Monday, May 25, 2026 03:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍

by Our Correspondent
17 Jun, 2020- 05:51 PM
in Latest News, News
1 min read
0
ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ହୋମ୍

ଗୋଷ୍ଠୀ ସଚେତନତା ଓ ପରିଚାଳନାର ବିକେନ୍ଦ୍ରୀକରଣକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ।
୧- ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର୍ ହୋମ୍ ଖୋଲାଯିବ । ଏଥିରେ ୧୦ ରୁ ୨୦ ଜଣ ବ୍ୟକ୍ତିଙ୍କ ରହିବା ବ୍ୟବସ୍ଥା କରାଯିବ । ଏହାଦ୍ୱାରା ସାରା ରାଜ୍ୟର ଗ୍ରାମାଞ୍ଚଳରେ ୭୦ ହଜାର ଲୋକଙ୍କର ରହିବା ବ୍ୟବସ୍ଥା ହେବ । ଥଣ୍ଡା, ଜ୍ୱର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ ସିଧା ହସପିଟାଲ୍ ନିଆ ନ ଯାଇ ପ୍ରଥମେ ଏହି କୋଭିଡ୍ କେୟାର୍ ହୋମ୍ କୁ ଅଣାଯାଇ ଚିକିତ୍ସା କରାଯିବ । ଟେଷ୍ଟିଂ ପରେ ଯଦି କୋଭିଡ୍ ପଜିଟିଭ୍ ଆସେ ତେବେ ଯାଇ ତାଙ୍କୁ କୋଭିଡ୍ ହସ୍ପିଟାଲ୍ କୁ ପଠାଯିବ ।
୨- କୋଭିଡ୍ ପରିଚାଳନାର ବିକେନ୍ଦ୍ରୀକରଣ କରାଯାଇ ସହର ଓ ଗାଁ ସବୁଠାରେ ୱାର୍ଡସ୍ତରୀୟ କମିଟି ଗଠନ କରାଯିବ । କୋଭିଡ୍ ପରିଚାଳନା କମିଟିରେ ୱାର୍ଡସ୍ତରୀୟ ଲୋକପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଏବଂ ଏସଏଚଜିର ମହିଳାମାନେ ସଦସ୍ୟ ରହିବେ । ଉକ୍ତ କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ୱତନ୍ତ୍ର କ୍ଷମତା ଦିଆଯିବ । ବର୍ତ୍ତମାନର ଗାଁ କଲ୍ୟାଣ ସମିତି ଏହି କୋଭିଡ୍ ପରିଚାଳନା କମିଟିର ଦାୟିତ୍ୱ ନିର୍ବାହ କରିବେ । ପ୍ରତି କମିଟିରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । କୋଭିଡ୍ କେୟାର ହୋମ୍ ଓ ଟିଏମସିର ଦାୟିତ୍ୱ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବା ସହ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ ।
ସେହିଭଳି, ସହରାଞ୍ଚଳରେ ୱାର୍ଡ କମିଟିଗୁଡ଼ିକ ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ସେଥିରେ ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବକମାନେ ସଦସ୍ୟ ରହିବେ । ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସହରାଞ୍ଚଳର ବସ୍ତି ଉପରେ କମିଟି ଅଧିକ ଫୋକସ୍ ଦେବା ସହ ବଡ଼ ବଡ଼ ବସ୍ତିଗୁଡ଼ିକରେ କୋଭିଡ୍ କେୟାର ହୋମ୍ ସ୍ଥାପନ କରିବ ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ଏହାର ସଫଳତା ଉପରେ କହିଥିଲେ । ଜୁନ୍ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ଦୋହରାଇବା ସହ ଜୀବନ-ଜୀବିକାର ପରିବର୍ତ୍ତିତ ପରିସ୍ଥିତିରେ ଆମକୁ ରଣକୌଶଳ ବଦଳାଇବାକୁ ପଡ଼ିବ ବୋଲି କହିଥିଲେ । କରୋନା ସହିତ ଆମର ଯୁଦ୍ଧ ଏକ ଲମ୍ବା ଲଢ଼େଇ । ଆମେ ସମେସ୍ତେ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ, “କରୋନା ଲଢ଼େଇରେ ପ୍ରତିଟି ଲୋକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା । ଏ ଯୁଦ୍ଧର ସଫଳତା ପାଇଁ ଆପଣମାନଙ୍କର ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ । ଏ ପର୍ଯ୍ୟନ୍ତ ଆମେ ହାସଲ କରିଥିବା ସଫଳତାକୁ ଆମକୁ ଆହୁରି ଆଗକୁ ନେବାକୁ ହେବ । ଆମେ ଅଧିକ ସତର୍କ ରହିବା । ସଚେତନ ରହିବା । ଏ ହେଉଛି ଆମ ଧୈର୍ଯ୍ୟ ଓ ସାହାସର ପରୀକ୍ଷାର ସମୟ । ଆମ ପରିବାର ଆମ ପିଲାଛୁଆ ଆମ ଜୀବନଜୀବିକା ପାଇଁ ଏ ଲଢ଼େଇ ଆମକୁ ଜିତିବାକୁ ହେବ । ଆମେ ନିଶ୍ଚିତ ଜିତିବା ।”
Previous Post

ମାଳ ମାଳ ନକଲି ମୁଖପାତ୍ର !

Next Post

ମାଟିର ଦୁଇ ବୀର ସନ୍ତାନଙ୍କୁ ଝୁରୁଛି ଓଡ଼ିଶା

Next Post
ମାଟିର ଦୁଇ ବୀର ସନ୍ତାନଙ୍କୁ ଝୁରୁଛି ଓଡ଼ିଶା

ମାଟିର ଦୁଇ ବୀର ସନ୍ତାନଙ୍କୁ ଝୁରୁଛି ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA