Saturday, May 9, 2026 02:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!

by Our Correspondent
15 May, 2020- 03:41 PM
in Latest News, News
1 min read
0
ମାଡ଼ି ଆସୁଛି ବାତ୍ୟା; ୪ ଜିଲ୍ଲାକୁ ବେଶୀ ବିପଦ!
ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଆଜି ସଂଧ୍ୟାରେ ଡିପ୍ରେସନ୍ ର ରୂପ ନେବ । ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବ । ତାହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପରେ ଦିଗ ବଦଳାଇ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଗତି କରିବ । ୧୭ ତାରିଖ ସଂଧ୍ୟା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗକୁ ଗତି କରିବ । ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପଶ୍ଚିମବଙ୍ଗ, ବାଲାଂଦେଶରେ ଲ୍ୟାଣ୍ଡଫଲ୍ କରିବାର ଅଧିକ ସମ୍ଭାବନା ରହିଥିବା ଆଇଏମଡି ଆକଳନ କରିଛି ।
ତେବେ ଏହି ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହିଛି । ଉତ୍ତର ଉପକୂଳ ଓଡ଼ିଶା ଉପରେ ବାତ୍ୟା ବିପଦ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ବାତ୍ୟା ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଶେଷରେ ଶ୍ରୀ ମହାପାତ୍ର କହିଛନ୍ତି ଆମେ ସବୁ ପ୍ରକାର ପରିସ୍ଥିତିର ସାମନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଓଡ଼ିଶାର ୧୨ଟି ଜିଲ୍ଲାରେ ବାତ୍ୟାର ପ୍ରଭାବ ଆଶଙ୍କା କରାଯାଉଛି । ତେବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଉପରେ ଅଧିକ ପ୍ରଭାବ ପଡ଼ିବାର ସମ୍ଭାବନା ଅଛି ।
ଏହାକୁ ଦୃଷ୍ଟିରେ ରଖି ପ୍ରଶାସନକଳକୁ ସମ୍ପୂର୍ଣ୍ଣ ସଜାଗ କରାଯାଇଥିବା ଏସଆସି କହିଛନ୍ତି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ମୁକାବିଲା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ବାତ୍ୟା ଆଶଙ୍କା ଜିଲ୍ଲାଗୁଡ଼ିକରେ ସ୍କୁଲ କଲେଜ ବିଲଡିଂକୁ ସେଲଟର୍ ହୋମ୍(ଆଶ୍ରୟସ୍ଥଳ) କରିବାକୁ କୁହାଯାଇଛି । ସେଲଟର୍ ହୋମ୍ ଦାୟିତ୍ୱରେ ସ୍ଥାନୀ ସରପଞ୍ଚଓ ଦୁଇଜଣ ଶିକ୍ଷକ ଦାୟିତ୍ୱରେ ରହିବେ । ରାପିଡ୍ ଆକ୍ସନ୍ ଟିମ୍ କୁ ସଜାଗ କରାଯାଇଛି । ପୁଲିସ, ଅଗ୍ନିଶମ ଓ ଏନଡିଆରଏଫ୍ କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଆଶଙ୍କା ଜିଲ୍ଲାଗୁଡ଼ିକରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।
୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବା ସହିତ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ଆଜିଠାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି । କୃଷି, ସମବାୟ, ପଞ୍ଚାୟତିରାଜ, ଶକ୍ତି, ଜଳସମ୍ପଦ ଆଦି ବିଭାଗ ଅଧିକ ସତର୍କ ରହିବାକୁ କୁହାଯାଇଛି । ସମୁଦ୍ର କୂଳରୁ ୩ କିଲୋମିଟର ମଧ୍ୟରେ ଥିବା ଅସ୍ଥାୟୀ କୋଭିଡ୍ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି ।
ଲ୍ୟାଣ୍ଡଫଲ୍ ଯେଉଁଠି ହେଉ ନା କାହିଁକି ଅତି ଖରାପ ପରିସ୍ଥିତିର ସାମନା କରିବା ପାଇଁ ପ୍ରଶାସନ କଳକୁ ସଜାଗ କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ । ଏହାକୁ ହାଲୁକାରେ ନିଅନି, ପ୍ରସ୍ତୁତ ରୁହ ବୋଲି ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି । ପୂର୍ବ ଅଭିଜ୍ଞତା ଆଧାରରେ ପ୍ରଶାସନିକ କଳ କାର୍ଯ୍ୟରେ ଲାଗିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।
Previous Post

ମ୍ୟାଡମ୍ ଉବାଚ – ୠଣଂ କୄତ୍ଵା ଘୄତଂ ପିବେତ୍!

Next Post

କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

Next Post
କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

କୋଭିଡ୍ ମୁକାବିଲାରେ ସରପଞ୍ଚଙ୍କ କାର୍ଯ୍ୟକୁ ପାଣ୍ଡିଆନ୍ ଙ୍କ ପ୍ରଶଂସା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA