Friday, May 8, 2026 11:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ

by Our Correspondent
26 May, 2020- 07:00 PM
in Latest News, News
1 min read
0
+୩ ଦ୍ୱିତୀୟ, ଚତୁର୍ଥ, ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ବନ୍ଦ
ଭୁୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଲେଜଗୁଡ଼ିକରେ ଯୁକ୍ତ ତିନିର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର୍ ପରୀକ୍ଷା ହେବ ନାହିଁ । ସେହିଭଳି ପିଜି ଦ୍ୱିତୀୟ ସେମିଷ୍ଟର୍ ପରୀକ୍ଷା ମଧ୍ୟ ହେବ ନାହିଁ । ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱରା ନିର୍ଦ୍ଧାରିତ ବିକଳ୍ପ ବ୍ୟବସ୍ଥା ଦ୍ୱାରା ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇ ସେମାନଙ୍କୁ ପରବର୍ତ୍ତୀ ସେମିଷ୍ଟର୍ କୁ ଉନ୍ନୀତ କରାଯିବ ।
ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଆଜି ଏକ ବୈଠକରେ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି । ୟୁଜିସି ଗାଇଡଲାଇନ୍ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଉଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଯୁକ୍ତ ତିନିର ଷଷ୍ଠ(ଫାଇନାଲ୍) ଏବଂ ପିଜି ଶ୍ରେଣୀର ଚତୁର୍ଥ ସେମିଷ୍ଟର୍(ଫାଇନାଲ୍) ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ପ୍ରଥମ ଥର ପାଇଁ ରାଜ୍ୟରେ ଯୁକ୍ତ ତିନି ଏବଂ ପିଜି ସିଲାବସ୍ ରେ ୨୫ ପ୍ରତିଶତ ପାଠ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱୟଂ- ଅଧ୍ୟୟନ (Guided Self Study) ମାଧ୍ୟମରେ କରାଯିବ । ଅନଲାଇନ୍, ଅଫଲାଇନ୍ ଏବଂ ପାଠ୍ୟପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡ଼ି ମ୍ୟାଟେରିଆଲ୍ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀମାନେ ଏଗୁଡ଼ିକୁ ନିଜେ ପଢ଼ିବେ ଏବଂ ଟ୍ୟୁଟୋରିଆଲ୍ କ୍ଲାସ୍ ରେ ଶିକ୍ଷକମାନଙ୍କଠାରୁ ବୁଝି ପାରୁନଥିବା ପାଠ ସମ୍ପର୍କରେ ପଚାରି ବୁଝିପାରିବେ ।
ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଜିଜ୍ଞାସା ବଢ଼ିବା ସହିତ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ । ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ଲୋକସେବା ଭବନଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନେ ଉପସ୍ଥିତ ଥିଲେ । ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଥିଲେ ।
Previous Post

ବୋମାମାଡ଼ କରି ପଶିଲେ, ଘର ଲୋକଙ୍କୁ ହାଣି ସବୁ ଲୁଟିନେଲେ

Next Post

୨୫ ବସ୍ ରେ ୩୦ ହଜାର ପିଲାଙ୍କ ପାଖକୁ ‘କିସ୍’ ପଠାଇଲା ବହି, ଖାଦ୍ୟ

Next Post
୨୫ ବସ୍ ରେ ୩୦ ହଜାର ପିଲାଙ୍କ ପାଖକୁ ‘କିସ୍’ ପଠାଇଲା ବହି, ଖାଦ୍ୟ

୨୫ ବସ୍ ରେ ୩୦ ହଜାର ପିଲାଙ୍କ ପାଖକୁ ‘କିସ୍’ ପଠାଇଲା ବହି, ଖାଦ୍ୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA