Monday, May 25, 2026 08:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାନ ମାନୁଛନ୍ତି, ବଡ଼ ଅମାନିଆ

by Our Correspondent
31 Mar, 2020- 06:40 PM
in Latest News, News
1 min read
0
ସାନ ମାନୁଛନ୍ତି, ବଡ଼ ଅମାନିଆ
ଭୁବନେଶ୍ୱର: ଲକ୍ ଡାଉନ୍ କଟକଣାକୁ ସାନ ପୁଅ ଝିଅ ମାନେ ଭଲ ଭାବେ ମାନି ଶୃଙ୍ଖଳା ଦେଖାଉଛନ୍ତି, ଘରୁ ବାହାରୁନାହାନ୍ତି । ମାତ୍ର ବଡ଼ମାନେ ଅମାନିଆ ହେଉଛନ୍ତି । ଘରୁ ବାହାରକୁ ଚାଲି ଯାଉଛନ୍ତି । ଏହି କରୋନା ବିପଦ ବେଳେ ସାନମାନେ ବଡ଼ମାନଙ୍କୁ ବୁଝାଇ ଘରୁ ବାହାରିବା ପାଇଁ ବାରଣ କରନ୍ତୁ ।
କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ରୋଚକ ତଥ୍ୟ ଓ ପରାମର୍ଶ ଦେଇଛନ୍ତି । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଉଦାହରଣ ଦେଇ ସେ କହିଛନ୍ତି, ଲକ୍ ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ କରିବାରୁ ଚୀନ୍ କରୋନାକୁ ନିୟନ୍ତ୍ରଣକୁ ଆଣିପାରିଛି । ଆମେରିକା,ଇଟାଲୀ ଭଳି ଦେଶ ଏଥିରେ ଢ଼ିଲା ମାରିବାରୁ ଅବସ୍ଥା ଅଣାୟତ୍ତ ହୋଇଛି ।
ଆମ ଓଡ଼ିଶାର ଅନେକ ଛୋଟ ସହରର ପପୁଲେସନ୍ ଡେନସିଟି ବା ଜନସଂଖ୍ୟା ଘନତ୍ୱ ବହୁତ ବେଶୀ । ତେଣୁ ଲକ୍ ଡାଉନ୍ ନିୟମକୁ ଆମେ କଡ଼ାକଡ଼ି ମାନି ସତର୍କ ନହେଲେ ଆଜି ଥିବା ତିନୋଟି ପଜିଟିଭ୍ ନିଆଁ ବ୍ୟାପିବା ଭଳି ୩ ଶହ, ୩ ହଜାର ହୋଇଯିବ ବୋଲି ସତର୍କ କରାଇଥିଲେ ବାଗଚୀ ।
ତେବେ କାଁ ଭାଁ ଲକ୍ ଡାଉନ୍ ନିୟମ ଉଲ୍ଲଂଘନକୁ ଛାଡ଼ିଦେଲେ କରୋନାକୁ ନେଇ ଓଡ଼ିଶାବାସୀ ମୋଟାମୋଟି ସଚେତନ ଥିବା ଶ୍ରୀ ବାଗଚୀ କହିଛନ୍ତି । ଓଡ଼ିଶାବାସୀଙ୍କ ସଚେତନତା ଓ ସହଯୋଗ ପାଇଁ ହିଁ ପଜିଟିଭ୍ ସଂଖ୍ୟା ୩ ରେ ସୀମିତ ଥିବା କହିଛନ୍ତି ।
କରୋନା ସ୍ଥିତି: ଗତକାଲି ୧୯୯ ଦେଶରେ ୭ ଲକ୍ଷ ୨୪ ହଜାର ୭୬୯ ଆକ୍ରାନ୍ତ ଥିଲେ । ଆଜି ୨୦୦ ଦେଶରୁ ୭ ଲକ୍ଷ ୮୯ ହଜାର ୯୩୬ ଜଣ ଆକ୍ରାନ୍ତ ହୋଇଛନ୍ତି । କାଲି ସୁଦ୍ଧା ୩୪ ହଜାର ମୃତ୍ୟୁବରଣ କରିଥିଲେ । ଆଜି ସେହି ସଂଖ୍ୟା ୩୮ ହଜାର ୧୦୩ ରେ ପହଞ୍ଚିଛି । ଅର୍ଥାତ ୨୪ ଘଣ୍ଟାରେ ୪୧୦୦ ଜଣ ମୃତ୍ୟୁବରଣ କରିଛନ୍ତି ।
ଭାରତରେ ଗତ ୨୪ ଘଣ୍ଟା ଭିତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସୁଦ୍ଧା ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ତାହା ୩୨ ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୧ରୁ ଆଜି ୧୨୫୧ କୁ ବୃଦ୍ଧି ପାଇଛି ।
ଓଡ଼ିଶାରେ ଆଜି ମଧ୍ୟାହ୍ନ ସୁଦ୍ଧା ୪୭୩ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ସେହି ୩ ଅଛି । ଆଜି ୫୭ ଜଣ କରୋନା ସନ୍ଦିଗ୍ଧ ବିଭିନ୍ନ ଡାକ୍ତରଖାନାରେ ଆଇସୋଲେସନ୍ ରେ ଅଛନ୍ତି । ଆଜି ପର୍ଯ୍ୟନ୍ତ ମୋଟ ୧୧,୫୭୫ ଜଣ ଅନଲାଇନ୍ ଏବଂ ୧୦୪ ଫୋନ୍ ଯୋଗେ ପଞ୍ଜିକରଣ କରାଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଫେରିଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।
ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗଦେଇଥିବା ୩ ଚିହ୍ନଟ
ଦିଲ୍ଲୀ ହଜରତ୍ ନିଜାମୁଦ୍ଦିନ୍ ରୁ ଓଡ଼ିଶା ଫେରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି ଏବଂ ଅନ୍ୟମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଛି ବୋଲି ବାଗଚୀ କହିଛନ୍ତି ।
Previous Post

ବାହାରେ ଫସିଛନ୍ତି ଦେଢ଼ଲକ୍ଷ ଓଡ଼ିଆ

Next Post

ଅଧା ଦରମା ପାଇବେ ବଡ଼ ଅଫିସର

Next Post
ଅଧା ଦରମା ପାଇବେ ବଡ଼ ଅଫିସର

ଅଧା ଦରମା ପାଇବେ ବଡ଼ ଅଫିସର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA