Monday, May 25, 2026 02:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

by Our Correspondent
17 Apr, 2020- 03:56 PM
in Latest News, News
1 min read
0
ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ
ଭୁବନେଶ୍ୱର: ଓଡ଼ିଶାର କରୋନା ହଟ୍ ସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଟେଷ୍ଟ୍ ବ୍ୟାପକ ହେବାକୁ ଯାଉଛି । ଆଗାମୀ ୭ ଦିନରେ ୫୦୦୦ ସାମ୍ପଲ୍ ଟେଷ୍ଟ ପାଇଁ ଯୋଜନା କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଆଜି ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ସୂଚନା ଦେଇଛନ୍ତି ।
ପ୍ରାୟ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭୁବନେଶ୍ୱର ଜନସାଧାରଣଙ୍କଠାରୁ ସାମ୍ପଲ୍ ସଂଗ୍ରହ ପାଇଁ ୪ଟି କାଟାଗୋରି କରାଯାଇଛି ।
କାଟାଗୋରି-୧: ଟା୍ରଭେଲ୍ ହିଷ୍ଟ୍ରି ଥିବା ବ୍ୟକ୍ତି, ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତି, ଘରୋଇ ହଟ୍ ସ୍ପଟ୍(ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି) ଏବଂ ସାମାଜିକ ଦୂରତ୍ୱ ପାଳୁ ନ ଥିବା ସାହିବସ୍ତିର ବ୍ୟକ୍ତି ।
କାଟାଗୋରି-୨: ପୁଲିସ, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ
କାଟାଗୋରି-୩: ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତି
କାଟାଗୋରି-୪: ଯେ କୌଣସି ଅଞ୍ଚଳର ବ୍ୟକ୍ତିି
ସାମ୍ପଲ୍ ସଂଗ୍ରହ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ କ୍ୟାମ୍ପ ଖୋଲାଯିବ । ମୋବାଇଲ୍ ଭ୍ୟାନ୍ ଜରିଆରେ ଘରକୁ ଘର ବୁଲି ମଧ୍ୟ ଲୋକଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯିବ । ଏଥିପାଇଁ ଜନସାଧାରଣ ସହଯୋଗ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ନାଗରିକ ସଂଗଠନ, ଆଞ୍ଚଳିକ କଲ୍ୟାଣ ସଂଗଠନର କର୍ମକର୍ତ୍ତା, ସାହିବସ୍ତି ମୁରବୀ ତଥା ପୂଜାକମିଟି କର୍ମକର୍ତ୍ତାମାନଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି । ଯେଉଁମାନେ ସାମ୍ପଲ୍ ଦେବାକୁ କୁଣ୍ଠାବୋଧ କରିବେ ଏବଂ ସରକାରକୁ ସହଯୋଗ କରିବେ ନାହିଁ ସେଠାରେ ପୁଲିସର ସାହାଯ୍ୟ ନେବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟ ଶାସନ ସଚିବ ଜଣାଇ ଦେଇଛନ୍ତି ।
ପୂର୍ବରୁ ଭୁବନେଶ୍ୱରକୁ ତିନୋଟି ଜୋନ୍ ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନ୍ ପାଇଁ ଦୁଇଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ କୋଭିଡ୍ ଅବଜରଭର୍ ଦାୟିତ୍ୱ ଦିଆଯାଇଛି । ତେଣୁ ସାମ୍ପଲ୍ ଟେଷ୍ଟ ସୂଚାରୁରୂପେ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି ।
ବର୍ତ୍ତମାନ ୬ଟି ସରକାରୀ ଲାବୋରେଟୋରିରେ ସାମ୍ପଲ ଟେଷ୍ଟ କରାଯାଉଛି । ଏଗୁଡ଼ିକୁ ଅପଗ୍ରେଡ୍ କରାଯାଇ ଅଧିକ ସଂଖ୍ୟକ ଟେକନିସିଆନ୍ ଏବଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୫ ହଜାର ସାମ୍ପଲ୍ ଟେଷ୍ଟ ହୋଇପାରିଲେ ସାରା ଦେଶରେ ଭୁବନେଶ୍ୱର ରେକର୍ଡ କରିବ । କାରଣ ଦେଶର ଅନ୍ୟ କୌଣସି କରୋନା ହଟ୍ ସ୍ପଟ୍ ସହରରେ ଏତେସଂଖ୍ୟକ ଟେଷ୍ଟିଂ ଏ ପର୍ଯ୍ୟନ୍ତ ହୋଇନାହିଁ । ବ୍ୟାପକ ଟେଷ୍ଟିଂ ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ରାଜ୍ୟରେ ଖୋର୍ଦ୍ଧା ସମେତ ୯ଟି ଜିଲ୍ଲାରେ କରୋନା ସଂକ୍ରମଣ ଆଉ ବଢ଼ୁନାହିଁ । ଚିହ୍ନଟ ହୋଇଥିବା ସମୁଦାୟ ୬୦ ପଜିଟିଭ୍ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୪୬(ମେଦିନୀପୁରରୁ ଚିକିତ୍ସିତ ହେବାକୁ ଆସିଥିବା ବ୍ୟକ୍ତିଙ୍କୁ ମିଶାଇ) ପଜିଟିଭ୍ ଅଛନ୍ତି । ଭୁବନେଶ୍ୱରରେ ୧୯୫୮ ସାମ୍ପଲ୍ ଟେଷ୍ଟରୁ ଏହି ପଜିଟିଭ୍ ମିଳିଛି ଯାହାର ହାର ହେଉଛି ୨.୪% । ସମୁଦାୟ ୬୦ ପଜିଟିଭ୍ ଙ୍କ ମଧ୍ୟରୁ୧୯ ଜଣ ସୁସ୍ଥ ବି ହୋଇଗଲେଣି । ତେଣୁ ସାମ୍ପଲ୍ ପଜିଟିଭ୍ ବାହାରିଲେ ଆଦୌ ଆତଙ୍କିତ ହେବାର କାରଣ ନାହିଁ । ବରଂ ସରକାରଙ୍କୁ ସହଯୋଗ କଲେ ନିଜ ପରିବାର ଓ ରାଜ୍ୟ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
Previous Post

ଗ୍ରାହକଙ୍କୁ ଇଏମଆଇ ଭେଳିକି !

Next Post

ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

Next Post
ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

ଲକ୍ ଡାଉନ୍ ଦାଦନ ଶ୍ରମିକଙ୍କ ପାରାଦ୍ୱୀପ କ୍ୟାମ୍ପ୍ ବୁଲିଲେ ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA