Tuesday, May 26, 2026 08:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ

by Our Correspondent
04 Jun, 2020- 10:04 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଅପିଲ୍: ଆଗାମୀ ୨୫ ଦିନ ଗୁରୁତ୍ୱପୂର୍ଣ୍ଣ, ଅଧିକ ସତର୍କ ରୁହନ୍ତୁ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ବର୍ତ୍ତମାସ ସୁଦ୍ଧା ୨୪୭୮ ଜଣ ଆକ୍ରାନ୍ତ ହେଲେଣି । କେବଳ କ୍ୱାରେଣ୍ଟାଇନ୍ କେସ୍ ନୁହେଁ, ଏବେ ଲୋକାଲ୍ କେସ୍ ବି ବଢ଼ିଲାଣି । ଜୁନ୍ ମାସରେ କରୋନାର ଏଭଳି ସ୍ଥିତିକୁ ନେଇ ରାଜ୍ୟବାସୀଙ୍କୁ ପୂର୍ବରୁ ସତର୍କ କରାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି । ଲକ୍ ଡାଉନ୍ କୋହଳ ହେଲା ବୋଲି କରୋନା ଚାଲିଗଲା ବୋଲି ଭାବନ୍ତୁ ନାହିଁ । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆତ୍ମସଂଯମତା ଜରୁରୀ । ନିଜ ପରିବାର କଥା ଚିନ୍ତା କରି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ରେ ରହିଲେ ଯାଇ ଆମେ କରୋନାକୁ ଜିତିପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ୫ ଲକ୍ଷ ପ୍ରବାସୀ ଘରକୁ ଫେରୁଛନ୍ତି । ତେଣୁ ସଂକ୍ରମଣ ନିଶ୍ଚିତ ଅଧିକ ହେବ । ଯାହାର ପ୍ରଭାବ ୧୫ ରୁ ୨୦ ଦିନ ଯାଏଁ ରହିବ । ସେହିପରି ଜୁନ୍ ୧୦ ରୁ ମୌସୁମୀ ବର୍ଷା ଆରମ୍ଭ ହେଉଥିବାରୁ ଥଣ୍ଡା, କାଶ, ଜ୍ୱର ବଢ଼ିବ । ତେଣୁ ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସତର୍କ ରହିଲେ ଯାଇ କରୋନା ଲଢ଼େଇରେ ଜିତିପାରିବା । ଜୁନ୍ ମାସ ହିଁ ଆମ ପାଇଁ ନିର୍ଣ୍ଣାୟକ ହେବ ।
କରୋନା ସଂକ୍ରମଣ ବର୍ତ୍ତମାନ ପିକ୍ ରେ ଅଛି । ୧୫ ଦିନ ତଳେ ଆମ ଦେଶରେ ଦିନକୁ ୩ ହଜାର ଲୋକ ସଂକ୍ରମିତ ହେଉଥିଲେ । ଆସି ଏହି ସଂଖ୍ୟା ୧୦ ହଜାରରେ ପହଞ୍ଚିଲାଣି । ଏହା ଆମ ସମସ୍ତଙ୍କ ପାଇଁ ବଡ଼ ଆହ୍ୱାନ । ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଜରୁରୀ କାମ ନ ଥିଲେ ଆପଣ ଘରୁ ବାହାରକୁ ଯାଆନ୍ତୁ ନାହିଁ ।
ଲକ୍ ଡାଉନ୍, ରାତ୍ରିକାଳୀନ କର୍ଫ୍ୟୁ ଏବଂ ଚଳିତ ମାସର ପ୍ରତି ଶନି ଓ ରବିବାର ୧୧ଟି ଜିଲ୍ଲାରେ ସଟ୍ ଡାଉନ୍ କାହିଁକି କରାଯାଇଛି ମୁଖ୍ୟମନ୍ତ୍ରୀ ତାହାର ହିସାବ ଦେଇଛନ୍ତି । ଜୁନ୍ ମାସରେ ସପ୍ତାହକୁ ୨ ଦିନ ହିସାବରେ ମାସକୁ ୮ ଦିନ ସଟ୍ ଡାଉନ୍ ଅର୍ଥ ଆମେ ପୂରା ୮ ଦିନ ଘରେ ରହିବା । ବାହାରକୁ ଯିବା ନାହିଁ । ଏଥିରେ ଆମର ଲାଭ ହେଉଛି, ଆମେ ପୂରା ୮ ଦିନ କରୋନା ସଂକ୍ରମଣରୁ ଦୂରରେ ରହିବା ।
ସେହିପରି ରାତି ୭ଟାରୁ ଭୋର ୫ଟା । ପୂରା ୧୦ ଘଣ୍ଟା କର୍ଫ୍ୟୁ । ୩୦ ଦିନରେ ୩୦୦ ଘଣ୍ଟା । ତେଣୁ ସଟ୍ ଡାଉନ୍ ଓ ରାତ୍ରୀକାଳୀନ କର୍ଫ୍ୟୁକୁ ମିଶାଇ ଜୁନ୍ ମାସରେ ଆମେ ପୂରା ୧୭ ଦିନ ଘରେ ରହିବା । ଏହାଦ୍ୱାରା ସଂକ୍ରମଣ କେତେ କମିବ, ଆପଣ ନିଜେ ଚିନ୍ତା କରନ୍ତୁ । ଆପଣ ବାହାରକୁ ନ ଆସିଲେ, କରୋନା ଆପଣଙ୍କ ଘରକୁ ଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଓ ଜୀବିକା ଦୁଇଟି ଯାକ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ସୁସ୍ଥ ରହିଲେ ଜୀବିକା ଆଗକୁ ବଢ଼ିବ । ଜୀବିକା ଉପରେ ସରକାରଙ୍କୁ ଧ୍ୟାନ ଦେବାକୁ ହେବ । ଲକ୍ ଡାଉନ୍ କୋହଳ ହୋଇଛି ଜୀବିକା ପାଇଁ । କିନ୍ତୁ ଜୀବନ ପ୍ରତି ଏହା ଯେପରି ବିପଦ ସୃଷ୍ଟି ନ କରିବ, ସେଥିପାଇଁ ଆମେ ନିଜେ ସାବଧାନ ରହିବା ଜରୁରୀ ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟବାସୀଙ୍କୁ ୫ ସୂତ୍ର ଦେଇଛନ୍ତି ।
୧. ଘରେ ରୁହନ୍ତୁ । ଜରୁରୀ କାମ ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ ।
୨. ବାହାରକୁ ଗଲେ, ମାସ୍କ ନିଶ୍ଚୟ ଲଗାନ୍ତୁ । କାହିଁକି ନା ମାସ୍କ ଲଗାଇଲେ କରୋନା ସଂକ୍ରମଣ ୯୦ ପ୍ରତିଶତ କମିଯିବ ।
୩. ସବୁ ଜାଗାରେ ସାମାଜିକ ଦୂରତା ରକ୍ଷା କରନ୍ତୁ ।
୪. ଘରକୁ ଫେରିବା ପରେ ସାବୁନ୍ ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ନିଶ୍ଚୟ ହାତ ଧୂଅନ୍ତୁ ।
୫. ୬୫ ବର୍ଷରୁ ଅଧିକ ବୟସର ଲୋକ, ଗୁରୁତର ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ କେବେ ବି ବାହାରକୁ ଛାଡ଼ନ୍ତୁ ନାହିଁ ।
Previous Post

ଓଡ଼ିଆ ଭାଷାର ସୁରକ୍ଷା ଏବଂ ଉନ୍ନତିରେ “ଓଡ଼ିଆ ଭାଷା ପ୍ରତିଷ୍ଠାନ” କେତେ ସଫଳ?

Next Post

ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ

Next Post
ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ

ଶ୍ରୀଜୀଉଙ୍କ ଅପେକ୍ଷାରେ ସ୍ନାନବେଦୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA