Saturday, May 9, 2026 05:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୀମା ଲଂଘିଲା ବିଜେଡ଼ି ଅରାଜକତା

by Our Correspondent
12 May, 2016- 08:46 AM
in Politics
1 min read
0
ସୀମା ଲଂଘିଲା ବିଜେଡ଼ି ଅରାଜକତା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗଣମାଧ୍ୟମ ପାଇଁ ସକାଳ ୯ଟାରୁ ବନ୍ଦ ହୋଇଗଲା ବିଧାନସଭା ମୁଖ୍ୟ ଗେଟ୍‌ । ଶାସକ ଦଳର ମନ୍ତ୍ରୀ,ଏମଏଲଏମାନେ ଘଣ୍ଟାଏ ପୂର୍ବରୁ ଭୁସୂଭାସ୍‌ ପହଞ୍ଚିଲେ ବିଧାନସଭା ପରିସର । ତାପରେ ଆରମ୍ଭ ହୋଇଗଲା ଅପରେସନ୍‌ । ଦୁଇ ଡର୍ଜନ ମାର୍ଶାଲ(ସୁରକ୍ଷାକର୍ମୀ) ଘେରିଗଲେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ଧାରଣାରତ ଅନୁସୂଚିତ ଜାତି/ଜନଜାତି ବର୍ଗର କଂଗ୍ରେସ ଓ ବିଜେପି ବିଧାୟକଙ୍କୁ । ଦୋଳାରେ ବାଲିବସ୍ତା ଫୋପାଡ଼ିଲା ଭଳି ଜଣ ଜଣ କରି ବିଧାୟକଙ୍କୁ ସେଠାରୁ ଫୋପାଡ଼ି ଦେଲେ ମାର୍ଶାଲ୍‌ । ତାହା ପୁଣି ଖୋଦ୍‌ ଶାସକ ଦଳର ମୁଣ୍ଡିମାନଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଚାରିପାଖେ ନିଜେ ସୁରକ୍ଷାକର୍ମୀ ସାଜିଲେ ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ବିଜେଡ଼ି ବିଧାୟକ । ଆଉ ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ତାଙ୍କ ଚାମ୍ବରକୁ ବାଟ କଡ଼େଇ ନେଲେ ସେମାନେ । ସେପଟେ ଘଟଣାସ୍ଥଳରୁ ରୋକ୍‌ ଲାଗିଥିବା ସାମ୍ବାଦିକମାନେ ବିଧାନସଭା ଭିତରକୁ ପଶି ନ ପାରି ଧାରଣାରେ ବସିଗଲେ । ତେବେ ଭିତର ଅରାଜକତା ଶେଷ ହେଲା ପରେ ଯାଇ ସାମ୍ବାଦିକମାନଙ୍କ ପାଇଁ ଖୋଲିଲା ବିଧାନସଭା ଗେଟ୍‌ ।

ଗୁରୁବାର ଏହା ଥିଲା ବିଧାନସଭା ଆରମ୍ଭ ପୂର୍ବରୁ ବାହାରର ଦୃଶ୍ୟ । ଶାସକ ଦଳ ନିଜର ସଂଖ୍ୟା ଓ ବାହୁବଳରେ ହାତଗଣତି ବିରୋଧୀଙ୍କ ସାମନା ପାଇଁ ରଚିଥିଲେ ଏହି କୁତ୍ସିତ ନାଟକ । ଖୋଦ୍‌ ତୃତୀୟ ମହଲାର ନିର୍ଦେଶନାରେ ପୂର୍ବ ସଂଧ୍ୟାରେ ରଚା ହୋଇଥିଲା ନାଟକ । ନବୀନଙ୍କ ସାରଥୀ ସାଜିଥିବା ଅଧିକାଂଶ ମନ୍ତ୍ରୀ ଓ କିଛି ବିଧାୟକ ଏକାଠି ହୋଇ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଆଉ ସେହି ବ୍ଲୁ ପ୍ରିଣ୍ଟ୍‌ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହୋଇଥିଲା । ଜନମତ, ଗଣମାଧ୍ୟମ କାହାରିକୁ ସେମାନଙ୍କର ଖାତିର ନ ଥିଲା । ଏକମାତ୍ର ଏଜେଣ୍ଡା ଥିଲା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ବିରୋଧୀ ବିଧାୟକମାନେ ବସିପାରିବେ ନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଯାତ୍ରାପଥରେ ବାଧା ଦେବେନି । ନବୀନ ହେଉଛନ୍ତି ରାଜ୍ୟର ରାଜା । ଲୋକଙ୍କ ମତ ତାଙ୍କ ସାଥୀରେ ଅଛି । ସେହି ବଳରେ ବିରୋଧୀଙ୍କ ସ୍ୱର ଉଠିବାକୁ ଦିଆଯିବନି କି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ ହେବାକୁ ଦିଆଯିବନି । ଖୋଦ୍‌ ସରକାର ଓ ଶାସକ ଦଳର ଏଭଳି ଆଭିମୁଖ୍ୟ ଆଜି ଲୁଚାଛପା ନ ଥିଲା ।

ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଶାସକ ଦଳର ଆଭିମୁଖ୍ୟରେ ବିଧାନସଭାର ସୁପ୍ରିମୋ ତଥା ବାଚସ୍ପତି ନିରଞ୍ଜନ ପୂଜାରୀ ବି ସାମିଲ୍‌ ହୋଇଯାଇଛନ୍ତି । ବିଧାନସଭାରେ କୌଣସି ଆନ୍ଦୋଳନ/ଧାରଣାକୁ ସେ ଅସିଦ୍ଧ ଘୋଷଣା କରି ସୁରକ୍ଷାକର୍ମୀ ଓ ଶାସକ ଦଳ ଦ୍ୱାରା ବିରୋଧୀ ଦଳ ହଟାଓ ଅପରେସନ୍‌କୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି । ବାଚସ୍ପତିଙ୍କ ଦ୍ୱାରା ବିରୋଧୀ ସଭ୍ୟଙ୍କ ଆନେ୍ଦାଳନ ଅସିଦ୍ଧ ଘୋଷଣାଟି ଶାସକ ଶିବିରର ବ୍ଲୁ ପ୍ରିଣ୍ଟ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ସଂଖ୍ୟା ଓ ବାହୁବଳରେ ଯେଉଁ ଢ଼ଙ୍ଗରେ ବିରୋଧୀ ସଭ୍ୟଙ୍କ ଆନ୍ଦୋଳନ/ଧର୍ମଘଟକୁ ଦମନ କରାଗଲା ତାହା ବିଧାନସଭା ଇତିହାସରେ ଆଉ ଏକ କଳଙ୍କ ଯୋଡିଛି । ଏଇ ସାମାନ୍ୟ ଘଟଣାରେ ଶାସକ ଦଳ ଛାନିଆଁ ହୋଇ ଏଭଳି ଆତଙ୍କରାଜ କରିବା ରାଜନୈତିକ ମାହୋଲକୁ ବିସ୍ମିତ କରିଛି । ମୁଖ୍ୟମନ୍ତ୍ରୀ ସେଠାକୁ ଆସି ଧାରଣାରତ ବିଧାୟକଙ୍କ ସହ ଆଲୋଚନା କରିଦେଇଥିଲେ କଥା ଏତେ ବାଟ ବଢ଼ି ନ ଥାଆନ୍ତା । ମାତ୍ର ସଂଖ୍ୟାବଳର ଅହଂକାରରେ ଏତିକି ନ କରି ଅରାଜକତା ସୃଷ୍ଟି କରିବା ପଛରେ ବିଜେଡ଼ିର ଆଭିମୁଖ୍ୟକୁ ବୁଦ୍ଧିଜୀବୀ ମହଲ ଗ୍ରହଣ କରିନାହାନ୍ତି ।

ଆଦିବାସୀ, ହରିଜନ ପ୍ରୀତି ଦେଖାଉଥିବା ବିଜେଡ଼ି ଦଳ ଓ ସରକାରଙ୍କ ପାଇଁ ଏହି ଘଟଣା ନିଶ୍ଚିତ ଭାବେ ବୁମେରାଂ ସଦୃଶ ହୋଇଛି । ଶାସକ ଶିବିରର ଏଭଳି ରଣକୌଶଳ ନୀତି, ଆଦର୍ଶ ଓ ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ସାଧାରଣ ଜନତାଙ୍କ ମନ ଚହଲାଇ ଦେଇଛି । ରିପୋର୍ଟ ଲେଖା ହେଲା ବେଳକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ଚା,ଫଳ ଖାଇ ସେମାନେ ମାନବ ଶୃଙ୍ଖଳ ସୃଷ୍ଟି କରିଛନ୍ତି । ସେପଟେ ବିରୋଧୀ ଦଳର ଆନ୍ଦୋଳନରତ ବିଧାୟକମାନେ ବାଚସ୍ପତିଙ୍କ ଚାମ୍ବର ଆଗରେ ଆମରଣ ଅନଶନ ଜାରି ରଖିଛନ୍ତି ।

Previous Post

ବିଜେଡ଼ିକୁ ପୁଣି ଘାବରେଇଲେ ନରସିଂହ

Next Post

ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

Next Post
ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

ବିଧାୟକ ଗୋଡ଼ ଧରିଲେ, ମୁଖ୍ୟମନ୍ତ୍ରୀ ଚାହିଁଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA