Monday, May 25, 2026 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

by Our Correspondent
14 Mar, 2020- 03:57 PM
in Latest News, News
1 min read
0
ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ୫୪୫ କୋଟି ଟଙ୍କା ଶ୍ରୀମନ୍ଦିର ପାଣ୍ଠି ଉପରୁ ଆପାତତଃ ବିପଦ ହଟିଯାଇଛି । ଏହି ଟଙ୍କା ସୁରକ୍ଷିତ ଅବସ୍ଥାରେ ଫେରିବାର ଆଶା ଉଜ୍ଜଳ ହୋଇଛି । ଆର୍ଥିକ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କର ପୁନଃରୁଦ୍ଧାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଯୋଜନାକୁ ଗତକାଲି କ୍ୟାବିନେଟ୍ ମଂଜୁର ମିଳିବା ପରେ ଏହାର ବିଜ୍ଞପ୍ତି ଜାରି ହୋଇଛି । ଏଥିସହ ମହାପ୍ରଭୁ ଜଗନ୍ନାଥଙ୍କ ଜମାଟଙ୍କାକୁ ନେଇ ଆଶଙ୍କାରେ ଥିବା ଅଗଣିତ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଛି ।
ବିଜ୍ଞପ୍ତି ଅନୁଯାୟୀ, ୟେସ୍ ବ୍ୟାଙ୍କ ଉପରେ ଲାଗିଥିବା କଟକଣା (ମୋରାଟୋରିୟମ୍) ୧୮ ତାରିଖ ସଂଧ୍ୟା ୬ଟାରେ ପ୍ରତ୍ୟାହୃତ ହେବ । ଏହି ସମୟ ପରେ ବ୍ୟାଙ୍କ କାରବାର ସ୍ୱାଭାବିକ ଚାଲିବ । ଅର୍ଥାତ୍ ଗରାଖମାନେ ପୂର୍ବଭଳି ସେମାନଙ୍କ ଇଚ୍ଛାରେ ବ୍ୟାଙ୍କ କିମ୍ବା ଏଟିଏମ୍ ରୁ ଟଙ୍କା ଉଠାଇପାରିବେ । ମାର୍ଚ୍ଚ ୫ ତାରିଖରେ ଜାରି ହୋଇଥିବା କଟକଣାରେ ୟେସ୍ ବ୍ୟାଙ୍କ ଗ୍ରାହକମାନେ ମାସକରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ ବୋଲି କୁହାଯାଇଥିଲା । ଏଥିଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା । ୟେସ୍ ବ୍ୟାଙ୍କରେ ଟଙ୍କା ବୁଡିଯିବା ଆଶଙ୍କାରେ ଅଧିକାଂଶ ମୁଣ୍ଡରେ ହାତ ଦେଇଥିଲେ ।
କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ, ୟେସ୍ ବ୍ୟାଙ୍କ ପୁନର୍ବିନ୍ୟାସ ଯୋଜନାରେ ଗ୍ରାହକଙ୍କ ଜମାରାଶିର ସୁରକ୍ଷା ଏବଂ ବ୍ୟାଙ୍କ କର୍ମଚାରୀଙ୍କ ଚାକିରି ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ବ୍ୟାଙ୍କର ସୁପରିଚାଳନା ପାଇଁ ପ୍ରଶାସକ ପ୍ରଶାନ୍ତ କୁମାରଙ୍କୁ ଏହାର ମ୍ୟାନେଜିଂ ଡାଇରେକ୍ଟର ତଥା ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ସୁନୀଲ୍ ମେହେଟ୍ଟା, ମହେଶ କୃଷ୍ଣମୂର୍ତ୍ତି ଓ ଅତୁଳ ଭେଡ଼ାଙ୍କୁ ନିର୍ଦ୍ଦେଶକ କରାଯାଇଛି । ଏହି ନୂଆ ନିର୍ଦ୍ଦେଶକମାନଙ୍କୁ ନେଇ ବ୍ୟାଙ୍କ ପୂର୍ବଭଳି କାର୍ଯ୍ୟ କରିବ । ଅଧିକାରୀ ଓ କର୍ମଚାରୀ ଯିଏ ଯୋଉଠିି ଥିଲେ ସେଠି ରହି ବର୍ତ୍ତମାନର ବେତନରେ କାର୍ଯ୍ୟ କରିବେ ।
ୟେସ୍ ବ୍ୟାଙ୍କ ପୁନଃରୁଦ୍ଧାର ଯୋଜନା ସମ୍ପର୍କରେ ଗତକାଲି ଅର୍ଥମନ୍ତ୍ରୀ ସୀତାରମଣ ବିସ୍ତୃତ ସୂଚନା ଦେଇଥିଲେ । ୟେସ୍ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ କିଣିବା ସହ ସମୁଦାୟ ୭୫୦୦ କୋଟି ଟଙ୍କା ନିବେଶ କରିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଘୋଷଣା କରିଛି । ୟେସ୍ ବ୍ୟାଙ୍କ ଉଦ୍ଧାର ପାଇଁ ଆଉ ୮ଟି ସଂସ୍ଥା ବି ଆଗ୍ରହ ଦେଖାଇଛନ୍ତି ।
ସୂଚନାଯୋଗ୍ୟ, ଓଡ଼ିଶାରେ ୟେସ୍ ବ୍ୟାଙ୍କ ଗରାଖ ଭାବେ ଶ୍ରୀମନ୍ଦିର ପ୍ରଶାସନ ୫୪୫ କୋଟି ଟଙ୍କା ଜମା କରିଥିବାରୁ ଚଡ଼କ ପଡ଼ିଯାଇଥିଲା । ଦେବାଳିଆ ଏହି ବ୍ୟାଙ୍କରୁ ଟଙ୍କା ଫେରି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ହସ୍ତକ୍ଷେପ ଲୋଡ଼ାଯାଇଥିଲା । ବିଜେଡ଼ି ସାଂସଦମାନେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ମହାପ୍ରଭୁଙ୍କ ଟଙ୍କାର ସୁରକ୍ଷା ମାଗିଥିଲେ ।
ଓଡ଼ିଶା ବିଧାନସଭାରେ ଏହାକୁ ନେଇ ବେଶ୍ ତମ୍ବିତୋଫାନ ହୋଇଥିଲା । ୟେସ୍ ବ୍ୟାଙ୍କରେ ଟଙ୍କା ଜମା ପଛରେ କମିଶନି କାରବାର ହୋଇଥିବା ଅଭିଯୋଗ ଆଣିଥିଲେ ବିଜେପି ଓ କଂଗ୍ରେସ ବିଧାୟକ । ସୁରକ୍ଷିତ ଭାବେ ତୁରନ୍ତ ଟଙ୍କା ଫେରାଇ ଆଣିବା ଦାବିରେ ବିଧାନସଭା ହୁଲସ୍ତୁଲ କରିଥିଲେ । ପରିସ୍ଥିତି ଏଭଳି ହେଲା ଯେ ବିରୋଧୀଙ୍କ ଦାବି ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରାଯାଇଛି ।
Previous Post

‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

Next Post

‘କରୋନା’ ରେ ରାଜନୀତି ତାତି

Next Post
‘କରୋନା’ ରେ ରାଜନୀତି ତାତି

‘କରୋନା’ ରେ ରାଜନୀତି ତାତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA