Monday, May 25, 2026 02:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାଟିର ଦୁଇ ବୀର ସନ୍ତାନଙ୍କୁ ଝୁରୁଛି ଓଡ଼ିଶା

by Our Correspondent
17 Jun, 2020- 11:57 PM
in Latest News, News
1 min read
0
ମାଟିର ଦୁଇ ବୀର ସନ୍ତାନଙ୍କୁ ଝୁରୁଛି ଓଡ଼ିଶା
ଭୁବନେଶ୍ୱର: ଗଲୱାନ୍ ଭ୍ୟାଲିରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ନନ୍ଦୁରାମ ସୋରେନ୍ । ଦେଶ ପାଇଁ ବଳିଦାନ ଦେଇଥିବା ଏହି ବୀର ଯବାନଙ୍କ ପାଇଁ ଆଜି ସମଗ୍ର ଦେଶବାସୀଙ୍କ ଆଖିରୁ ଲୁହ ଝରୁଛି । ନିଜ ଘରସଂସାରକୁ ପର କରିଦେଇଥିଲେ ମଧ୍ୟ ମା ମାଟି ପାଇଁ ତ୍ୟାଗ ସେମାନଙ୍କୁ ଚିରକାଳ ଅମର କରିଦେଇଛି ।

କନ୍ଧମାଳ ଜିଲ୍ଲା ରାଇକିଆ ବିଅରପଙ୍ଗା ନିବାସୀ ଚନ୍ଦ୍ରକାନ୍ତ ପ୍ରଧାନ(୨୮)। ୨୦୧୪ ମସିହାରେ ବିହାର-୧୬ ରେଜିମେଣ୍ଟରେ ସିପାହୀ ଭାବେ ଯୋଗଦେଇଥିଲେ । ଘରେ ବାପା, ମାଆ, ଏକମାତ୍ର ବଡ଼ଭଉଣୀ ଏବଂ ଦୁଇ ସାନଭାଇ ଅଛନ୍ତି । ଗତ ଡିସେମ୍ବରରେ ଛୁଟିରେ ଘରକୁ ଆସି ଫେବୃଆରୀରେ ଫେରି ଯାଇଥିଲେ । ତାଙ୍କର ସାହାସୀ ଓ ସରଳ ବ୍ୟବହାର ପାଇଁ ଗାଁ ସାରା ଲୋକ ବହୁତ ଭଲ ପାଉଥିଲେ । ଗାଁରେ ଛୁଟି କଟାଉ ଥିବା ବେଳେ ଚୀନ୍ ବର୍ଡରରେ ଟେନସନ୍ ଚାଲିଥିବା ବର୍ଣ୍ଣନା କରିଥିଲେ । ମଙ୍ଗଳବାର ରାତି ୧୧ଟାରେ ତାଙ୍କର ମୃତ୍ୟୁ ଖବର ପ୍ରଥମେ ବାପା କରୁଣାକର ପ୍ରଧାନ ପାଇଲା ପରଠୁ ତାଙ୍କ ଆଖିରୁ ଲୁହ ଶୁଖୁନି । ନିଜର କାମ ପ୍ରତି ଚନ୍ଦ୍ରକାନ୍ତଙ୍କର ନିଷ୍ଠା, କଠୋର ପରିଶ୍ରମ ଓ ସାହାସିକତାକୁ ମନେ ପକାଉଛନ୍ତି ବାପା ।
ଅବିବାହିତ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ କରୁଣାକର ଭାଙ୍ଗିପଡ଼ିଥିଲେ ମଧ୍ୟ ଦେଶ ମାତୃକାର ସେବାରେ ପୁଅ ଜୀବନକୁ ଉତ୍ସର୍ଗ କରିଥିବାରୁ ମନକୁ ଶାନ୍ତ୍ୱନା ଦେଇଛନ୍ତି । ଗ୍ରାମବାସୀଙ୍କ ମନରେ ଚନ୍ଦ୍ରକାନ୍ତଙ୍କ ମୃତ୍ୟୁ ପାଇଁ ଦୁଃଖ ଯେତିକି ଗର୍ବ ମଧ୍ୟ ସେତିକି ଦେଖିବାକୁ ମିଳିଛି ।

ସହିଦ ନାଏକ ସୁବେଦାର ନନ୍ଦୁରାମ ସୋରେନ୍(୪୩)ଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍ ବଡ଼ଚମ୍ପାଉଦା ଗାଁରେ । ରାଇରଙ୍ଗପୁର କଲେଜରୁ ଯୁକ୍ତ ଦୁଇ ପାସ୍ କଲା ପରେ ୧୯୯୭ ମସିହାରେ ଆର୍ମିର ବିହାର-୧୬ ରେଜିମେଣ୍ଟ ରେ ଯୋଗଦେଇଥିଲେ । ଘରେ ସ୍ତ୍ରୀ ଏବଂ ତିନି ସ୍କୁଲ ପଢ଼ୁଆ ଝିଅ ଅଛନ୍ତି । ଗତ ଜାନୁଆରୀ ମାସରେ ତାଙ୍କ ମଝିଆ ଭାଇଙ୍କ ମୃତ୍ୟୁ ହେବାରୁ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ । ଅଳ୍ପଦିନ ରହି ଫେରିଯାଇଥିଲେ । କାମ ପ୍ରତି ତାଙ୍କର ପ୍ରବଳ ନିଷ୍ଠା ଥିଲା ବୋଲି ବଡ଼ଭାଇ କହିଛନ୍ତି ।
୨୫ ଲକ୍ଷ ସହାୟତା: ଚୀନ୍ ସେନାର ଆକ୍ରମଣରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶପାଇଁ ସେମାନଙ୍କ ବଳିଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଜଣାଇଛନ୍ତି ।
ଦେଶମାତୃକା ପାଇଁ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସହିଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Previous Post

ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍

Next Post

ବିନା ସିମେଣ୍ଟରେ କଂକ୍ରିଟ୍‌ ‌ରାସ୍ତା

Next Post
ବିନା ସିମେଣ୍ଟରେ କଂକ୍ରିଟ୍‌ ‌ରାସ୍ତା

ବିନା ସିମେଣ୍ଟରେ କଂକ୍ରିଟ୍‌ ‌ରାସ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA