Monday, May 25, 2026 11:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେକର୍ଡ ପରେ ରେକର୍ଡ: ନବୀନ ପୁଣି ବିଜେଡ଼ି ସଭାପତି

by Our Correspondent
26 Feb, 2020- 12:08 PM
in Latest News, News, Politics
1 min read
0
ରେକର୍ଡ ପରେ ରେକର୍ଡ: ନବୀନ ପୁଣି ବିଜେଡ଼ି ସଭାପତି

ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ବିଜେଡ଼ିର ଏହି ଅପ୍ରତିଦ୍ୱନ୍ଦୀ ନେତାଙ୍କୁ ଆଜି ଔପଚାରିକ ଭାବେ ସଭାପତି ଘୋଷଣା କରାଯାଇଛି । ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜେଡ଼ି ଗଠନ ହେବା ଦିନଠାରୁ ନବୀନ ହିଁ ଦଳର ସର୍ବମାନ୍ୟ ନେତା ହୋଇ ରହିଛନ୍ତି । କ୍ରମାଗତ ଭାବେ ୨୦ ବର୍ଷ ଧରି ଉଭୟ ଦଳ ଓ ରାଜ୍ୟର ନେତୃତ୍ୱ ନେବାରେ ନବୀନ ଦେଶରେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ରେକର୍ଡ ପରେ ରେକର୍ଡର ଅଧିକାରୀ ହୋଇଛନ୍ତି ସେ ।

ଗତ ୨୩ ତାରିଖରେ ସଭାପତି ପ୍ରାର୍ଥୀ ଭାବେ ଏକା ନାମାଙ୍କନପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ । ଆଜି ଦଳର ରାଜ୍ୟ ପରିଷଦ ବୈଠକରେ ତାଙ୍କୁ ଅପ୍ରତିଦ୍ୱନ୍ଦୀ ସଭାପତି ଘୋଷଣା କରିଥିଲେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଅଷ୍ଟମ ଥର ପାଇଁ ନବୀନଙ୍କର ନେତୃତ୍ୱଭାରକୁ ସେଠାରେ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା । ଦଳର ସବୁ ବର୍ଗର ନେତା ଓ କର୍ମୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପୁଣି ଥରେ ତାଙ୍କୁ ଦଳର ସଭାପତି ଘୋଷଣା ବେଳେ ବେଶ୍ ଭାବବିହ୍ୱଳ ଥିଲେ ନବୀନ । ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ମୋର ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନମସ୍କାର ଓ ଧନ୍ୟବାଦ । ଲକ୍ଷ ଲକ୍ଷ ବିଜୁ ଜନତା ଦଳର ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର ଓ ଧନ୍ୟବାଦ । ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ସମସ୍ତଙ୍କ ପାଖରେ ଋଣୀ । ସେବା ତାଙ୍କ ଦଳର ମୂଳମନ୍ତ୍ର ଏବଂ ଏହା ହିଁ ସଫଳତାର ଚାବିକାଠି ବୋଲି ସୂଚାଇବାକୁ ଯାଇ ନବୀନ କହିଥିଲେ, ନିର୍ବାଚନରେ ଜିତିବା ପାଇଁ ବିଜେଡ଼ି ଲଢ଼େନାହିଁ । ଲୋକଙ୍କ ସ୍ନେହ ଓ ଭଲ ପାଇବା ପାଇଁ ବିଜେଡ଼ି ଲଢ଼େ । ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ଲଢ଼େ । ଓଡ଼ିଶାବାସୀଙ୍କ ସେବା ହିଁ ଦଳର ଏକମାତ୍ର ଲକ୍ଷ୍ୟ । ବାପା ବିଜୁବାବୁଙ୍କୁ ସ୍ମରଣ କରି ନବୀନ କହିଥିଲେ, ବିଜୁବାବୁ କହୁଥିଲେ ନିର୍ବାଚନରେ ସବୁବେଳେ ଜିତିବ ବୋଲି ଭାବନି । ବରଂ ସର୍ବଦା ଲୋକଙ୍କ ସେବା କର ।
ରାଜ୍ୟ ପରିଷଦ ବୈଠକରେ ଉପସ୍ଥିତ ଥିବା ୩୫୫ ଜଣ ସଦସ୍ୟଙ୍କ ମଧ୍ୟରୁ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ ହୋଇଥିବା ୮୦ ଜଣଙ୍କ ନାଁ ଘୋଷଣା କରିଥିଲେ ରିଟର୍ଣ୍ଣଂ ଅଫିସର ଶ୍ରୀ ଦେବ । ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା । ଏଥିସହ ଦୀର୍ଘ ଦୁଇମାସ ଧରି ବିଜେଡ଼ିର ସାଂଗଠନିକ ନିର୍ବାଚନ ପର୍ବ ଶେଷ ହୋଇଛି ।
Previous Post

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!

Next Post

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ତାଲିକା

Next Post
ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ତାଲିକା

ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ତାଲିକା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA