Monday, May 25, 2026 07:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା; ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବେ ବାହାର ରାଜ୍ୟ ଫେରନ୍ତା

by Our Correspondent
19 Apr, 2020- 06:01 PM
in Latest News, News
1 min read
0
ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା; ୧୪ ଦିନିଆ କ୍ୱାରେଣ୍ଟାଇନ୍ ରେ ରହିବେ ବାହାର ରାଜ୍ୟ ଫେରନ୍ତା

– ବାହାରେ ଫସିଥିବା ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା
– ଘର ଫେରନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ
– ପଞ୍ଚାୟତରେ ମାଗଣାରେ ରହିବେ,୨ ହଜାର ପାଇବେ

ଭୁବନେଶ୍ୱର: ଲକ୍ ଡାଉନ୍ ରେ ଫସି ରହିଥିବା ଓଡ଼ିଆମାନେ ରାଜ୍ୟକୁ ଫେରିଲା ପରେ ୧୪ ଦିନ କ୍ୱାରେଣ୍ଟାଇନ୍ ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି । ସଂପୃକ୍ତ ବ୍ୟକ୍ତିମାନେ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କ ପରିବାର ଓ ବନ୍ଧୁମାନେ ନିଜ ପଞ୍ଚାୟତରେ ନାଁ ରେଜିଷ୍ଟ୍ରେସନ୍ କରିବେ । ଫେରିଲା ପରେ ସେହି ପଞ୍ଚାୟତରେ କ୍ୱାରେଣ୍ଟାଇନ୍ ରେ ରହିବେ । ସେମାନଙ୍କର ଖାଇବା, ରହିବା ଓ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯିବ । କ୍ୱାରେଣ୍ଟାଇନ୍ ଅବଧି ସରିବା ପରେ ପ୍ରୋତ୍ସାହନ ରାଶି ଭାବେ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଦିଆଯିବ ।
ସମ୍ଭାବ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଅନ୍ୟ ରାଜ୍ୟରେ ଅଟକି ରହିଥିବା ଲକ୍ଷ ଲକ୍ଷ ଶ୍ରମିକ, ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ରୋଗୀ ଏବଂ ପ୍ରଫେସନାଲ୍ ଙ୍କ ଦୁର୍ଦ୍ଦଶାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବାକୁ ଅପିଲ୍ କରିଛନ୍ତି ।
ଅନ୍ୟ ରାଜ୍ୟରୁ ଫେରନ୍ତା ଓଡ଼ିଆଙ୍କ ରେଜିଷ୍ଟ୍ରେସନ୍ ଓ କ୍ୱାରେଣ୍ଟାଇନ୍ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତ ଅନୁଷ୍ଠାନଗୁଡ଼ିକ ଉପରେ ଦାୟିତ୍ୱ ଛାଡ଼ିଛନ୍ତି । କୋଭିଡ୍-୧୯ ନିୟନ୍ତ୍ରଣ ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ପଦକ୍ଷେପ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଖାଲି ପଞ୍ଚାୟତ ଉପରେ ଦାୟିତ୍ୱ ଛାଡ଼ି ସରକାର ବସିଯିବେ ନାହିଁ । ଯେତେବେଳେ କଟକଣା ଉଠିଯିବ, ସେତେବେଳେ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟମାନଙ୍କ ସହିତ ଓଡ଼ିଶା ସରକାର ଆଲୋଚନା କରିବେ । ଏଥିପାଇଁ ଟେକ୍ନାଲୋଜିର ସୁବିଧା ନିଆଯିବ । ତେବେ ସମସ୍ୟା ବହୁତ ବଡ଼ ହୋଇଥିବାରୁ ମାନବିକତା ଦୃଷ୍ଟିଭଙ୍ଗୀ ଦେଇ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରାଯାଇଛି । ଗ୍ରାମ ପଞ୍ଚାୟତ ଓ ଅର୍ବାନ୍ ଲୋକାଲ୍ ବଡି ମାନଙ୍କୁ ସାଥରେ ନେଇ କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅସାଧାରଣ ପରିସ୍ଥିତି, ଅସାଧାରଣ ସମାଧାନ ଆବଶ୍ୟକ କରେ । ପଞ୍ଚାୟତ ଏବଂ ଅର୍ବାନ୍ ଲୋକାଲ୍ ବଡି ମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍ ଭାବେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା ଏବଂ କୋଭିଡ୍-୧୯ ବିରୁଦ୍ଧରେ ଆମ ଲଢ଼େଇକୁ ଆହୁରି ମଜବୁତ କରିପାରିବା ।
ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଭିଡ଼ିଓ ବାର୍ତ୍ତାରେ ପୁଣି କହିଛନ୍ତି,
“ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ପଜିଟିଭ୍ କେସ୍ ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷରେ ପହଞ୍ଚିଲାଣି । ଏହି ସମୟ ମଧ୍ୟରେ, ଆମ ଦେଶରେ କରୋନା ପଜିଟିଭ୍ କେସ୍ ତିନି ଗୁଣ ହୋଇ ୧୫ ହଜାରରେ ପହଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ଦୁଇ ଗୁଣରୁ ଅଧିକ ହୋଇ ୨୦୦ରୁ ବଢ଼ି ୫୦୦ରୁ ଅଧିକ ହେଲାଣି । ଗତ ୯ ତାରିଖରେ ଓଡ଼ିଶାରେ ପଜିଟିଭ୍ କେସ୍ ୪୨ ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ୍ କେସ୍ ୬୧ ରେ ପହଞ୍ଚିଛି ।
ଆମର ଟେଷ୍ଟ ତିନି ଗୁଣ କରାଯାଇଛି ଏବଂ ଆମର ଆକ୍ଟିଭ୍ କେସ୍ ମଧ୍ୟ କମିଛି । ଏହା କେବଳ ସମ୍ଭବ ହୋଇଛି, ଆପଣମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ଏବଂ ତ୍ୟାଗ ଯୋଗୁଁ । ଏଥିରେ ଅଛି ପ୍ରତି ଲୋକର ତ୍ୟାଗ, ପ୍ରତି ପରିବାରର ତ୍ୟାଗ, ମା ମାନଙ୍କ ତ୍ୟାଗ ଏବଂ ନିଷ୍ଠାର ସହ କାମ କରୁଥିବା ଆମ ସମସ୍ତଙ୍କର ତ୍ୟାଗ ।
ଏ ଲଢ଼େଇ ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ଆଗକୁ ଅଧିକ ସାମବଧାନ ରହିବାକୁ ପଡ଼ିବ ।”
Previous Post

ସ୍ୱାସ୍ଥ୍ୟ ସଚିବ କହିଲେ ‘ଭୁବନେଶ୍ୱର ସୁରକ୍ଷିତ’

Next Post

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍

Next Post
ରାଜ୍ୟରେ ଆଉ ୭ କରୋନା ପଜିଟିଭ୍

ରାଜ୍ୟରେ ଆଉ ୭ କରୋନା ପଜିଟିଭ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA