Monday, May 25, 2026 11:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍

by Our Correspondent
24 Feb, 2020- 04:39 PM
in Latest News, News
1 min read
0
ନବୀନ ଛାଟ: ୬ ପୂର୍ବତନ ଲାଞ୍ଚୁଆ ବାବୁଙ୍କ ପେନସନ ବନ୍ଦ, ଦୁଇଙ୍କୁ ଭିଆରଏସ୍
ଭୁୁବନେଶ୍ୱର: ଚାକିରିରେ ଥିବା ବେଳେ ସମ୍ଭବତଃ ପେଟପୂରା ଲାଞ୍ଚ ଖାଇଥିଲେ । ଭିଜିଲାନସ୍ କୋର୍ଟରେ ତାହା ପ୍ରମାଣିତ ହେବା ବେଳକୁ ସେମାନେ ଚାକିରିରୁ ଅବସର ନେଇଗଲେଣି । ତେବେ ଲାଞ୍ଚ ଖାଇବାର ଶାସ୍ତି ଏବେ ଭୋଗିବାକୁ ପଡ଼ିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧୀ ‘ଜିରୋ ଟଲେରାନ୍ସ’ ଛାଟରୁ ଏମାନେ ମୁକୁଳି ପାରିନାହାନ୍ତି । ଓବିସିସିର ପୂର୍ବତନ ଇଞ୍ଜିନିୟର-ଇନ-ଚିଫ୍ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ୬ ଜଣ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କୁ ମିଳିଛି କଠୋର ପେନସନ୍ ଶାସ୍ତି । ସେମାନଙ୍କ ପେନସନ୍ କୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି ।
ପେନସନ୍ ଦଣ୍ଡରେ ଦଣ୍ଡିତ ଏହି ବାବୁମାନେ ହେଲେ ଓବିସିସିର ପୂର୍ବତନ ଇଞ୍ଜିନିୟର-ଇନ-ଚିଫ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ, ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଞ୍ଜିନିୟର୍ ତଥା ଓବିସିସିର ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡ଼ା, ଗ୍ରାମ୍ୟ ଉନ୍ନୟନ ସବ୍ ଡିଭିଜନ କାମାକ୍ଷନଗରର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଞ୍ଜିନିୟର୍ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଞ୍ଜିନିୟର୍ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁର ରାସ୍ତା ଓ କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର୍ ବିବେକାନନ୍ଦ ମହାନ୍ତି ।
ଖାଲି ଏମାନେ ନୁହଁନ୍ତି, କାର୍ଯ୍ୟରତ ୨ ଜଣ ଲାଞ୍ଚୁଆ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଉଛନ୍ତି, କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହରାଜପୁର ତହସିଲ୍ ର ରେଭେନ୍ୟୁ ଇନସପେକ୍ଟର ଅରୁଣ କୁମାର ପୁରୋହିତ । ସୂଚନାଥାଉକି, ଏହି ଦୁଇ କରିତକର୍ମା ତଳିଆ ଅଧିକାରୀ ଭିଜିଲାନସ୍ ଦ୍ୱାରା ପୂର୍ବରୁ ଧରାପଡ଼ି ଜେଲ୍ ମଧ୍ୟ ଯାଇଥିଲେ । ଏବେ ଦୋଷୀ ସାବ୍ୟସ୍ତ ହେଲା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।
ଏହାକୁ ମିଶାଇ ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ୭୪ ଜଣ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବିଦାକରାଯାଇଛି । ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ କର୍ମଚାରୀମହଲରେ ଛାନିଆଁ ସୃଷ୍ଟି କରିଛି ।
Previous Post

ପାଳଘର ଖେଳରୁ ଜଳିଗଲେ ୪ ଶିଶୁ

Next Post

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!

Next Post
ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ; ଆଶାୟୀ ତାଲିକାରେ ଦୁଇ ମିଡ଼ିଆ ମାଲିକ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA