Monday, May 25, 2026 11:24 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାକିରି ନେଲା ଗୋଟିଏ ଫୋନ୍

by Our Correspondent
21 Feb, 2020- 12:57 AM
in Latest News, News
1 min read
1
ଚାକିରି ନେଲା ଗୋଟିଏ ଫୋନ୍
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ରୁ ଫୋନ୍ ଯାଇଥିଲା । ଗ୍ରାମୀଣ ଗୃହ ନିର୍ମାଣରେ କିଛି ସମସ୍ୟାର ସମ୍ମୁଖୀନ ହୋଇଛ କି ବୋଲି ଜଣେ ହିତାଧିକାରୀଙ୍କୁ ପଚରାଗଲା । ହଁ ସମସ୍ୟା ହୋଇଛି । ଫଟୋ ଉଠାଇ ଅପଲୋଡ୍ ଏବଂ ବିଲ୍ ପେମେଣ୍ଟ୍ କରିବାକୁ ଅଫିସର ଟଙ୍କା ନେଇଛନ୍ତି ବୋଲି ସେ ଜଣାଇଲେ । ତୁରନ୍ତ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫୋନ୍ କରି ତଦନ୍ତ ପାଇଁ କୁହାଗଲା । ଅଳ୍ପ ସମୟ ଭିତରେ ଜିଲ୍ଲାପାଳଙ୍କ ରିପୋର୍ଟ ମିଳିଲା ପରେ ସିଧା ସିଧା ଆକ୍ସନ୍ ନିଆଗଲା । ଲାଞ୍ଚ ନେଇଥିବା ଜିଆରଏସ୍ ଙ୍କ ଚାକିରି ଗଲା । ପିଇଓଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ କାରଣଦର୍ଶାଅ ନୋଟିସ୍ ଜାରି ହେଲା । ଜେଇଙ୍କୁ ତାଙ୍କ ଜାଗାରୁ ହଟାଇ ଦିଆଗଲା ।
‘ମୋ ସରକାର’ ଅଭିଯାନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତିର ପୁଣି ଏହି ଉଦାହରଣ ଦେଖିବାକୁ ମିଳିଛି ।
ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପଶ୍ଚିମବାଡ୍ ଗ୍ରାମପଞ୍ଚାୟତର ଜଣେ ହିତାଧିକାରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗୁରୁବାର ଦିନ ଫୋନ୍ କରାଯାଇଥିଲା । ଗ୍ରାମୀଣ ଗୃହ ନିର୍ମାଣରେ ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି କି? ସରକାରୀ ବ୍ୟବସ୍ଥାର ଫାଇଦା ଠିକ୍ ଭାବେ ମିଳୁଛି ତ?  ଏହି ପ୍ରଶ୍ନ ଶୁଣିଲା ପରେ ହିତାଧିକାରୀଜଣଙ୍କ ସିଧା ସିଧା ତାଙ୍କ ଅସୁବିଧା ଜଣାଇଥିଲେ । ତାଙ୍କର ଫଟୋ ଅପଲୋଡ୍ କରିବାକୁ ଅଧିକାରୀ ଟଙ୍କା ନେଇଛନ୍ତି । ବିଲ୍ ପେମେଣ୍ଟ ପାଇଁ ମଧ୍ୟ ଟଙ୍କା ନେଇଛନ୍ତି । ହିତାଧିକାରୀଙ୍କଠାରୁ ଏହି ଉତ୍ତର ପାଇଲା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ତନାଘନା । ଜିଲ୍ଲାପାଳ ନିଜେ ୧୦/୧୫ ଜଣ ହିତାଧିକାରୀଙ୍କୁ ଭେଟି ଏହାର ସତ୍ୟାସତ୍ୟ ଜାଣିବାକୁ ନିର୍ଦ୍ଦେଶ ଦିଆଗଲା । ସଂପୃକ୍ତ ହିତାଧିକାରୀଙ୍କ କଥା ସତ ବୋଲି ଜିଲ୍ଲାପାଳ ଜଣାଇବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ପଶ୍ଚିମବାଡ୍ ଗ୍ରାମପଞ୍ଚାୟତର ସଂପୃକ୍ତ ଜିଆରଏସ ଶ୍ରୀମତୀ ସବିତା ପୃଷ୍ଟି ଚାକିରିରୁ ବିଦା ହୋଇଥିଲା ବେଳେ ପିଇଓ ସୁଶାନ୍ତ କୁମାର ଜେନାଙ୍କୁ ସେଠାରୁ ଅନ୍ତର କରାଯାଇଛି । ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଜେଇ ଦୀନେଶ କୁମାର ଅଢ଼ାଙ୍କୁ ମଧ୍ୟ ଗ୍ରାମପଞ୍ଚାୟତରୁ ଅନ୍ତର କରାଯାଇଛି । ଖାଲି ସେତିକି ନୁହେଁ, ଗ୍ରାମପଞ୍ଚାୟତର ସବୁ ହିତାଧିକାରୀଙ୍କ ସମସ୍ତ କିସ୍ତି ଟଙ୍କା ପ୍ରଦାନ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।
Previous Post

ପୁଣି ଚର୍ଚ୍ଚାରେ ଗୋଲଡେନ୍ ବାବା

Next Post

ବାଇଁଆଙ୍କୁ ହଟାଇ ବୁନୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ

Next Post
ବାଇଁଆଙ୍କୁ ହଟାଇ ବୁନୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ

ବାଇଁଆଙ୍କୁ ହଟାଇ ବୁନୁଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ

Comments 1

  1. Prajaraj says:
    6 years ago

    Wah Naveen Babu wah. Emiti tume chomatkaar kari para jani khusi lagila.. sabu Tehsil office re loka 4/5 barsa ru patta pai wait karichanti. Tuma jadu tk dekheile loka mane wah wah kari kahibe “Ame Khushi”

    Nayagarh Khandapada Tehsil ku loka mane doudi doudi PC dei thaki galeni.. kichi kara 2T ki 5T

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA