ଭୁବନେଶ୍ୱର: ଆଉ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ଦୁଇଜଣ ଯାକ ହେଉଛନ୍ତି ଭୁବନେଶ୍ୱର ବାସିନ୍ଦା । ଆଜି ହସ୍ପିଟାଲ୍ ରୁ ସେମାନଙ୍କୁ ଡିସଚାର୍ଜ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଏହି ଦୁଇଜଣଙ୍କୁ ମିଶାଇ ରାଜ୍ୟର ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେଣି । ଓଡ଼ିଶା ପାଇଁ ଏହା ଖାଲି ଭଲ ଖବର ନୁହେଁ, କରୋନା ଯୁଦ୍ଧରେ ଓଡ଼ିଶା ବିଜୟ ପଥରେ ଆଗୋଉଥିବା ସୂଚନା ଦେଉଛି ।
ଓଡ଼ିଶାରେ ୠତକାଲି ସୁଦ୍ଧା ୭୫୭୭ କୋଭିଡ୍ ଟେଷ୍ଟ ହୋଇଛି । ସେଥିରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଦୁଇଜଣଙ୍କୁ ମିଶାଇ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ୍ କରୋନା ରୋଗୀଙ୍କ ସଂଖ୍ୟା ଏବେ ୩୮କୁ ଖସି ଆସିଛି ।