Saturday, May 30, 2026 10:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୋରିଗୁମ୍ମାର ଆଦିବାସୀ ଅପାଠୁଆ ମହିଳା ବନାମ ସହରୀ ପାଠୁଆ ମଣିଷ

by Our Correspondent
06 Apr, 2020- 09:13 PM
in Latest News, News
1 min read
0
ବୋରିଗୁମ୍ମାର ଆଦିବାସୀ ଅପାଠୁଆ ମହିଳା ବନାମ ସହରୀ ପାଠୁଆ ମଣିଷ
Spread the love
ଭୁବନେଶ୍ୱର: ଉପରୋକ୍ତ ଫଟୋଟି ଉପରେ ନଜର ପକାନ୍ତୁ । କୋରାପୁଟ ବୋରିଗୁମ୍ମା ଅନ୍ତର୍ଗତ ଖୁନ୍ତିଆପଲା ଗାଁର ଏହି ଦୃଶ୍ୟ । ଗରା, ଡେକଚି ଧରି ନଳକୁଅରୁ ପାଣି ନେବାକୁ ଛିଡ଼ା ହୋଇଛନ୍ତି ଗାଁ ର ମା, ଭଉଣୀମାନେ । ଆଗ ପାଣି ନେବାକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଠେଲାପେଲା ହେଉନାହିଁ । ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରୁଛନ୍ତି ।
ବଡ଼କଥା ହେଲା, ନିୟମର ଅନୁପାଳନ ପାଇଁ ସେମାନଙ୍କୁ କେହି ନାଲି ଆଖି ଦେଖାଇନାହାନ୍ତି କି ପୁଲିସ ଜଗିକି ବସିନାହାନ୍ତି । ବରଂ ନିଜେ ନିଜେ ସଚେତନ ହୋଇ ନିୟମକୁ ଅକ୍ଷରେ ଅକ୍ଷରେ ମାନୁଛନ୍ତି । ନଳକୂପ ପାଖରେ ୨ ମିଟର ବ୍ୟବଧାନରେ ଗୋଲ୍ ବୁଲାଇ ନିର୍ଦ୍ଦିଷ୍ଟ ଜାଗା ବନାଇଛନ୍ତି । ମୋଟାମୋଟି କହିଲେ, ଶୃଙ୍ଖଳାର ସହ ସାମାଜିକ ଦୂରତ୍ୱ ନିୟମ ପାଳନ କରୁଛନ୍ତି ଏହି ଦୁର୍ଗମ ଆଦିବାସୀ ଇଲାକାର ଅଶିକ୍ଷିତ ମହିଳାମାନେ ।

ଏପଟେ ଆମ ରାଜଧାନୀ ଭୁବନେଶ୍ୱର, କଟକ, ଭଦ୍ରକ ଆଦି ସହରର ଦୃଶ୍ୟ ଟିଭିରୁ ସମସ୍ତେ ଦେଖୁଛନ୍ତି । ଦେଖିଲା ବେଳକୁ ମୁଣ୍ଡ ଲଜ୍ଜାରେ ତଳକୁ କରିଦେଉଛି । କରୋନାର ଏପିସେଣ୍ଟର ପାଲଟିଛି ଏହି ଭୁବନେଶ୍ୱର । ଏଠାରୁ କେବଳ ୩୨ ଜଣ କରୋନା ପଜିଟିଭ୍ ବାହାରିଲେଣି । ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଇଲାକାରେ ଏବେ ଆତଙ୍କର ଛାଇ । ସଂକ୍ରମଣ ଆଶଙ୍କାରେ ରାଜଧାନୀର ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦା, ଯଦୁପୁର ଭଳି ପ୍ରମୁଖ ଅଞ୍ଚଳଗୁଡ଼ିକ ସିଲ୍ ହୋଇସାରିଛି । ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍ ଡାଉନ୍ ଗତକାଲି ସଂଧ୍ୟାରେ ଉଠିଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକମାନେ ଦୋକାନରେ ଅଯଥା ଭିଡ଼ ନ କରି ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର ନିବେଦନ କରିଛନ୍ତି, କାଲି ବି କରିଥିଲେ । ନିୟମ ଉଲ୍ଲଂଘନକାରୀଙ୍କୁ କଡ଼ା ସତର୍କ ବି କରାଇଥିଲେ । ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ସତର୍କ କରାଯାଉଛି । ରାସ୍ତାରେ ଲୋକମାନେ ଗାଡ଼ିମଟର ଧରି ନ ବୁଲିବା ଉପରେ କଟକଣା ଜାରି ହୋଇଛି । ନିୟମ ପାଳନକୁ ଜଗିବା ପାଇଁ ସାରା ସହରରେ ପୁଲିସ ଛାଉଣୀ ହୋଇଛନ୍ତି ।
ତେବେ ଆଜିର ଦୃଶ୍ୟ ଦେଖିବା ପରେ ଅବାକ୍ ଲାଗୁଛି । ଏତେ ସବୁ ପରେ ବି କିଛି ଲୋକ ନା ସଚେତନ ହେଉଛନ୍ତି ନା କଟକଣା ମାନୁଛନ୍ତି । ଆଜି ସକାଳୁ ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଲୋକମାନେ ସଉଦା, ପନିପରିବା କିଣିବା ପାଇଁ ଅସମ୍ଭାଳ ଭିଡ଼ କରିଛନ୍ତି । ସାମାଜିକ ଦୂରତ୍ୱ ନିୟମକୁ କାଣିଚାଏ ମାନିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିବେଦନ, କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ସେମାନଙ୍କୁ କାଟୁ କରିନି । ପୁଲିସର ନାଲିଆଖି, ମାଡ଼କୁ ସେମାନେ ଭୃକ୍ଷେପ କରିନାହାନ୍ତି । ପୂର୍ବରୁ ସହରରେ ସଟ୍ ଡାଉନ୍ ବେଳେ ବି ଅମାନିଆ, ଡିହ ଗାଲୁଆଙ୍କୁ ଦେଖିବାକୁ ମିଳିଥିଲା ।
ଏହି ଅମାନିଆ ସହରବାସୀ କେହି ମୁର୍ଖ, ଅଶିକ୍ଷିତ ନୁହଁନ୍ତି । ପାଠଶାଠ ପଢ଼ି କେହି ଏଠି ଚାକିରି କରିଛନ୍ତି ତ ଆଉ କେହି ଅନ୍ୟ ଧନ୍ଦା କରୁଛନ୍ତି । ହାତରେ ମୋବାଇଲ୍ ଧରୁଛନ୍ତି । ଘରେ ଟିଭି ଦେଖୁଛନ୍ତି । କରୋନା ମହାମାରୀର ଖବର ପ୍ରତି ମୁହୁର୍ତ୍ତରେ ରଖୁଛନ୍ତି । ସରକାରଙ୍କ ସଚେତନାର ବାର୍ତ୍ତା କାନରେ ଶୁଣୁଛନ୍ତି । ହେଲେ ନିଜକୁ ନିର୍ବୋଧ, ବଧିର କରିଦେଇଛନ୍ତି । ସଚେତନ ହୋଇ ନିୟମ ମାନିବା ବଦଳରେ ବେପରୁଆ ଓ ନିୟମଭଙ୍ଗ କରି ସମସ୍ତଙ୍କ ପାଇଁ ବିପଦର କାରଣ ହୋଇଛନ୍ତି । ନିଜର, ପରିବାରର ଏବଂ ରାଜ୍ୟବାସୀଙ୍କ ଜୀବନକୁ ବାଜି ଲଗାଇବାକୁ ସାହାସ କରୁଛନ୍ତି ।
ଗୋଟେ ପଟେ ସୁଦୂର ବୋରିଗୁମ୍ମା ଖୁନ୍ତିଆପଲା ଗାଁର ଦୃଶ୍ୟ । ଅନ୍ୟପଟେ ଭୁବନେଶ୍ୱର, କଟକ, ଭଦ୍ରକ ଆଦି ସହରର ପ୍ରମୁଖ ରାସ୍ତାଘାଟ ଓ ହାଟର ଦୃଶ୍ୟ । କିଏ ଶିକ୍ଷିତ, କିଏ ସଚେତନ ଏବଂ ସମାଜ ପାଇଁ କିଏ ଘାତକ ତାହା ଆଉ କହିବାର ଆବଶ୍ୟକତା ନାହିଁ । ଏହା ଯେତିକି ଲଜ୍ଜାଜନକ ସେତିକି ଦୁଃଖଦାୟକ ବୋଲି ସହରର ସଚେତନ ନାଗରିକମାନଙ୍କ ମତ ।
ସୂଚନାଯୋଗ୍ୟ, ଲକ୍ ଡାଉନ୍ ନିୟମ ଭାଙ୍ଗି ଗତ ୨୪ ଘଣ୍ଟାରେ ୪୨୭ ଜଣ ଗିରଫ ହୋଇଛନ୍ତି । ୨୪୯ଟି ମାମଲା ରୁଜୁ ହୋଇଛି । ଭୁବନେଶ୍ୱର ଓ କଟକରେ ୨ ହଜାରରୁ ଅଧିକ ଗାଡ଼ିକୁ ପୁଲିସ ସିଜ୍ କରିଛି ।
Previous Post

ଲକ୍ ଡାଉନ୍ ଅମାନ୍ୟ ଓ ପୋଲିସ୍

Next Post

କେନ୍ଦ୍ରାପଡ଼ାରୁ ଜଣେ କରୋନା ପଜିଟିଭ୍

Next Post
କେନ୍ଦ୍ରାପଡ଼ାରୁ ଜଣେ କରୋନା ପଜିଟିଭ୍

କେନ୍ଦ୍ରାପଡ଼ାରୁ ଜଣେ କରୋନା ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA