Tuesday, May 26, 2026 02:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..

by Our Correspondent
21 Feb, 2020- 08:05 PM
in Latest News, News, Story Of The Week
1 min read
0
ବଡ଼ଦାଣ୍ଡ ଭିକାରି vs ପୁଲିସ କମିଶନର; କାହାଣୀ ବନ୍ଧୁତ୍ୱର..
ପୁରୀ: ପୁରୀ ବଡ଼ଦାଣ୍ଡରେ ଏଣେତେଣେ ବୁଲୁଥିଲେ । ଭିକ ମାଗି ପେଟ ପୋଷୁଥିଲେ । ସନ୍ୟାସୀ ବେଶଭୂଷା ଏହି ବ୍ୟକ୍ତିଜଣଙ୍କର ମାନସିକ ବିକୃତ ଥିଲା । ଦୀର୍ଘ ୧୦ ବର୍ଷ ହେଲା ପୁରୀ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ମିଳିଲେ ଖାଉଥିଲେ ନହେଲେ ନାଇଁ । ହେଲେ ଆଜି ପବିତ୍ର ଜାଗର ଦିନରେ ପ୍ରଭୁ ମହାଦେବଙ୍କର ଆଶିର୍ବାଦ ତାଙ୍କୁ ମିଳିଛି । ମହାଦେବଙ୍କ ରୂପରେ ତାଙ୍କ ଉଦ୍ଧାର ପାଇଁ ଆସିଛନ୍ତି କଲେଜ ବେଳର ବନ୍ଧୁମାନେ । ବଡ଼ଦାଣ୍ଡରୁ ତାଙ୍କୁ ଖାଲି ଉଦ୍ଧାର କରିନାହାନ୍ତି, ମାନସିକ ଚିକିତ୍ସା ପାଇଁ ହସ୍ପିଟାଲ୍ ରେ ଭର୍ତ୍ତି କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କର ସବୁ ଦାୟିତ୍ୱ ବୁଝିବେ ବୋଲି ସାଙ୍ଗମାନେ ସଂକଳ୍ପ ନେଇଛନ୍ତି ।
ବନ୍ଧୁଙ୍କ ଉଦ୍ଧାର ପାଇଁ ବନ୍ଧୁ ମେଳି କରିବାରେ ଯାହାର ମୁଖ୍ୟ ଭୂମିକା ରହିିଛି ସେ ଅନ୍ୟ କେହି ନୁହଁନ୍ତି । ସେ ହେଉଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଜଣେ ଦାୟିତ୍ୱବାନ ପୁଲିସ ଅଫିସର ଭାବେ ନୁହଁନ୍ତି, ବରଂ ଜଣେ କଲେଜ ବନ୍ଧୁ ଭାବେ ଖୋଲା ହୃଦୟରେ ସେ ଏହି ଦାୟିତ୍ୱ ନିଭାଇଛନ୍ତି । ସାଙ୍ଗକୁ ଭୁଲି ନାହାନ୍ତି ।
ଉଦ୍ଧାର ହୋଇଥିବା ପାଗଳ ଜଣଙ୍କ ହେଉଛନ୍ତି ଶ୍ରୀଜିତ୍ ପାଢ଼ୀ ଓରଫ୍ ବୁଟୁ । ରେଭେନସାରେ ଅର୍ଥନୀତିରେ ପିଜି କଲାବେଳେ ସୁଧାଂଶୁ ଷଡ଼ଙ୍ଗୀଙ୍କର ଥିଲେ କ୍ଲାସମେଟ୍ । ଆଉ ବନ୍ଧୁଙ୍କ ଏଭଳି ଅବସ୍ଥା ସମ୍ପର୍କରେ ଜାଣି ଶ୍ରୀ ଷଡ଼ଙ୍ଗୀ ତାଙ୍କ ଉଦ୍ଧାର ପାଇଁ ହୃଦୟ ଖୋଲି ଦେଇଛନ୍ତି । ପିଜି ସାଙ୍ଗମାନଙ୍କୁ ଏକାଠି କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି ।
ଶ୍ରୀଜିତ୍ ଅତ୍ୟନ୍ତ ମେଧାବୀ ଛାତ୍ର ଥିଲେ । ପୁରୀ ଏସସିଏସ୍ କଲେଜରୁ ସ୍ନାତକ କଲା ପରେ ରେଭେନସାରେ ପିଜି କରିଥିଲେ । ଛାତ୍ର ଜୀବନରୁ ସିଭିଲ୍ ସର୍ଭିସ୍ ପ୍ରତି ବେଶ୍ ଆକୃଷ୍ଟ ଥିଲେ । ଆଇଏଏସ୍ ନହେଲେ ଓଏଏସ୍ ପାଇବା ପାଇଁ କଠିନ ପରିଶ୍ରମ କରୁଥିଲେ । ପିଜି ସରିବା ପରେ ଡିଏଭି ବେଦାନ୍ତ ସ୍କୁଲରେ ଚାକିରି ପାଇଥିଲେ ମଧ୍ୟ ସିଭିଲ୍ ସର୍ଭିସ୍ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ଦୁଇଥର ପ୍ରିଲିମ୍ ଓ ମେନ୍ ପରୀକ୍ଷାରେ କୃତକାର୍ଯ୍ୟ ବି ହୋଇଥିଲେ । ପରେ ଡିଏଭି ସ୍କୁଲ ବନ୍ଦ ହୋଇଯିବା ସାଙ୍ଗକୁ ସିଭିଲ୍ ସର୍ଭିସ୍ ରେ ବିଫଳତା ତାଙ୍କୁ ପାଗଳ କରିଦେଲା । ପାଗଳ ହୋଇ କୁଆଡ଼େ ଚାଲିଗଲେ । ଏଇ ୧୦ ବର୍ଷ ହେଲା ପୁରୀ ବଡ଼ଦାଣ୍ଡରେ ବୁଲି ଭିକ ମାଗୁଥିବାର ସାଙ୍ଗମାନେ ଜାଣିଥିଲେ ।
ପୂର୍ବରୁ ପୁରୀକୁ ଆସୁଥିବା ସାଙ୍ଗମାନେ ତାଙ୍କ ସହ ଭେଟ ହୋଇଗଲେ ସେ ଚିହ୍ନି ପାରୁଥିଲେ । ଭଲ କଥାବାର୍ତ୍ତା କରୁଥିଲେ । ଏବେ ବର୍ଷେ ହେଲା ତାଙ୍କର ମାନସିକ ସ୍ଥିତି ଅଧିକ ବିଗିଡ଼ି ଯାଇଥିବା ଲକ୍ଷ୍ୟ କରାଯାଇଥିଲା । ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇବା ପାଇଁ କଲେଜ କ୍ଲାସ୍ମେଟ୍ ମାନେ ହ୍ୱାଟସ୍ ଆପ୍ ଗ୍ରୁପ୍ ଜରିଆରେ ଏକାଠି ହୋଇ ଯୋଜନା ପ୍ରସ୍ତୁତ କଲେ । ବନ୍ଧୁଙ୍କୁ ସାହାଯ୍ୟ ପାଇଁ କମିସନର ସୁଧାଂଶୁ ଷଡ଼ଙ୍ଗୀ ବିଶେଷ ଆଗ୍ରହ ଦେଖାଇ ସହଯୋଗର ହାତ ବଢ଼ାଇଥିଲେ ।
ଯୋଜନା ଅନୁଯାୟୀ ପ୍ରାୟ ୧୫ ଜଣ ସାଙ୍ଗ ଗତକାଲିଠାରୁ ପୁରୀରେ ଡେରା ପକାଇଥିଲେ । ଆଜି ବଡି ସକାଳୁ ସେମାନେ ବଡ଼ଦାଣ୍ଡରେ ପହଞ୍ଚି ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ । ଆଉ କିଛି ସମୟ ପରେ ମିଳିଯାଇଥିଲେ ଶ୍ରୀଜିତ୍ । ଯୋଜନା ମୁତାବକ, ସାଙ୍ଗମାନେ ତାଙ୍କୁ ଧରି ସିଧା ପୁରୀ ମେଡ଼ିକାଲ୍ କୁ ନେଇ ଆସିଥିଲେ । ସେଠାରୁ କଟକ ବଡ଼ ମେଡ଼ିକାଲ୍ କୁ ଆଣି ମାନସିକ ରୋଗ ଚିକିତ୍ସା ୱାର୍ଡରେ ଭର୍ତ୍ତି କରିଛନ୍ତି । କମିଶନର ଶ୍ରୀ ଷଡ଼ଙ୍ଗୀ ଏହାର ସୁବନ୍ଦୋବସ୍ତ କରିଛନ୍ତି । ବର୍ଷେ ଦେଢ଼ବର୍ଷ ପର୍ଯ୍ୟନ୍ତ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନିଆଯିବ ବୋଲି ବନ୍ଧୁମାନେ କହିଛନ୍ତି ।
ବନ୍ଧୁମାନଙ୍କ ସୂଚନା ଅନୁଯାୟୀ, ପୁରୀ ବଡ଼ଶଙ୍ଖ ତଳ ନୂଆସାହିରେ ଶ୍ରୀଜିତ୍ ଙ୍କର ଘର । ଏକ ଉଚ୍ଚଶିକ୍ଷିତ ଏବଂ ଆଭିଜାତ୍ୟ ପରିବାର । ତାଙ୍କ ବାପା ରେଲୱେ ସ୍କୁଲରେ ଶିକ୍ଷକ ଥିଲେ । ଦୁଇବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇଛି । ଭାଇମାନେ ପ୍ରତିଷ୍ଠିତ ଇଞ୍ଜିନିୟର । ଭଉଣୀ, ଭିଣୋଇ ପ୍ରଫେସର । ଜଣେ ଭାଇ ଓଏଏସ୍ ଅଛନ୍ତି । ସୁଜିତ୍ ଙ୍କୁ ଭଲ କରିବା ପାଇଁ ପରିବାର ଲୋକ ପୂର୍ବରୁ ଚେଷ୍ଟା କରିଥିବା ସେମାନେ ଶୁଣିଛନ୍ତି । ମାତ୍ର ତାପରେ କ’ଣ ହେଲା ଜାଣନ୍ତିନି । ତାଙ୍କ ପରିବାର ଏବେ କେଉଁଠି ଏବଂ ଭାଇ ଭଉଣୀ ତାଙ୍କ ସହ ସମ୍ପର୍କରେ ଅଛନ୍ତି ନା ନାଇଁ ସେହି ଖବର ନାହିଁ ବୋଲି ସାଙ୍ଗମାନେ କହିଛନ୍ତି ।
କିଛି ଦିନ ତଳେ ନିବିଡ଼ ବନ୍ଧୁତ୍ୱ ପ୍ରେମର ଆଉ ଏକ ଉଦାହରଣ ଲୋକଲୋଚନକୁ ଆସିଥିଲା । ଦୁଇଟି ଯାକ କିଡନୀ ହରାଇ ୯ ବର୍ଷ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଥିବା ସ୍କୁଲ ସାଙ୍ଗ ନୃସିଂହ ଚରଣ ସାହୁଙ୍କର ଦେଖାଶୁଣା କରୁଛନ୍ତି ଯାଜପୁର ଛତିଆ ଅଞ୍ଚଳର ୬୧ ବର୍ଷ ବୟସ୍କ ଧନଞ୍ଜୟ ସାହୁ । ନିଜର ସୀମିତ ରୋଜଗାର ସତ୍ତ୍ୱେ ସେ ବନ୍ଧୁଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି । ନିଜ ହାତରେ ସେବାଶୁଶ୍ରୁଷା କରୁଛନ୍ତି । ସେଥିପାଇଁ ମନରେ ତାଙ୍କର ଅପୂର୍ବ ଆନନ୍ଦ। ସାଙ୍ଗ ବଞ୍ଚଥିବା ଯାଏଁ ତାଙ୍କର ସେବା କରିଚାଲିବି ବୋଲି କହିଛନ୍ତି ଧନଞ୍ଜୟ । ସତରେ ଆଜିର ଯୁଗରେ ଏମିତି ବି ସାଙ୍ଗ ଅଛନ୍ତି, ଭାବିଲେ କାହାଣୀ ଭଳି ଲାଗୁଛି ।
Previous Post

ବିଜେଡ଼ି ଜିଲ୍ଲା ସଭାପତି ତାଲିକା ଘୋଷଣା ସୁଦାମ ମାରାଣ୍ଡି

Next Post

ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ

Next Post
ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ

ଝଲସିଲା ଏକାମ୍ରକ୍ଷେତ୍ର, ୧୫ ମିନିଟ୍ ପୂର୍ବରୁ ଉଠିଲା ମହାଦୀପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA