Monday, May 25, 2026 01:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

by Our Correspondent
28 Apr, 2016- 02:43 AM
in News, Politics
1 min read
0
ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ବିଚାରପତି ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ଜନାବ ମହମ୍ମଦ ଅଜମଲ୍‌ଙ୍କ ଦଣ୍ଡସେନା ଦଣ୍ଡାଦେଶକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲା ବେଳେ ନିଜେ ଦୌରାଜଜ୍‌ ତାଙ୍କ ବ୍ୟକ୍ତିଗତ ସାଧୁତା ଦଣ୍ଡିରେ ଫସିଛନ୍ତି । ପଦମର୍ଯ୍ୟାଦା ଭୁଲି ସେ ବିଭିନ୍ନ ସମୟରେ ସରକାରଙ୍କ ଠାରୁ ଅନୁଗୃହୀତ ହେବା ଘଟଣା ସାମନାକୁ ଆସିଛି ।

୧୯୮୫ ବ୍ୟାଚର୍‌ ମାଜିଷ୍ଟ୍ରେଟ୍‌ ହେଉଛନ୍ତି ମହମ୍ମଦ ଅଜମଲ୍‌ । ଚାକିରି ଜୀବନର ଅଧିକାଂଶ ସମୟ ତାଙ୍କର କଟିଲାଣି ଅବିଭକ୍ତ କୋରାପୁଟ ଜିଲ୍ଲାରେ । ନ୍ୟାୟିକ ବ୍ୟବସ୍ଥା ପରିଚାଳନାରେ ତାଙ୍କର ଦକ୍ଷତା ଓ ଭୂମିକାକୁ ଆମର ପ୍ରଶ୍ନ ନାହିଁ କି ପ୍ରଶ୍ନ କରିବାର ଔଦ୍ଧତ୍ୟ ନାହିଁ । ମାତ୍ର ପଦମର୍ଯ୍ୟାଦା ଆଢ଼ୁଆଳରେ ନ୍ୟାୟମୂର୍ତ୍ତି ଅଜମଲ୍‌ ସରକାରଙ୍କଠାରୁ ବ୍ୟକ୍ତିଗତ ଭାବେ ଅନୁଗ୍ରହ ହାସଲ କରିଥିବା ଦୁଇଟି ତଥ୍ୟ ପ୍ରମାଣ ଆମ ହାତରେ ଲାଗିଛି । ସେଥିରୁ ଅଜମଲ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ର ଗନ୍ଧ ବାହାରିଛି ।

୧୯୯୬ ମସିହାବେଳକୁ ଉମରକୋଟରେ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଥିଲେ ମହମ୍ମଦ ଅଜମଲ୍‌ । ମନ୍ତ୍ରୀଙ୍କ ଇଚ୍ଛାଧୀନ କୋଟାରୁ ସେତେବେଳେ ଭୁବନେଶ୍ୱରରେ ଏକ ପ୍ଲଟ୍‌ ପାଇବାକୁ ସେ ସମର୍ଥ ହୋଇଥିଲେ । ତକ୍ରାଳୀନ ନଗର ଉନ୍ନୟନ ମନ୍ତ୍ରୀ ଅମର ପ୍ରଧାନଙ୍କୁ ଅନୁରୋଧ କରି ଇଚ୍ଛାଧୀନ କୋଟାରୁ ପ୍ଲଟ୍‌ ନେଇଥିଲେ । ପ୍ଲଟ୍‌ଟି କଳିଙ୍ଗବିହାର ଏଚଆଇଜି, ଫେଜ୍‌-୧ରେ ଅବସ୍ଥିତ । ଘର ନମ୍ବର ୧୬ । ବ୍ୟକ୍ତିଗତ ସମ୍ପର୍କ ହେଉ ବା ଅନ୍ୟ କାରଣ ହେଉ ଅନାୟାସରେ ମନ୍ତ୍ରୀ ତାଙ୍କ ଇଚ୍ଛାଧୀନ କୋଟା ଖୋଲି ଦେଇଥିଲେ ମାଜିଷ୍ଟ୍ରେଟ୍‌ ଅଜମଲ୍‌ଙ୍କ ପାଇଁ  । ତେବେ ସେତିକିରେ ନ୍ୟାୟମୂର୍ତ୍ତିଙ୍କ ତୃଷ୍ଣା ମେଣ୍ଟି ନ ଥିଲା । ପରବର୍ତ୍ତୀ ସମୟରେ କଟକ ସିଡ଼ିଏରେ ମନ୍ତ୍ରୀ ଇଚ୍ଛାଧୀନ କୋଟାରୁ ଏକ ଘର ନେବାକୁ ଇଚ୍ଛା କଲେ ଏବଂ ରାତାରାତି ତାଙ୍କୁ ମିଳିଗଲା ପ୍ଲଟ୍‌ । ଏହା ପଛର ସମୀକରଣ ଓ ତାଳମେଳ ବି ତାଜୁବ୍‌ କଲା ଭଳି ।

୨୦୦୭-୦୮ ବେଳକୁ ମାନ୍ୟବର ମହମ୍ମଦ ଅଜମଲ୍‌ ଥିଲେ ପାଟଣାଗଡ଼ରେ । ସିନିୟର ଡିଭିଜନର ସିଭିଲ୍‌ ଜଜ୍‌ ପଦରେ ଅବସ୍ଥାପିତ ଥିଲେ । ସଂଯୋଗକୁ ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ସେତେବେଳେ ଥିଲେ ରାଜ୍ୟର ନଗର ଉନ୍ନୟନ ମନ୍ତ୍ରୀ । ଆଶ୍ଚର୍ଯ୍ୟର କଥା ନୀତି, ନୈତିକତାକୁ ଜଳାଞ୍ଜଳି ଦେଇ ଅଜମଲ୍‌ ହାତକାଟି କନକ ବର୍ଦ୍ଧନଙ୍କୁ ଅନୁରୋଧ କରିଥିଲେ ଇଚ୍ଛାଧୀନ କୋଟାରେ ଆଉ ଗୋଟେ ପ୍ଲଟ୍‌ ପାଇଁ । କଟକରେ ତାଙ୍କର ରହିବା ପାଇଁ ଜାଗା ନ ଥିବାରୁ ସିଡ଼ିଏ ସେକ୍ଟର-୧୩ରେ ଏକ ପ୍ଲଟ୍‌ ଦେବା ପାଇଁ ଅନୁରୋଧପତ୍ର ଲେଖିଲେ । ସେଦିନ ଥିଲା ୧୭ ଜାନୁଆରୀ ୨୦୦୮ । ଆଉ ପୂର୍ବ ସେଟିଂ ଭଳି ତତ୍କାଳୀନ ମନ୍ତ୍ରୀ କନକ ବର୍ଦ୍ଧନ  ଅବିଳମ୍ବେ ପରଦିନ ସେହି ପତ୍ର ଉପରେ ନିଜେ ଖାଲି ମଞ୍ଜୁର କଲେନି ବରଂ ନିର୍ଦ୍ଦିଷ୍ଟ ଭାବେ ସେକ୍ଟର ୧୩ର ୧୩-୩ସି/୯୨୮ ପ୍ଲ୍‌ଟ୍‌ଟି ଇଚ୍ଛାଧୀନ କୋଟାରୁ ଆବଣ୍ଟିତ କରିଦେଲେ । ପାଟଣାଗଡ଼ ସିନିୟର ଡିଭିଜନ୍‌ର ସିଭିଲ୍‌ ଜଜ୍‌ ପଦରେ ଥାଇ ସଂପୃକ୍ତ ଅଞ୍ଚଳର ବିଧାୟକ ତଥା ମନ୍ତ୍ରୀଙ୍କଠାରୁ ଏଭଳି ଅନୁକମ୍ପା ହାସଲ କରିବା ନୈତିକତା ଦୃଷ୍ଟିରୁ ଗ୍ରହଣୀୟ ନୁହେଁ କି ଆଇନସମ୍ମତ ନୁହେଁ । ମନ୍ତ୍ରୀଙ୍କଠାରୁ ଅନୁଗ୍ରହ ପାଇଁ ଅନୁରୋଧ କରୁଥିବା ଜଣେ ଜଜ୍‌ଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଉଭୟ ପକ୍ଷର ସହଯୋଗ, ଅନୁକମ୍ପା ଓ ଭାବ ଆଦାନପ୍ରଦାନ ବିନା ଏହା ସମ୍ଭବ ହୋଇ ନ ପାରେ । ଜଜ୍‌ ଅଜମଲ୍‌ଙ୍କ ଏହି ଇଚ୍ଛାଧୀନ କୋଟା କାରନାମା ଇତିଶ୍ରୀ ପ୍ରଧାନ ହତ୍ୟା ରାୟ ପରିପ୍ରେକ୍ଷୀରେ ସାମନାକୁ ଆସିଛି । ଉଲ୍ଲେଖ କରାଯାଇପାରେ କି ରାୟଗଡ଼ାରେ ମହମ୍ମଦ ଅଜମଲ୍‌ ୨୦୧୪ ଏପ୍ରିଲ୍‌ ୨ ତାରିଖରେ ଯୋଗ ଦେଇଥିଲେ । ଅର୍ଥାତ୍‌ ଇତିଶ୍ରୀ ଘଟଣାର ୪ ମାସ ପରେ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ପଦରେ ଅଧିଷ୍ଠିତ ହେଲେ । ୨୦୧୩ ଅକ୍ଟୋବରରେ ଇତିଶ୍ରୀଙ୍କ ଉପରେ କିରୋସିନୀ ଢ଼ାଳି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଥିଲା । ନଭେମ୍ବର ୧ରେ ବିଶାଖାପାଟଣାରେ ଚିକିତ୍ସତ ଅବସ୍ଥାରେ ଇତିଶ୍ରୀ ମରିଯାଇଥିଲେ । ଅତ୍ୟନ୍ତ ସ୍ପର୍ଶକାତର ଓ ରାଜନୈତିକ ହେଂଚାପେଂଚିରେ ରହସ୍ୟମୟ ହୋଇପଡ଼ିଥିଲା ମାମଲା ।

ଇତିଶ୍ରୀ ମୃତ୍ୟୁରେ ସ୍କୁଲ ଏସଆଇ ଦଣ୍ଡସେନାଙ୍କୁ ଆଜୀବନ୍‌ ଜେଲ୍‌ ଦଣ୍ଡାଦେଶ ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ଅତୁଟ ରଖିଛି ଏଥିରେ କାହାର ସନ୍ଦେହ ନାହିଁ । ଅନ୍ୟପକ୍ଷରେ ଦଣ୍ଡସେନାଙ୍କ ନିର୍ଯ୍ୟାତନା ସମ୍ପର୍କରେ ଇତିଶ୍ରୀ ବାରମ୍ବାର ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦରବାରରେ ଅଭିଯୋଗ କରିଥିଲେ । ମାତ୍ର ତାଙ୍କୁ କେହି ନ୍ୟାୟ ଦେଇ ନ ଥିଲେ କି ଜୀବନ ସୁରକ୍ଷା ଦେଇ ନ ଥିଲେ । ଫଳହେଲା ଜୀଅନ୍ତା ପୋଡ଼ି ମରିଗଲେ ଇତିଶ୍ରୀ । ଇତିଶ୍ରୀଙ୍କ ଇତିବୃତ୍ତି ଓ ମୃତ୍ୟୁକାଳୀନ ଜମାନବନ୍ଦୀରୁ ଦୌରାଜଜ୍‌ ଅଜମଲ୍‌ ଶାସନବ୍ୟବସ୍ଥା ଓ ଶାସନକର୍ତ୍ତାଙ୍କ ଦୋଷ ଦେଖି ନ ପାରିବା କିଛି ମହଲକୁ ବିସ୍ମିତ କରିଛି । ଇତିଶ୍ରୀ ହତ୍ୟା ପଛରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତିଙ୍କ ପୃଷ୍ଠପୋଷକତାକୁ ନ୍ୟାୟିକ ବ୍ୟବସ୍ଥା ଆଖିବୁଜି ଦେବାକୁ ସହଜରେ ଗ୍ରହଣ କରୁନାହାନ୍ତି ସାଧାରଣ ଜନତା । ସ୍ୱାଭାବିକ ଭାବେ ପଲଟିକାଲ୍‌ ଲିଙ୍କ୍‌ ଛାପ ରହୁଥିବା ଜଜ୍‌ଙ୍କ ନିରପେକ୍ଷତାକୁ ଲୋକେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ।

Previous Post

ଜଳ ସଙ୍କଟ ଭୁଲି ବିଦେଶରେ ଛୁଆ ଚିନ୍ତା କରିବେ ହାକିମ

Next Post

ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

Next Post
ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA