିଂ । ୪ ବର୍ଷ ତଳେ ନିକାଞ୍ଚିଆ ଜଙ୍ଗଲ ରାସ୍ତାରୁ ଗଳିତ ଅବସ୍ଥାରେ ମିଳିଥିବା ମାଆ-ଝିଅଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅନୁପ ସାଏ । ଡ୍ରାଇଭରଙ୍କ ସହାୟତାରେ ମାଆ-ଝିଅଙ୍କୁ ରଡ଼୍ ରେ ପିଟି ରକ୍ତାକ୍ତ କରିବା ପରେ ବୋଲେରୋ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଅନୁପଙ୍କ ପରକୀୟା ପ୍ରୀତି ବିବାହର ରୂପ ନେବାରୁ ଏହି ମର୍ଡର ପ୍ଲଟ୍ ର ଯୋଜନା ହୋଇଥିଲା । ପୁଲିସ ଆଗରେ ନିଜେ ଅନୁପ ଏହା ମାନିଥିବା ଏସପି ଶ୍ରୀ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ୬ଟି ରାଜ୍ୟ ଏବଂ ୭୦୦ ଲୋକଙ୍କୁ ପଚରାଉଚୁରା କଲା ପରେ ପୁଲିସ ମର୍ଡର ମିଷ୍ଟ୍ରିର ଖୁଲାସା କରିଛି ।

କାହିଁକି ଓ କେମିତି ହେଲା ଡବଲ୍ ମର୍ଡର୍

ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାସଙ୍କୁ ୨୦୦୦ ମସିହାରେ ବିବାହ କରିଥିଲେ ସୁନୀଲ ଶ୍ରୀବାସ୍ତବ ନାମକ ବିହାରୀ ଯୁବକ । ତେବେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ୨୦୦୪ ମସିହାରୁ ସେମାନେ ଅଲଗା ରହିଥିଲେ । ସେମାନଙ୍କର ଦୁଇବର୍ଷର ଝିଅ ବବଲି ମାଆଙ୍କ ପାଖରେ ରହିଲେ । ୨୦୧୧ ମସିହା ବେଳକୁ କଳ୍ପନାଙ୍କ ସହ ପ୍ରଭାବଶାଳୀ ରାଜନେତା ତଥା ବିଧାୟକ ଅନୁପଙ୍କର ପରକୀୟା ସମ୍ପର୍କ ଯୋଡ଼ି ହୋଇସାରିଥିଲା । ୨୦୧୧ ମସିହାରେ ଭୁବନେଶ୍ୱରର ସୁନ୍ଦରପଦା ଅଞ୍ଚଳରେ ଅନୁପ ଏକ ଫ୍ଲାଟ କିଣି ମାଆ-ଝିଅଙ୍କୁ ନେଇ ରଖିଲେ । ପଡୋଶୀଙ୍କ ଆଗରେ ଅନୁପ ଓ କଳ୍ପନା ସ୍ୱାମୀ-ସ୍ତ୍ରୀ ଭଳି ଚଳୁଥିଲେ । ଝିଅ ବବଲି ପଢ଼ୁଥିବା ସ୍କୁଲରେ ଅନୁପ ଅଭିଭାବକ ବି ଥିଲେ । ସ୍ୱାମୀ ଓ ବାପା ଭଳି ଅନୁପ ଘରର ଯାବତୀୟ ଦାୟିତ୍ୱ ଓ ଖର୍ଚ୍ଚ ବୁଝୁଥିଲେ । ମଉଜ ପାଇଁ ଦିଲ୍ଲୀ, ବିଶାଖାପାଟଣା, ଗୋଆ ବୁଲିବାକୁ ଯାଇଥିଲେ ।
୨୦୧୫ ପର୍ଯ୍ୟନ୍ତ ସବୁ ସୁରୁଖୁରୁରେ ଚାଲିଥିଲା । ମାତ୍ର କଳ୍ପନା ତାଙ୍କୁ ବାହା ହେବାର ପ୍ରସ୍ତାବ ଦେଇ ସମ୍ପତ୍ତିବାଡ଼ିରୁ ଭାଗ ମାଗିବା ପରେ ଅଶାନ୍ତି ଆରମ୍ଭ ହୋଇଥିଲା । ଅନୁପ ବିବାହିତ ଓ ତାଙ୍କ ପରିବାର ଥିବାରୁ କଳ୍ପନାଙ୍କୁ ବିବାହ କରିବାକୁ ରାଜି ହୋଇ ନ ଥିଲେ । ଏହି ସଙ୍କଟରୁ ମୁକୁଳିବା ପାଇଁ ଅନୁପଙ୍କ ମୁଣ୍ଡରେ ପଶିଥିଲା ମର୍ଡର ପ୍ଲାନ୍ । କଳ୍ପନାଙ୍କୁ ଏକା ଜୀବନରୁ ହଟାଇଲେ ୧୪ ବର୍ଷ ଝିଅ ତାଙ୍କୁ ଭାରି ପଡ଼ିବ ବୋଲି ଆଶଙ୍କା କରି ଉଭୟଙ୍କୁ ମାରିଦେବାକୁ ଯୋଜନା କରିଥିଲେ ।
ଏହି ଯୋଜନା ସାକାର କରିବାକୁ ଛତିଶଗଡ଼ ଉପଯୁକ୍ତ ଜାଗା ବୋଲି ଅନୁପ ଚିନ୍ତା କରି ଦିନ ଠିକ୍ କଲେ । ସେ ବିବାହ କରିବେ ବୋଲି କଳ୍ପନାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ମନଖୁସି କରାଇଲେ । ଓଡ଼ିଶାରେ ବିବାହ ନ କରି ଛତିଶଗଡ଼ର ଏକ ମନ୍ଦିରରେ ବିବାହ ହେବାର ବାହାନା ଦେଖାଇ ମାଆ-ଝିଅଙ୍କୁ ଭୁବନେଶ୍ୱରରୁ ନେଇ ଆସିଲେ । ୨୦୧୬ ମସିହାର ମଇ ପ୍ରଥମ ସପ୍ତାହରେ ଛତିଶଗଡ଼ର ଚକ୍ରଧରନଗର ଥାନା ଅଞ୍ଚଳର ହମିରପୁର ଜଙ୍ଗଲର ନିକାଞ୍ଚନ ରାସ୍ତାରେ ଯିବା ବେଳେ ହତ୍ୟା ଯୋଜନା କାର୍ଯ୍ୟକାରୀ କରାଗଲା ।
ବୋଲେରୋ ଡ୍ରାଇଭର ବର୍ମନ୍ତ ଟୋପୋକୁ ସାଙ୍ଗରେ ଧରି ଅନୁପ ସାଜିଲେ ହତ୍ୟାକାରୀ । ମାଆ-ଝିଅଙ୍କୁ ଗାଡ଼ିରୁ ଓହ୍ଲାଇ ରଡ୍ ରେ ନିସ୍ତୁକ ପିଟାଗଲା । ରକ୍ତାକ୍ତ ଅବସ୍ଥାରେ ଉଭୟ ଛଟପଟ ହେଉଥିବା ବେଳେ ବୋଲେରୋ ଗାଡ଼ି ଚଢ଼ାଇ ଦିଆଗଲା । ଦୁଇଟି ଯାକ ଶରୀର ଖିନଭିନ୍ ହୋଇଯିବା ପରେ ସେହି ଜାଗା ଛାଡ଼ି ପଳାଇ ଆସିଲେ ଅନୁପ । ପୂରାପୂରି ଭଦ୍ର ହୋଇଗଲେ ।

ପୁଲିସକୁ କେମିତି ମିଳିଲା ସନ୍ଧାନ

୨୦୧୬ ମଇ ୭ ତାରିଖରେ ହମିରପୁର ଜଙ୍ଗଲ ରାସ୍ତାରେ ଦୁଇଟି କ୍ଷତବିକ୍ଷତ ଶବ ପଡ଼ିଥିବା ସମ୍ପର୍କରେ ଚକ୍ରଧର ନଗର ପୁଲିସ ଖବର ପାଇଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ପ୍ରଥମେ ଦୁର୍ଘଟଣା ବୋଲି ଭାବିଦେଲା । ତେବେ ଭଲ ଭାବେ ଅନୁଧ୍ୟାନ କଲା ପରେ ଭିନ୍ନ ଆଭାସ ଆସିଲା । ଶବଦୁଇଟିର ପୋଷ୍ଟମର୍ଟମ ରିପୋର୍ଟରୁ କୌଣସି ଧାରୁଆ ଅସ୍ତ୍ରରେ ଆଗ ଆକ୍ରମଣ ହେବା ପରେ ଗାଡ଼ି ଚଢ଼ାଇ ଦିଆଯାଇଥିବା ସ୍ପଷ୍ଟ ହେଲା । ତେବେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ କୌଣସି ସୁରାକ୍ ପାଇ ନ ଥିଲା ।
ଚିହ୍ନଟ ପାଇଁ ମୃତକଙ୍କ ଫଟୋ ବିଭିନ୍ନ ଥାନାରେ ଜାରି କଲା । ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶକୁ ଛତିଶଗଡ଼ ପୁଲିସ ଯାଇ ଛାନଭିନ୍ କଲା । ଏହି ସମୟରେ ଓଡ଼ିଶା ପୁଲିସରେ କନେଷ୍ଟବଳ ଚାକିରି କରୁଥିବା ମୃତ କଳ୍ପନାଙ୍କର ଜଣେ ସମ୍ପର୍କୀୟ ଭାଇ ଥାନାରେ ଲାଗିଥିବା ଫଟୋରୁ କଳ୍ପନା ଓ ଝିଅ ବବଲୁକୁ ଚିହ୍ନଟ କଲେ । ଏହା ପରେ ପୁଲିସ ତଦନ୍ତର ଦିଗ ଧରିଥିଲା ।

ସନ୍ଦେହକୁ ଅନୁପ କେମିତି ଆସିଲେ, କେମିତି ଧରାହେଲେ

ମୃତ ମାଆ-ଝିଅଙ୍କ ଶବ ଚିହ୍ନଟ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ସେମାନଙ୍କ ମୋବାଇଲ୍ ମିଳି ନ ଥିଲା । ବର୍ଷେ ପରେ ଚିହ୍ନଟ କରିଥିବା ସମ୍ପର୍କୀୟ ଭାଇଙ୍କଠାରୁ କଳ୍ପନାଙ୍କ ମୋବାଇଲ୍ ନମ୍ବର ପୁଲିସକୁ ମିଳିଲା ପରେ ଟାୱାର୍ ଲୋକେସନ୍ ରୁ କଲ୍ ଡିଟେଲସ୍ ପାଇଥିଲା । ଏହି ମୋବାଇଲ୍ କଲ୍ ରେକର୍ଡ ହିଁ ପୁଲିସକୁ ଅନୁପଙ୍କ ରାସ୍ତା ଦେଖାଇଥିଲା । ୨୦୧୬ ମସିହାରୁ ଚକ୍ରଧର ନଗର ପୁଲିସ ଅନୁପଙ୍କୁ ପଚରାଉଚୁରା କରିବା ପାଇଁ ବାରମ୍ବାର ନୋଟିସ୍ ପଠାଇଥିଲେ ମଧ୍ୟ ନିଜ ରାଜନୈତିକ କ୍ଷମତାର ଦ୍ୱାହିରେ ସେ ଭ୍ରୃକ୍ଷେପ କରି ନ ଥିଲେ ।
ତେବେ ଅନୁପଙ୍କ ଉପରେ ଛତିଶଗଡ଼ ପୁଲିସର ସନେ୍ଦହ ଦୃଢ଼ୀଭୂତ ହେଲା ପରେ ବିଗତ ୬ ମାସ ଧରି ତାଙ୍କ ଉପରେ ତୀକ୍ଷ୍ମ ନଜର ରଖିଥିଲା । ଏ ସମ୍ପର୍କରେ ଓଡ଼ିଶା ପୁଲିସ ସୁରାକ୍ ପାଇ ନ ଥିଲା । ଛତିଶଗଡ଼ର ପୁଲିସ ଟିମ୍ ମାସର ୨୦ ଦିନ ଅନୁପମଙ୍କ ଗତିବିଧିକୁ ନଜର କରୁଥିଲା । ଇତିମଧ୍ୟରେ ଛତିଶଗଡ଼ଠାରୁ ଆରମ୍ଭ କରି ବ୍ରଜରାଜନଗର, ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ଅନୁପଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ନେଇ ଠୋସ୍ ପ୍ରମାଣ ପାଇଥିଲା । ଦୁଇଦିନ ତଳେ ଅନୁପଙ୍କୁ ହାଜିରା ନୋଟିସ୍ ପଠାଇଥିଲେ ମଧ୍ୟ ସେ ନ ଶୁଣିବାରୁ ଚକ୍ରଧର ନଗର ଥାନା ପକ୍ଷରୁ ୱରେଣ୍ଟ୍ ଜାରି କରାଗଲା । ଏହି ୱାରେଣ୍ଟ୍ ବଳରେ ବୁଧବାର ରାତିରେ ଅନୁପଙ୍କୁ ତାଙ୍କ ବ୍ରଜରାଜନଗର ଘର ପାଖ ସାଇମନ୍ଦିରରୁ ଉଠାଇ ନେଇଥିଲା ।
ଅନୁପଙ୍କ ବିରୋଧରେ ବିରୋଧରେ ଦଫା ୩୦୨(ହତ୍ୟା), ୧୨୦-ବି(ହତ୍ୟା ଷଡ଼ଯନ୍ତ୍ର) ଏବଂ ୨୦୧(ତଥ୍ୟ ଲୁଚାଇବା) ଲଗାଇଛି । ଗତକାଲି ରାତି ତମାମ ତାଙ୍କୁ ଜେରା କରି ପୁଲିସ ସତ୍ୟ ଓଗାଳିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ଅନୁପଙ୍କ ନାରକୋଟିକସ୍ ଟେଷ୍ଟ ପାଇଁ ଅଦାଲତର ଅନୁମତି ନିଆଯିବ ବୋଲି ଏସପି କହିଛନ୍ତି । ଆବଶ୍ୟକ ପଡ଼ିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ । ଅନ୍ୟତମ ଅଭିଯୁକ୍ତ ଅନୁପଙ୍କ ଡ୍ରାଇଭରକୁ ପୁଲିସ ଖୋଜିବା ଆରମ୍ଭ କରିଛି ।
Previous Post

କେଡ଼େ ଜଘନ୍ୟ ଏଇ ନେତା ?

Next Post

‘କିସ୍’ ର ବଲାଙ୍ଗୀର ଶାଖା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Next Post
‘କିସ୍’ ର ବଲାଙ୍ଗୀର ଶାଖା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

‘କିସ୍’ ର ବଲାଙ୍ଗୀର ଶାଖା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA