Saturday, May 30, 2026 11:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମିତ୍ ଶାହାଙ୍କ ଅବୁଝା ଅଙ୍କ !

by Our Correspondent
08 Jun, 2020- 10:19 PM
in Latest News, News, Politics
1 min read
0
ଅମିତ୍ ଶାହାଙ୍କ ଅବୁଝା ଅଙ୍କ !
Spread the love
ଭୁବନେଶ୍ୱର: ୨୦ ବର୍ଷ ଧରି ବିଜେଡ଼ିର ଅଭେଦ୍ୟ ଗଡ଼ ରହିଥିବା ଓଡ଼ିଶାକୁ ବିଜେପି ଅଭେଦ୍ୟ ଗଡ଼ କରିବ । ମୋଦିଙ୍କ ନେତୃତ୍ୱରେ ବିକାଶଶୀଳ ରାଜ୍ୟ ହେବ ଓଡ଼ିଶା । ବର୍ଷକର ନିରବତା ପରେ ଆଜି ଦିଲ୍ଲୀରୁ ଭର୍ଚୁଆଲ୍ ରାଲି ଜରିଆରେ ଏହି ସନ୍ଦେଶ ଦେଇଛନ୍ତି ବିଜେପି ହାଇକମାଣ୍ଡ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ପୂର୍ବ ଭାରତରେ ଓଡ଼ିଶା ହିଁ ଦଳର ଫୋକସ୍ । ତେଣୁ ବିଜେପିକୁ ଏଠାରେ ଅଭେଦ୍ୟ ଗଡ଼ କରିବାର ସ୍ୱପ୍ନକୁ ସାକାର କରାଯିବ ବୋଲି ଶାହା ତାଙ୍କ ବାର୍ତ୍ତାରେ ଜଣାଇଛନ୍ତି ।
ରୋଚକ କଥା ହେଉଛି, ଦୁଇ ଦଶନ୍ଧୀର ବିଜେଡ଼ି ଗଡ଼କୁ ଭାଙ୍ଗିବାର ସଂକଳ୍ପ ଦେଖାଇଥିବା ଅମିତ୍ ଶାହା ବିଜେଡ଼ି ସରକାରଙ୍କ ବିରୋଧରେ କିନ୍ତୁ ପାଟି ଖୋଲିନାହାନ୍ତି । ବରଂ ଓଡ଼ିଶାରେ ସମ୍ପୂର୍ଣ୍ଣ ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସକୁ ଶାହା ଟାର୍ଗେଟ୍ କରିଛନ୍ତି । ମୁଖ୍ୟ ଶତ୍ରୁକୁ ନଜର ଅନ୍ଦାଜ କରି ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କେମିତି କରାଯିବ ସେହି ଅଙ୍କ ଦଳୀୟ ନେତା ଓ କର୍ମୀଙ୍କୁ ବାଉଳା କରିଛି ।
ସ୍ମରଣଥାଉକି, ଗତ ସାଧାରଣ ନିର୍ବାଚନର ଢ଼େର୍ ପୂର୍ବରୁ ଓଡ଼ିଶା ହୋଇଥିଲା ବିଜେପିର ଫୋକସ୍ ପଏଣ୍ଟ । ଓଡ଼ିଶାରେ କ୍ଷମତା ଦଖଲର ବ୍ଲୁ ପ୍ରିଣ୍ଟ୍ ଧରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଅମିତ୍ ଶାହା ବାରମ୍ବାର ଓଡ଼ିଶା ଆସୁଥିଲେ । ନବୀନ ପଟ୍ଟନାୟକ ପୋଡା ଟ୍ରାନସଫରମର୍ । ତାଙ୍କୁ ବଙ୍ଗୋପସାଗରରେ ଫିଙ୍ଗିଦିଅ । ଓଡ଼ିଶାରେ ବିଜେପିକୁ କ୍ଷମତା ଦଖଲରୁ କେହି ଏଥର ଅଟକାଇପାରିବେ ନାହିଁ । ଏଭଳି ଗରମାଗରମ ଭାଷଣ ଦେଇ ବିଜେପି କର୍ମୀଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲେ । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାକୁ ବହୁବାର ନିର୍ବାଚନ ପ୍ରଚାରରେ ଆସିଥିଲେ । ବିଜେଡ଼ିର କୁଶାସନ ଏବଂ ରାଜ୍ୟର ବିକାଶ ଥିଲା ମୁଦ୍ଦା । ତେବେ କ୍ଷମତା ଦଖଲର ଉଦ୍ୟମରେ ଫେଲ୍ ହେଲେ ମୋଦି ଏବଂ ଶାହା ।
ରାଜ୍ୟରେ ପଞ୍ଚମ ଥର କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରରେ ଦ୍ୱିତୀୟ ଥର କ୍ଷମତାକୁ ଆସିଥିବା ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଇତିମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଇଛି । ନିର୍ବାଚନ ପରଠାରୁ ଉଭୟ ମିଳିମିଶି ଚଳୁଛନ୍ତି । କେନ୍ଦ୍ର-ରାଜ୍ୟ ସହଯୋଗ ଆଳରେ କେହି କାହା ବିରୋଧରେ ପାଟି ଖୋଲୁନାହାନ୍ତି । ବିଜେଡ଼ି ଓ ବିଜେପି ମଧ୍ୟରେ ଉତ୍ତମ ବୁଝାମଣା ଆଉ ଅଭିଯୋଗରେ ସୀମିତ ନାହିଁ । ଏହା କାର୍ଯ୍ୟରେ ପ୍ରତିଫଳିତ ହେଉଛି । ସରକାରୀସ୍ତରରେ ଉଭୟ ଉଭୟଙ୍କୁ ପ୍ରଶଂସାରେ ମାତିଛନ୍ତି । ଏହିଭଳି ସମୟରେ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଦୁର୍ଗ ଭାବେ ଗଢ଼ି ତୋଳିବାର ଅମିତ୍ ଶାହାଙ୍କ ସଂକଳ୍ପ ରାଜ୍ୟବାସୀଙ୍କୁ କୌତୁହଳରେ ପକାଇଛି ।
ଅମିତ୍ ଶାହା ତାଙ୍କ ଭାଷଣରେ କେନ୍ଦ୍ରରେ କଂଗ୍ରେସ ଓ ବିଜେପି ସରକାରର ଓଡ଼ିଶାକୁ ଅବଦାନର ତୁଳନାତ୍ମକ ଚିତ୍ର ଦେଇ କଂଗ୍ରେସକୁ ତୀର ଦେଖାଇଛନ୍ତି । ଶାହା କହିଛନ୍ତି, ଆପଣମାନେ ୭୦ ବର୍ଷରେ କ’ଣ କରିଛନ୍ତି ହିସାବ ଦିଅନ୍ତୁ । ଓଡ଼ିଶାବାସୀଙ୍କ ପାଇଁ ମୋଦି ସରକାର ଅନେକ କିଛି କାମ କରିଛନ୍ତି । ନିକଟରେ ଘୋଷିତ ସ୍ୱତନ୍ତ୍ର ପ୍ୟାକେଜରେ ଓଡ଼ିଶା ବହୁତ ଫାଇଦା ପାଇବ । ପାଇକ ସ୍ମାରକୀ ବିକାଶ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । କୃଷକଙ୍କୁ ସର୍ବାଧିକ ଲାଭ ଦେବାକୁ ଫସଲ ଏମଏସପି ବୃଦ୍ଧି କରାଯାଇଛି । ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତିବଦ୍ଧ ।
ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରି ଶାହା କହିଛନ୍ତି, ଓଡ଼ିଶାରେ ସଂଗଠନକୁ ଆହୁରି ମଜବୁତ କରିବାକୁ ପଡ଼ିବ । ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ ଭାବେ ବନାଇବାକୁ ପଡ଼ିବ । ଏଥିପାଇଁ ସବୁ ବିଜେପି କାର୍ଯ୍ୟକର୍ତ୍ତା ଆଗେଇ ଆସନ୍ତୁ ।
ଲୋକସଭା ନିର୍ବାଚନରେ ଓଡ଼ିଶାବାସୀ ମୋଦିଙ୍କ ହାତ ମଜବୁତ କରିଛନ୍ତି । ଓଡ଼ିଶା ୩୮.୪% ଭୋଟ ଏବଂ ୮ଟି ଲୋକସଭା ସିଟ୍ ଦେଇଛି । ୯୧ ଲକ୍ଷରୁ ଅଧିକ ଲୋକ ମୋଦିଙ୍କୁ ଆଶିର୍ବାଦ ଦେଇଛନ୍ତି । ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ସେୟା କରନ୍ତି ବୋଲି ଶାହା କହିଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ବଦଳି ଯାଇଥିବା ବିଶ୍ୱରେ ଭାରତବର୍ଷ ଏକ ନୂଆ ଆତ୍ମବିଶ୍ୱାସର ସହ ଆଗକୁ ଯାଉଛି । ମୋଦିଙ୍କ ନେତୃତ୍ୱରେ ଭାରତ ଦ୍ରୁତ ବିକାଶର ରାସ୍ତା ଧରିଛି । ପୂର୍ବ ଭାରତର ବିକାଶ ନ ହେଲା ପର୍ଯ୍ୟନ୍ତ ଭାରତବର୍ଷର ସାମୁହିକ ବିକାଶ ହୋଇଛି କହିବା ଭୁଲ୍ ହେବ । ପ୍ରଧାନମନ୍ତ୍ରୀ ଆଜି ପୂର୍ବ ଭାରତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ଆର୍ଶିବାଦ ସବୁବେଳେ ରହିଛି । ବର୍ଷୱାରୀ ହିସାବ ଦେବାକୁ ମୋଦି ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ଅମିତ୍ ଶାହା ସେହି ହିସାବ ଦେବାକୁ ଆସିଛନ୍ତି ।
Previous Post

ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶରୁ ଉଦ୍ଧାର ପାଇଲେ ପ୍ରବାସୀ

Next Post

ଅମାନିଆ ଅପରାଜିତା !!

Next Post
ଅମାନିଆ ଅପରାଜିତା !!

ଅମାନିଆ ଅପରାଜିତା !!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA