Monday, May 25, 2026 07:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟର ପ୍ରଥମ କରୋନା ମୃତ୍ୟୁ, ଭୁବନେଶ୍ୱରରୁ ଆଉ ଜଣେ ପଜିଟିଭ୍

by Our Correspondent
07 Apr, 2020- 03:20 PM
in Latest News, News
1 min read
0
ରାଜ୍ୟର ପ୍ରଥମ କରୋନା ମୃତ୍ୟୁ, ଭୁବନେଶ୍ୱରରୁ ଆଉ ଜଣେ ପଜିଟିଭ୍
ଭୁୁବନେଶ୍ୱର: ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ସାମନାକୁ ଆସିଛି । କୋଭିଡ୍ ପଜିଟିଭ୍ ଥିବା ଝାରପଡ଼ାର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କର ଗତକାଲି ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି । ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ଗତ ୪ ତାରିଖରେ ତାଙ୍କୁ ଏମସ୍ ରେ ଭର୍ତ୍ତି କରାଯାଇଥିଲା । କ୍ରୋନିକ୍ ହାଇପରଟେନସନ୍ ଭଳି ପୁରୁଣା ରୋଗରେ ବି ସେ ପୀଡ଼ିତ ଥିବା କୁହାଯାଇଛି ।
ତେବେ ସଂପୃକ୍ତ ବ୍ୟକ୍ତିଙ୍କର କୋଭିଡ୍ ପଜିଟିଭ୍ କେବେ ବାହାରିଥିଲା ତାହା ସ୍ପଷ୍ଟ ହେଉନାହିଁ । କାରଣ ଗଣମାଧ୍ୟମକୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର କରୋନା ପଜିଟିଭ୍ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ ନ ଥିଲା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୪୦ । ଯେଉଁଥିରେ ଝାରପଡ଼ା ଅଞ୍ଚଳର କୌଣସି ବ୍ୟକ୍ତି ନ ଥିଲେ । ମାତ୍ର ଏହି ମୃତ ବ୍ୟକ୍ତିଜଣଙ୍କ କୋଭିଡ୍ ପଜିଟିଭ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଥିବାରୁ ସାଧାରଣରେ ଦ୍ୱନ୍ଦ ସୃଷ୍ଟି ହୋଇଛି ।
ସଂପୃକ୍ତ ବ୍ୟକ୍ତିଙ୍କ କୋଭିଡ୍ ରିପୋର୍ଟ ଏମସ୍ ପାଖରେ ବି ନାହିଁ । ଏମସ୍ ଅଧୀକ୍ଷକ ଜବାହାର ପିଲେ କହିଛନ୍ତି, ଭୁବନେଶ୍ୱର ଆରଏମଆରସିକୁ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ମାତ୍ର ଆମ ପାଖରେ ରିପୋର୍ଟ ପହଞ୍ଚିନାହିଁ । ଆମେ ଆଇସୋଲେସନ୍ ୱାର୍ଡରେ ରଖି ତାଙ୍କର ଚିକିତ୍ସା କରୁଥିଲୁ ବୋଲି ସେ ସଫେଇ ଦେଇଛନ୍ତି ।
ହୁଏତ ଏହି ବ୍ୟକ୍ତିଙ୍କର ନମୁନା ରିପୋର୍ଟ ଆସି ସାରିଥିଲା ଏବଂ ତାହାକୁ ଭଲ ଭାବେ ଯାଞ୍ଚ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ଅପେକ୍ଷାରେ ଥିଲା । ମାତ୍ର ଏହି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ।
ଅନ୍ୟପକ୍ଷରେ ରାଜ୍ୟର ୪୨ ନମ୍ବର କରୋନା ଆକ୍ରାନ୍ତ ଭାବେ ଭୁବନେଶ୍ୱରର ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । ୪୫ ବର୍ଷର ଏହି ଯୁବକଙ୍କ ଘର ମଧୁସୂଦନ ନଗରରେ । ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ନାହିଁ । ତେବେ ଆଜିର ଏହି ନୂଆ କେସ୍ କୁ ମିଶାଇଲେ କେବଳ ଭୁବନେଶ୍ୱରରୁ ୩୪ ଜଣ କରୋନାରେ ଆକ୍ରାନ୍ତ ହେଲେଣି ।
Previous Post

ଜଗଲୁ ଆଖିରେ କରୋନା ଲୁହ

Next Post

ଟେଲିମେଡ଼ିସିନ୍ ହେଲପଲାଇନ୍; 14410 ରେ କଲ୍ କରିବାକୁ ପରାମର୍ଶ

Next Post
ଟେଲିମେଡ଼ିସିନ୍ ହେଲପଲାଇନ୍; 14410 ରେ କଲ୍ କରିବାକୁ ପରାମର୍ଶ

ଟେଲିମେଡ଼ିସିନ୍ ହେଲପଲାଇନ୍; 14410 ରେ କଲ୍ କରିବାକୁ ପରାମର୍ଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA