Monday, May 25, 2026 10:47 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଜାଗ କଲେ ବାଗଚୀ; ଆଗାମୀ ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

by Our Correspondent
01 Apr, 2020- 06:11 PM
in Latest News, News
1 min read
0
ସଜାଗ କଲେ ବାଗଚୀ; ଆଗାମୀ ୧୫ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ୱର: “କରୋନା ସଂକ୍ରମଣ ଦୃଷ୍ଟିରୁ ଆଗାମୀ ଦୁଇ ସପ୍ତାହ ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କରୋନା ପାଖରୁ ୧୫ ଦିନର ମହଲତ ଆମକୁ ଛଡ଼ାଇ ଆଣିବାକୁ ପଡ଼ିବ ।”
ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆଜିର ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇ ଧାଡ଼ି ଗମ୍ଭୀର ଓ ମହତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଲକ୍ ଡାଉନ୍ ନିୟମ ପାଳନ ସହ ନିଜକୁ ସତର୍କ ରଖିବାକୁ ସମସ୍ତଙ୍କୁ ପୁଣି ଥରେ ନିବେଦନ କରିଛନ୍ତି ।
ଗୁଜବକାରୀଙ୍କୁ ଚେତାବନୀ: ଗୁଜବକାରୀଙ୍କୁ କଠୋର ବାକ୍ୟ ଶୁଣାଇଛନ୍ତି ବାଗଚୀ । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ବୋଲି ଗୁଜବ ପ୍ରଚାର ହେଉଛି । ତେବେ ଏଭଳି ଗୁଜବ ପ୍ରଚାର କରିବା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ କାର୍ଯ୍ୟ । ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି ସେମାନେ ରାଷ୍ଟ୍ରଦୋହୀ । କେହି ଗୁଜବ ପ୍ରଚାର କରୁଥିବାର ପ୍ରମାଣ ମିଳିଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ବାଗଚୀ ଚେତାବନୀ ଦେଇଛନ୍ତି ।
ଆକ୍ରାନ୍ତଙ୍କୁ ଲାଂଛନା ନୁହେଁ, ସମବେଦନା ଦେବା: ସଂକ୍ରମିତ ବ୍ୟକ୍ତି ଏବଂ ତାଙ୍କ ପରିବାରବର୍ଗଙ୍କ ପ୍ରତି ଘୃଣା, ଲାଂଛନା, ନିନ୍ଦା ନ କରିବାକୁ ଶ୍ରୀ ବାଗଚୀ ଅନୁରୋଧ କରିଛନ୍ତି । ଜାତି,ବର୍ଣ୍ଣ, ଧର୍ମ ନିର୍ବିଶେଷରେ କରୋନା ସମଗ୍ର ମାନବଜାତି ପାଇଁ ଭୟଙ୍କର ହୋଇଛି । ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ବି୍ରଟେନ୍ ରାଜକୁମାର, କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ, ଇରାନ୍ ର ଉପରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସୁତରାଂ ଯେ କୌଣସି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇପାରେ । ତେଣୁ ରୋଗୀର ନୁହେଁ, ଆମକୁ ରୋଗର ମୁକାବିଲା କରିବାକୁ ପଡ଼ିବ । ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘୃଣା, ଲାଂଛନା, ନିନ୍ଦା କରିପାରିବା ନାହିଁ । କାରଣ ତାହାର ସିଧା ପ୍ରଭାବ ଆମ ସମସ୍ତଙ୍କ ଉପରେ ପଡ଼ିବ । ସନ୍ଦିଗ୍ଧ ବ୍ୟକ୍ତି ନିଜକୁ ଲୁଚାଇବେ ଏବଂ କରୋନା ସୁପରସ୍ପେଡର୍ ହୋଇଯିବେ । ତେଣୁ ଆକ୍ରାନ୍ତଙ୍କୁ ସାହାଯ୍ୟ ଓ ସମବେଦନା ଦେବାକୁ ପଡ଼ିବ । ଏହା ଆମର କର୍ତ୍ତବ୍ୟ ।
ଖାଉଟୀ ସାମଗ୍ରୀର ଅଭାବ ନାହିଁ: ସାମ୍ବାଦିକ ସମ୍ମିଳନୀରେ ଖାଦ୍ୟ ଓ ଯୋଗାଣ ବିଭାଗର ସଚିବ ସୁରେନ୍ଦ୍ର କୁମାର ଖାଉଟୀ ସାମଗ୍ରୀ ପାଇଁ ଲୋକେ ବ୍ୟସ୍ତ ଓ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଯଥେଷ୍ଟ ପରିମାଣର ଖାଉଟୀ ସାମଗ୍ରୀ ମହଜୁଦ ଅଛି ଏବଂ ଆବଶ୍ୟକ ଅନୁଯାୟୀ ବାହାର ରାଜ୍ୟରୁ ଯଥାରୀତି ଆମଦାନୀ ହେଉଛି । ଖାଉଟୀ ସାମଗ୍ରୀ ଆମଦାନୀଠାରୁ ଯୋଗାଣ ପର୍ଯ୍ୟନ୍ତ ସରକାର ଟିକନିକ୍ ଧ୍ୟାନ ଦେଉଛନ୍ତି । ତେଣୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ । ଖାଉଟୀ ସାମଗ୍ରୀକୁ ନେଇ କାହାରିକୁ ଅସୁବିଧାରେ ପଡ଼ିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ କୁମାର ଦୃଢ଼ତାର ସହ କହିଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ସୁପରିଚାଳନା ପାଇଁ ୭ ଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଲକ୍ ଡାଉନ୍ ପରିସ୍ଥିତିରେ ଲୋକମାନେ ଯେଭଳି କୌଣସି ଅସୁବିଧା ନ ଭୋଗନ୍ତି ସେଥିପାଇଁ କମିଟି କାର୍ଯ୍ୟ କରୁଛି ବୋଲି ସେ ସୂଚନା ଦେଇଥିଲେ ।
ସାମ୍ବାଦିକ ସମ୍ମିଳନୀ ଆରମ୍ଭରେ ମୁଖ୍ୟ ମୁଖପାତ୍ର ଶ୍ରୀ ବାଗଚୀ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍କଳ ଦିବସର ବାର୍ତ୍ତା ଓ ଶୁଭେଚ୍ଛା ପଢ଼ି ଶୁଣାଇଥିଲେ ।
Previous Post

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ

Next Post

୭ ଜଣଙ୍କ ସଂସ୍ପର୍ଶରେ ଚତୁର୍ଥ କରୋନା ଆକ୍ରାନ୍ତ

Next Post
୭ ଜଣଙ୍କ ସଂସ୍ପର୍ଶରେ ଚତୁର୍ଥ କରୋନା ଆକ୍ରାନ୍ତ

୭ ଜଣଙ୍କ ସଂସ୍ପର୍ଶରେ ଚତୁର୍ଥ କରୋନା ଆକ୍ରାନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA