Saturday, May 9, 2026 01:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୫ ବସ୍ ରେ ୩୦ ହଜାର ପିଲାଙ୍କ ପାଖକୁ ‘କିସ୍’ ପଠାଇଲା ବହି, ଖାଦ୍ୟ

by Our Correspondent
26 May, 2020- 10:51 PM
in Latest News, News
1 min read
0
୨୫ ବସ୍ ରେ ୩୦ ହଜାର ପିଲାଙ୍କ ପାଖକୁ ‘କିସ୍’ ପଠାଇଲା ବହି, ଖାଦ୍ୟ

ଭୁବନେଶ୍ୱର: ବହି ଖାତା, କଲମ, ପେନସିଲ୍ ଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ, ସାବୁନ୍ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ  ଲଦା ୨୫ ଟି ବସ୍ ବାହାରିଛି ଭୁବନେଶ୍ୱର ‘କିସ୍’ ରୁ । କିସ୍ ରେ ପାଠ ପଢ଼ୁଥିବା ରାଜ୍ୟର ବିଭିନ୍ନ ପ୍ରାନ୍ତରର ୩୦ ହଜାର ଗରିବ ଆଦିବାସୀ ପିଲାଙ୍କ ଘରେ ପହଞ୍ଚିବ ଜିନିଷ । କରୋନା ଲକ୍ ଡାଉନ୍ ରେ ଏବେ ସେମାନେ ନିଜ ନିଜ ଘରେ ଅଛନ୍ତି । ସବୁ ପିଲାଙ୍କ ଘର ଘର ବୁଲି ସେମାନଙ୍କ ପାଖରେ ନୂଆ ପାଠ୍ୟପୁସ୍ତକ ଏବଂ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କର ଏହି ଅଭିନବ ପ୍ରଚେଷ୍ଟା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସବୁଆଡୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

ଲକ୍ ଡାଉନ୍ ଯୋଗୁଁ କିସ୍‌ର ୩୦ ହଜାର ଛାତ୍ରଛାତ୍ରୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନିଜ ନିଜ ଘରେ ରହୁଛନ୍ତି । ଚଳିତଶିକ୍ଷା ବର୍ଷ ପାଇଁ ପୂର୍ବ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟ ପୁସ୍ତକ ପାଇପାରି ନାହାନ୍ତି । କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କରୋନା ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଘରେ ପାଠ୍ୟ ପୁସ୍ତକ ଓ ସୁଖିଲା ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦେବା ପାଇଁ ଯୋଜନା କରିଥିଲେ । ଏଥିପାଇଁ କିସ୍‌ ପକ୍ଷରୁ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାବର୍ଷର ପାଠ୍ୟ ପୁସ୍ତକ, ଖାତା, କଲମ୍‌, ପେନ୍‌ସିଲ୍‌ ଆଦି ପାଠ୍ୟୋପକରଣ ସହ ଚୁଡ଼ା, ଚିନି, ଡାଲି, ବିସ୍କୁଟ୍‌ ଆଦି ସୁଖିଲା ଖାଦ୍ୟ ସାମଗ୍ରୀ, ସାବୁନ୍‌ ଏବଂ ଯୋଗାଇ ଦିଆଯାଇଛି ।
ଏଥିପୂର୍ବରୁ ଲକ୍ ଡାଉନ୍ ସମୟରେ କିସ୍‌ର ଛାତ୍ରଛାତ୍ରୀ ଯେଭଳି ଶିକ୍ଷା ଠିକ୍‌ ଭାବେ ପାଇ ପାରିବେ ସେ ନେଇ ଅନ୍‌ଲାଇନ୍‌ ଓ ମୋବାଇଲ୍‌ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ରହିଥିଲା ।

ସୂଚନା ଅନୁଯାୟୀ, ବସ୍ ଯୋଗେ ଛାତ୍ରଛାତ୍ରୀମାନଙ୍କ ଘରକୁ ସାମଗ୍ରୀ ପଠାଇବା ପାଇଁ ଦୀର୍ଘ ୧୫ ଦିନ ଧରି  କିସ୍‌ର କର୍ମଚାରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପସ୍ତୁତି ଆରମ୍ଭ କରିଥିଲେ । ସୋମବାର ସକାଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଂପାଦକ ଆର ଏନ୍‌ ଦାଶ, କିସ୍‌ର ସିଇଓ ଡ. ପ୍ରଶାନ୍ତ ରାଉତରାୟ ପ୍ରମୁଖଙ୍କ ଉପସ୍ଥିତିରେ କିସ୍‌ ପକ୍ଷରୁ ୨୫ଟି ବସ୍‌ ଯୋଗେ ଓଡ଼ିଶାର ସମସ୍ତ ଜିଲ୍ଲାରେ ରହୁଥିବା ଛାତ୍ରଛାତ୍ରୀଙ୍କ ଗ୍ରାମକୁ ଉପରୋକ୍ତ ସାମଗ୍ରୀ ପଠାଯାଇଛି । ନିର୍ଦ୍ଦିଷ୍ଟ କରାଯାଇଥିବା ସ୍ଥାନରେ ପିଲାଙ୍କ ଅଭିଭାବକମାନଙ୍କୁ ଏହି ସବୁ ସାମଗ୍ରୀ ପ୍ରଦାନ କରାଯିବ ।
କିସ୍‌ର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରି କିସ୍‌ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କହିଛନ୍ତି, ଆମ ପିଲାଙ୍କ ପାଇଁ ମଧ୍ୟ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଚିନ୍ତା ବ୍ୟକ୍ତ କରିବା ସହ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପାଠ୍ୟୋପକରଣ ଆମମାନଙ୍କ ଘରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ସେଥିପାଇଁ କିସ୍‌ ଓ ଶ୍ରୀ ସାମନ୍ତଙ୍କୁ ଅଭିଭାବକମାନେ ଧନ୍ୟବାଦ ଜଣାଇଛନ୍ତି ।
Previous Post

+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ

Next Post

୨୯ରୁ ପୁରୀ,ଏକାମ୍ର ଐତିହ୍ୟ ପ୍ରକଳ୍ପ କାମ

Next Post
୨୯ରୁ ପୁରୀ,ଏକାମ୍ର ଐତିହ୍ୟ ପ୍ରକଳ୍ପ କାମ

୨୯ରୁ ପୁରୀ,ଏକାମ୍ର ଐତିହ୍ୟ ପ୍ରକଳ୍ପ କାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA