Wednesday, August 19, 2026 09:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ନିବାସରେ ଅପୂର୍ବ ମିଳନ

by Our Correspondent
28 Feb, 2020- 03:47 PM
in Latest News, News, Politics
1 min read
0
ନବୀନ ନିବାସରେ ଅପୂର୍ବ ମିଳନ

ଭୁବନେଶ୍ୱର: କାଲି ଯିଏ ପରମ ଶତ୍ରୁ, ଆଜି ପରମ ମିତ୍ର । କେବଳ ରାଜନୀତିରେ ଏହା ସମ୍ଭବ ବୋଲି ଯାହା କୁହାଯାଏ ଆଜି ନବୀନ ନିବାସରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ଯାହାଙ୍କୁ ପୋଡା ଟ୍ରାନସଫର୍ମର କହି ବଙ୍ଗୋପସାଗରରେ ଫିଙ୍ଗି ଦିଅ ବୋଲି ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଉଥିଲେ ସେହି ପୋଡା ଟ୍ରାନସଫର୍ମରଙ୍କ ଘରେ ଅତିଥି ହୋଇ ଭୋଜି ଖାଇଛନ୍ତି ବିଜେପି କମାଣ୍ଡର୍ ଅମିତ୍ ଶାହା । ଶାହାଙ୍କ ସହ ସ୍ୱର ମିଶାଇ ନବୀନଙ୍କୁ ରାଜ୍ୟ ସାରା ବୁଲି ବୁଲି ନିର୍ଧୂମ ଗାଳି କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କ ଆତିଥ୍ୟେୟତା ପାଇ ଆନନ୍ଦରେ ଫାଟି ପଡ଼ିଛନ୍ତି । ସେପଟେ, ଅମିତ୍ ଶାହା-ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ କହି ଘାଇଲା କରୁଥିବା ନବୀନ ବାବୁ ସେମାନଙ୍କୁ ନିଜ ଘରେ ଆତିଥ୍ୟେୟତା ଦେଇ ଖୁସିରେ ଗଦ ଗଦ ହୋଇଛନ୍ତି ।

ନବୀନ ବାବୁଙ୍କର ଏହି ଆତିଥ୍ୟେୟତା ସାଧାରଣ ହୋଇପାରେ । ହେଲେ ରାଜନୈତିକ ଦୃଷ୍ଟିକୋଣରୁ ନିଶ୍ଚିତ ଅସାଧାରଣ ବୋଲି କୁହାଯିବ । ନବୀନ ନିବାସକୁ ଅମିତ୍ ଶାହାଙ୍କ ପ୍ରଥମ ଆଗମନ ସହ ଏହି ମିଳନକୁ ଅପୂର୍ବ ମିଳନ ବୋଲି କୁହାଯାଉଛି । ନିର୍ବାଚନ ପରବର୍ତ୍ତୀ ବିଜେପି-ବିଜେଡ଼ି ରାଜନୈତିକ ସମୀକରଣରେ ଏହା ର ତାତ୍ପର୍ଯ୍ୟ ଜଳ ଜଳ ଦିଶିଯାଉଛି । ସିଏଏ ପ୍ରତିବାଦ ନିଆଁରେ ଦିଲ୍ଲୀ ଜଳୁଥିବାରୁ ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଯେତି ମହତ୍ତ୍ୱପୂର୍ଣ୍ଣ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଗୁଲ୍ ବାଜିସାରିଥିବାରୁ ରାଜ୍ୟ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନେକ ଏହାକୁ ଡାଲ୍ ମେଁ କୁଛୁ କାଲା ହୈ ବୋଲି କହୁଛନ୍ତି ।
ଆଜି ଲୋକସେବା ଭବନରେ ପୂର୍ବାଞ୍ଚଳ ପରିଷଦ ବୈଠକ ଶେଷ ହେବା ପରେ ନବୀନ ନିବାସରେ ଏହି ଅପୂର୍ବ ଘରୋଇ ସମାରୋହ ଦେଖିବାକୁ ମିଳିଛି । ନବୀନ ବାବୁଙ୍କର ଆମନ୍ତ୍ରଣ ରକ୍ଷା କରି ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି ଅମିତ୍ ଶାହା, ଧର୍ମେନ୍ଦ୍ର ପ୍ରଧାନ, ମମତା ବାନାର୍ଜୀ ଏବଂ ନୀତୀଶ କୁମାର । ନବୀନଙ୍କ ଆତିଥ୍ୟେୟତା ପାଇ ସମସ୍ତେ ବେଶ୍ ଖୁସି । ଦେଖାଦେଖି ଦୂରେ ଥାଉ ନାଁ ଶୁଣିଲେ ନାକ ଟେକାଟେକି ହେଉଥିବା ମମତା ବାନାର୍ଜୀ-ଅମିତ୍ ଶାହାଙ୍କ ନବୀନ ନିବାସରେ ମଧ୍ୟାହ୍ନଭୋଜନ ଯୋଡି ମଧ୍ୟ ଆକର୍ଷଣୀୟ ହୋଇଛି । ଏହି ୪ ଜଣ ବିଶିଷ୍ଟ ଅତିଥିଙ୍କ ସହ ଗୋଟିଏ ଟେବୁଲ୍ ରେ ମଧ୍ୟାହ୍ନ ଭୋଜନ କରିଥିଲେ ନବୀନ ବାବୁ ।
ମିଳିଥିବା ସୂଚନା ଅନୁଯାୟୀ, ନବୀନଙ୍କ ମଧ୍ୟାହ୍ନ ଭୋଜନ ଆହୁତ କାର୍ଯ୍ୟକ୍ରମ ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ସ୍ଥିର ନ ଥିଲା । ମାତ୍ର ବିଳମ୍ବିତ ସଂଧ୍ୟାରେ ଏହା ସ୍ଥିର ହୋଇଥିଲା । ଓଡ଼ିଆ ବିଶୁଦ୍ଧ ଆହାର ସହ ଅତିଥିଙ୍କ ପସନ୍ଦର ୫୦ ପ୍ରକାର ଖାଦ୍ୟ ମେନ୍ୟୁ ମେ ଫେୟାର୍ ହୋଟେଲ୍ କୁ ବରାଦି ଦିଆଯାଇଥିଲା । ସେଥିରେ ଥିଲା ଓଡ଼ିଆ ପଖାଳ, ଶାଗଭଜା, ବଡ଼ି, ବାଇଗଣ ଫ୍ରାଏ, ଆଳୁ ମଟର ମସଲା, ଗୁଚି ପନିର୍, ଡାଲ୍, ଟମୋଟୋ ଚଟଣି, ପାପଡ୍, ରୋଟି, ବୁନ୍ଦି ରାଇତା, ସାଦା ରାଇସ୍, ଫ୍ରାଏଡ୍ ରାଇସ୍, ଚିକେନ୍, ମଟନ, ଚିଙ୍ଗୁଡ଼ି । ଅତିଥିମାନଙ୍କ ଆଗମନର ଯଥେଷ୍ଟ ପୂର୍ବରୁ ନବୀନ ନିବାସରେ ପହଞ୍ଚିଯାଇଥିଲା ମେନ୍ୟୁ ।
ଦିନ ସାଢ଼େ ପ୍ରାୟ ଦୁଇଟା ବେଳେ ଅତିଥିମାନେ ନବୀନ ନିବାସରେ ପହଞ୍ଚିଲା ପରେ ନିଜେ ନବୀନ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ଭିତରକୁ ପାଛୋଟି ନେଇଥିଲେ । କିଛି ସମୟ ହସଖୁସି କରିବା ପରେ ଅତିଥିମାନେ ଖାଇବା ଟେବୁଲ୍ ଉପରକୁ ଆସିଥିଲେ । ନିଜେ ନବୀନ ବାବୁ ସେମାନଙ୍କୁ ଓଡ଼ିଆ ଖାଦ୍ୟ ପରଷି ଦେଇଥିବା ଜଣାପଡ଼ିଛି । ଅତିଥିମାନଙ୍କ ସବୁ କଥା ସେ ନିଜେ ବୁଝିଥିଲେ ।
ରାଜ୍ୟ ରାଜନୀତି ଉପରେ ଏହି ମଧ୍ୟାହ୍ନଭୋଜନର ପ୍ରତିଫଳନ ଆଗକୁ କେଉଁ ରୂପରେ ଆସୁଛି ତାହା ସମସ୍ତଙ୍କ ଉତ୍କଣ୍ଠା ବଢ଼ାଇଲାଣି । ଉପର ନେତାଙ୍କ ଏହି ହାବଭାବ ରାଜ୍ୟ ବିଜେପି ସଂଗଠନର କେତେ ଲାଭ ଆଉ କେତେ କ୍ଷତି କରୁଛି ତାହାକୁ ସାମୟିକ ଭୁଲି ବିଜେପିର କିଛି ନେତା ସ୍ୱପ୍ନରେ ଭାସିଲେଣି । କାଳେ ଭାଗରେ ଦୁଇଟି ରାଜ୍ୟସଭା ସିଟ୍ ପଡ଼ିଯିବ ଏବଂ ସେଥିରେ ତାଙ୍କ ନାଁ ରହିବ, ତାହା ଭାବିବାକୁ ଆରମ୍ଭ କଲେଣି । ଅନ୍ୟପକ୍ଷରେ ଭାଗ କମିଯିବା ଆଶଙ୍କାରେ ବିଜେଡ଼ିର ଆଶାୟୀ ପ୍ରାର୍ଥୀମାନଙ୍କର ନିଦ ହଜିଲାଣି ।
ସବୁଠାରୁ ବଡ଼କଥା, ଉଭୟ ବିଜେପି ଓ ବିଜେଡ଼ିର ରାଜନୈତିକ ବାଧ୍ୟବାଧକତା କିମ୍ବା ରାଜନୈତିକ ସୁବିଧାବାଦ ଜ୍ଞାନ ଉପରେ ଚାଷ କରିବାକୁ ସାଧାରଣ କର୍ମୀ ଅକ୍ଷମ । ଗାଁଗଣ୍ଡାରେ କର୍ମୀମାନେ ନିର୍ବାଚନ ବେଳୁ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ଏବଂ ପରଷ୍ପରର ଛାଇ ଦେଖିଲେ ଆଜି ବି ହେଉଁଛନ୍ତି । ଏବେ ଦିନକୁ ଦିନ ଉପର ନେତାଙ୍କ ଗଭୀର ସଲାସୁତୁରା ସେମାନଙ୍କ ଦେହରେ ବିଛୁଆତି ବୋଲିଲା ସଦୃଶ ହୋଇଛି ।
ତେବେ ରାଜନୈତିକ ଏହି ନାଟକବାଜିରେ ନବୀନ ପଟ୍ଟନାୟକ ରିଅଲ୍ ହୀରୋ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅମିତ୍ ଶାହାଙ୍କ ଭଳି ହାଡକୋର୍ ବିଜେପି ଚାଣକ୍ୟଙ୍କୁ ସେ ବଶୀଭୂତ କରିବାରେ ସକ୍ଷମ ହୋଇଥିବାରୁ ସମସ୍ତେ ବାହାବା ଦେଉଛନ୍ତି । ଏହାଦ୍ୱାରା ବିଜେଡ଼ି ମଧ୍ୟ ବିଶ୍ୱାସଘାତକର ବଦନାମ ପାଉଥିଲେ ମଧ୍ୟ ସାଂଗଠନିକ ଦୃଷ୍ଟିକୋଣରୁ ରାଜ୍ୟରେ ବିଜେପି ଅଧିକ କ୍ଷତି ସହିବାକୁ ଯାଉଛି ।
Previous Post

ସ୍ପେଶାଲ୍ ଫୋକସ୍ ଷ୍ଟେଟ୍ ଦାବି କଲେ ନବୀନ

Next Post

ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!

Next Post
ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!

ଲୋକଦେଖାଣିଆ ରୁଦ୍ଧଦ୍ୱାର ବୈଠକ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA