Monday, May 25, 2026 11:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!

by Our Correspondent
25 Feb, 2020- 01:32 PM
in Latest News, News, Politics
1 min read
0
ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!
ଭୁବନେଶ୍ୱର: ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ଏହି ତାରିଖ ଘୋଷଣା ହୋଇଛି । କାର୍ଯ୍ୟସୂଚୀ ଅନୁଯାୟୀ, ମାର୍ଚ୍ଚ ୬ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ୧୬ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଏବଂ ୧୮ ତାରିଖରେ ନାମାଙ୍କନ ପ୍ରତ୍ୟାହାର ପାଇଁ ଦିନଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସରିବ ।
ଓଡ଼ିଶାରେ ବିଜେଡ଼ି ୩ଟି ଆସନରେ ଅନାୟାସରେ ଜିତୁଥିବା ବେଳେ ଚତୁର୍ଥ ଆସନ ପାଇଁ କେଁ ରହିଛି । ମୋଟାମୋଟି ଭାବେ ମନୋନୟନ ଭିତ୍ତିରେ ପ୍ରାର୍ଥୀ ଚୂଡ଼ାନ୍ତ ହେବାର ସମ୍ଭାବନା ଥିବାରୁ ନିର୍ବାଚନର ଆବଶ୍ୟକତା ପଡ଼ି ନ ପାରେ ।
ଶ୍ରୀମତୀ ସରୋଜିନୀ ହେମ୍ବ୍ରମ୍, ନରେନ୍ଦ୍ର ସ୍ୱାଇଁ, ଅନୁଭବ ମହାନ୍ତି ଏବଂ ରଞ୍ଜୀବ ବିଶ୍ୱାଳଙ୍କ ଜାଗାରେ ରାଜ୍ୟସଭାକୁ କିଏ ଯିବେ ସ୍ୱାଭାବିକ ଭାବେ ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇ ଦେଇଛି । ବିଜେଡ଼ି ହାତରେ ରହୁଥିବା ପକ୍କା ତିନୋଟି ଏବଂ ଗୋଟିଏ ୫୦:୫୦ ଆସନ ପାଇଁ ୩୦ରୁ ଅଧିକ ଆଶାୟୀ ଅଛନ୍ତି । ଗତ ନିର୍ବାଚନରେ ପରାଜିତ ହେଭିୱେଟ୍ ନେତା ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପୁଷ୍ପେନ୍ଦ୍ର ସିଂହଦେଓ, କଳିକେଶ ସିଂହଦେଓ, ରବୀନ୍ଦ୍ର ଜେନା, ନଳିନୀ ପ୍ରଧାନଙ୍କ ନାଁ ଚର୍ଚ୍ଚାର ଆଗରେ ଥିବା ବେଳେ ଟିକେଟରୁ ବଞ୍ଚିତ ପ୍ରସନ୍ନ ପାଟ୍ଟଶାଣୀଙ୍କ ଭଳି ନେତା ନିଜକୁ ଦୃଢ଼ ଦାବିଦାର ଭାବେ ଉପସ୍ଥାପିତ କରୁଛନ୍ତି । ସେହିଭଳି ଶ୍ରୀମୟୀ ମିଶ୍ରଙ୍କ ଭଳି ନବାଗତା ମଧ୍ୟ ରାଜ୍ୟସଭା ଉପରେ ଆଖି ରଖିଛନ୍ତି । ମହିଳାଙ୍କ ଭାଗରେ ଗୋଟିଏ ଆସନର ଯଥେଷ୍ଟ ସମ୍ଭାବନା ଥିବାରୁ ମହିଳା ଆଶାୟୀଙ୍କ ସଂଖ୍ୟା ବଢ଼ିଯାଇଛି ।
ଏସବୁ ଭିତରେ କିନ୍ତୁ ରାଜ୍ୟସଭା ରେସ୍ ରେ କିଛି ଅଣନେତାଙ୍କ ଆର୍ବିଭାବ ହୋଇଛି । ଚର୍ଚ୍ଚାଠାରୁ ଦୂରରେ ଥିବା ଏହି ଅଣନେତାଙ୍କ ଆଗରେ ଅଛନ୍ତି ଦୁଇ ଜଣ ମିଡ଼ିଆ ମାଲିକ । ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ଡ. ଅଚ୍ୟୁତ ସାମନ୍ତ ଯଦି ସକାଳେ ବିଜେଡ଼ିରେ ଯୋଗଦେଇ ସଂଧ୍ୟାରେ ରାଜ୍ୟସଭା ଯାଇପାରିଲେ ତେବେ ସେମାନେ କାହିଁକି ନୁହଁନ୍ତି? ସମ୍ଭବତଃ ଏହି ପ୍ରଶ୍ନ ସେମାନଙ୍କୁ ରାଜ୍ୟସଭାର ମୋହ ଆଣିଦେଇଛି । ବିଜେଡ଼ି ମୁଖିଆଙ୍କୁ ନିଜ ନିଜ ସପକ୍ଷରେ ମନାଇବା ପାଇଁ ସେମାନେ ବିଭିନ୍ନ କୌଶଳ ଆପଣେଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ବିଜେଡ଼ି ବାଟରେ ନହେଲେ ବି ବିଜେପି ବାଟରେ ରାଜ୍ୟସଭା ଯିବାକୁ ସେମାନେ ଗୋଟିଚାଳନା କରୁଥିବା ଜଣାପଡ଼ିଛି ।
ତେବେ ବିଜେଡ଼ି ମୁଖିଆ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଚର୍ଚ୍ଚା, ଲବିର କୌଣସି ମାନେ ନାହିଁ ବୋଲି କୁହାଯାଉଛି । ପ୍ରତିଥର ରାଜ୍ୟସଭା ପ୍ରାର୍ଥୀ ଚୟନରେ ନବୀନ ଚକମା ଦେଖାଇଛନ୍ତି । ତେଣୁ ଏଥର ସେଭଳି ଯେ ନହେବ ତାହା କହିହେବନି । ଗତଥର ବିଜେଡ଼ି ହାତରେ ଥିବା ସୁନିଶ୍ଚିତ ଆସନକୁ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟେକିଦେଇ ସେ ଚକମା ଦେଖାଇଥିଲେ । ସଂଖ୍ୟା ଦୃଷ୍ଟିରୁ ଏଥର ଚତୁର୍ଥ ଆସନର ନିର୍ଦ୍ଧାରଣ ବିଜେପି ହାତରେ ରହୁଥିବାରୁ ନୂଆ ନୂଆ ଖେଳର ସମ୍ଭାବନା ସୃଷ୍ଟି ହୋଇଛି ।
ସୂଚନାଥାଉକି, ଓଡ଼ିଶାର ୪ଟି ଆସନ ସମେତ ୧୭ଟି ରାଜ୍ୟର ୫୫ଟି ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭା ନିର୍ବାଚନ ହେବ ।
Previous Post

ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍

Next Post

ରେକର୍ଡ ପରେ ରେକର୍ଡ: ନବୀନ ପୁଣି ବିଜେଡ଼ି ସଭାପତି

Next Post
ରେକର୍ଡ ପରେ ରେକର୍ଡ: ନବୀନ ପୁଣି ବିଜେଡ଼ି ସଭାପତି

ରେକର୍ଡ ପରେ ରେକର୍ଡ: ନବୀନ ପୁଣି ବିଜେଡ଼ି ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA