Monday, May 25, 2026 06:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍

by Our Correspondent
18 Apr, 2020- 07:53 PM
in Latest News, News
1 min read
0
ମୁଖ୍ୟ ଶାସଚ ସଚିବଙ୍କ ସହ ୪ ଜିଲ୍ଲା ବୁଲିଲେ ପାଣ୍ଡିଆନ୍
ଭୁବନେଶ୍ୱର: ରାଜ୍ୟରେ ନୂଆ କୋଭିଡ୍ ହସ୍ପିଟାଲ୍ ଏବଂ ଲକ୍ ଡାଉନ୍ ସ୍ଥିତିରେ କୃଷି, ମନରେଗା ଆଦି କାର୍ଯ୍ୟକ୍ରମର ଅନୁଧ୍ୟାନ ପାଇଁ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ଜିଲ୍ଲା ଗସ୍ତ ଜାରି ରହିଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସହ ବଲାଙ୍ଗୀର, ବରଗଡ଼, ସୋନପୁର ଏବଂ କନ୍ଧମାଳ ଗସ୍ତ କରିଥିଲେ ପାଣ୍ଡିଆନ୍ । ଏହି ଜିଲ୍ଲାଗୁଡ଼ିକରେ କୋଭିଡ୍ ହସ୍ପିଟାଲ୍ ର ଅଗ୍ରଗତି ଏବଂ ଅନ୍ୟାନ୍ୟ କାର୍ଯ୍ୟର ସମୀକ୍ଷା କରିଥିଲେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ବଲାଙ୍ଗୀରରେ ୨୦୦ ବେଡ୍ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇସାରିଛି । ଏଥିରେ ୨୦ ଆଇସିୟୁ ବ୍ୟବସ୍ଥା ରହିଛି । ଓଏମସି ଏଥିପାଇଁ ଆର୍ଥିକ ସହାୟତା ଦେଇଥିବା ବେଳେ କିମସ୍ ଏହାର ପରିଚାଳନା କରୁଛି ।
କନ୍ଧମାଳରେ ୧୫୦ ବେଡ୍ ଏବଂ ୧୦ ଆଇସିୟୁ ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଓଏମସି ଆର୍ଥିକ ସହାୟତା ଦେଇଥିବା ବେଳେ କିମସ୍ ଏହାର ପରିଚାଳନା କରୁଛି ।
ସୋନପୁରରେ ୨୦୦ ବେଡ୍ ର କୋଭିଡ୍ ହସ୍ପିଟାଲ୍ ମଧ୍ୟ କାର୍ଯ୍ୟକ୍ଷମ ହୋଲାଣି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହାର ପରିଚାଳନା କରୁଛି ।
ବରଗଡ଼ରେ ୧୦ଟି ଆଇସିୟୁ ବ୍ୟବସ୍ଥା ସହ ୨୦୦ ବେଡ୍ କୋଭିଡ୍ ହସ୍ପିଟାଲ୍ ର କାମ ଚାଲିଛି । ଆଇଓସିଏଲ୍ ଆର୍ଥିକ ସହାୟତା ଦେଉଥିବା ବେଳେ ବରଗଡ଼ର ବିକାଶ ଗ୍ରୁପ୍ ଏହାର ପରିଚାଳନା ଦାୟିତ୍ୱ ନେଇଛି ।
ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଏସବୁ କୋଭିଡ୍ ହସ୍ପିଟାଲ୍ ର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ସଂପୃକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳ ଓ ଏସପିଙ୍କ ସହିତ ଆଲୋଚନା କରି ଲକ୍ ଡାଉନ୍ କଟକଣାରୁ ବାଦ୍ ଦିଆଯାଇଥିବା କୃଷି କାର୍ଯ୍ୟକ୍ରମ ସୁରୁଖୁରୁରେ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ମେ ପ୍ରଥମ ସପ୍ତାହରୁ ରବି ଫସଲ ଅମଳରେ ଯେଭଳି ଚାଷୀଙ୍କର କୌଣସି ଅସୁବିଧା ନହୁଏ ସେଥିପ୍ରତି ସଜାଗ କରିଥିଲେ । ନରେଗା କାର୍ଯ୍ୟାନ୍ୱୟ ଏବଂ ଅସହାୟ ଗରିବଙ୍କୁ ଖାଦ୍ୟ ଯୋଗାଣରେ କୌଣସି ବ୍ୟତିକ୍ରମ ନ ହେବା ପ୍ରତି ସତର୍କ କରାଇଥିଲେ । ଜଙ୍ଗଲ ଲଘୁଜାତ ଦ୍ରବ୍ୟ ସଂଗ୍ରହରେ ସୁବିଧା କରାଇବାକୁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଲକ୍ ଡାଉନ୍ କଟକଣାକୁ କଡ଼ାକଡ଼ି ପାଳନ କରିବା ପାଇଁ ଏସପିମାନେ ଦୃଷ୍ଟି ରଖିବାକୁ କୁହାଯାଇଥିଲା । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଉପରେ କଡ଼ା ନଜର ରଖିବାକୁ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
Previous Post

ସରକାରଙ୍କ ଏ କି ନ୍ୟାୟ ?

Next Post

ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’

Next Post
ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’

ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA