Tuesday, June 23, 2026 08:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମର୍ଜେନ୍ସୀ: ସେକାଳର, ଏକାଳର…

by Our Correspondent
25 Jun, 2020- 09:22 PM
in Latest News, News
1 min read
0
ଏମର୍ଜେନ୍ସୀ: ସେକାଳର, ଏକାଳର…
ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି
ଆମ ଦେଶରେ ଆଜିକୁ ଠିକ୍ ଦୀର୍ଘ ୪୫ ବର୍ଷ ତଳେ ୧୯୭୫ ମସିହା ଜୁନ୍ ମାସ ୨୫ ତାରିଖ ରାତି ୯ଟା ୨୫ମିନିଟ ସମୟରେ, ଭାରତର ତତ୍କାଳୀନ ରାଷ୍ଟ୍ରପତି ଫକରୁଦ୍ଦିନ୍ ଅଲ୍ଲୀ ଅହମ୍ମଦ ଏକ ଅଧ୍ୟାଦେଶ ବଳରେ ଦେଶରେ “ଜରୁରୀ କାଳୀନ ପରିସ୍ଥିତି” ଜାରି କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଇନ୍ଦିରା ଗାନ୍ଧୀ କ୍ଷମତାର ବଶବର୍ତ୍ତୀ ହୋଇ ଏବଂ ନିଜର କିଛି ଦୋଷତ୍ରୁଟିକୁ ଆଇନ ସମ୍ମତ କରେଇବା ପାଇଁ “ଜରୁରୀକାଳିନ ପରିସ୍ଥିତି” (Emergency) ଜାରି କରିବା ପାଇଁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ। କୁହାଯାଏ ଇନ୍ଦିରା ଗାନ୍ଧୀଙ୍କ ତାଙ୍କ କନିଷ୍ଠ ପୁତ୍ର ସଞ୍ଜୟ ଗାନ୍ଧୀଙ୍କ ବିଶୄଙ୍ଖଳିତ ଚାପର ବଶବର୍ତ୍ତୀ ହୋଇ ଏଭଳି ଅନ୍ୟାୟୋଚିତ ନିଷ୍ପତ୍ତି ନେବାକୁ ମହାମହିମ ରାଷ୍ଟ୍ରପତିଙ୍କୁ ବାଧ୍ୟ କରି, ଭାରତର ଗଣତାନ୍ତ୍ରିକ ଇତିହାସକୁ କଳଙ୍କିତ କରିବାକୁ ପଛେଇନଥିଲେ। ତ’ଦ୍ଵାରା ସମସ୍ତ ପ୍ରାଶାସନିକ କଳ, ନ୍ୟାୟପାଳିକା ଏବଂ ଗଣମାଧ୍ୟମର ସ୍ଵାଧୀନ ସ୍ଵରକୁ ହରଣଚାଲ୍ କରିନେଇଥିଲେ।

ଦେଶସାରା ଅକଥନୀୟ ଦମନଲୀଳା ଚାଲିଲା। ମାନବାଧିକାର ବୋଲି କିଛି ରହିଲାନାହିଁ। ଅନେକ ସ୍ଵାଧୀନଚେତା, ରାଷ୍ଟ୍ରନୀତିଜ୍ଞ, ବିରୋଧୀ ରାଜନୈତିକ ବ୍ୟକ୍ତି ବିଶେଷ ଏବଂ ସମାଜସେବୀ ଅକାରଣରେ ଜେଲ୍ ଗଲେ। ଦେଶସାରା ଭୟର ବାତାବରଣ ଘୋଟିଗଲା। ଯାହାକି ଦୀର୍ଘ ୨୧ମାସ ଧରି ଦେଶରେ ବଳବତ୍ତର ରହିଥିଲା। କିନ୍ତୁ ସୁଖର କଥା ସେତେବେଳର ସେହି ସ୍ଵାଧୀନ ଭାରତର ସାହସୀ ଓ ସଚେତନ ନାଗରିକମାନେ ସେତେବେଳେ ସେହି “ଜରୁରୀକାଳୀନ ପରିସ୍ଥିତି” ଘୋଷଣା ହେବାଦିନଠାରୁ ମାତ୍ର ଦୁଇବର୍ଷରୁ କମ୍ ସମୟ ମଧ୍ୟରେ, ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ଶାସନର ମୁହଁତୋଡ଼ ଜବାବ ଦେଇ ନିଜର ଏକନିଷ୍ଠ ସଚେତନପଣିଆ ଏବଂ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ନିଜର ଉତ୍ତମ ଦାୟିତ୍ଵବୋଧକୁ ସାବ୍ୟସ୍ତ କରିପାରିଥିଲେ।
ସେହି କଳା ଦିନକୁ ମନେ ପକେଇ, ଆଜି ଦେଶସାରା ଏହି ଦିନଟିକୁ ଅନେକ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ କଳା ଦିବସ ଭାବେ ପାଳନ କରୁଥିବା କଥା ବଡ଼ ପାଟିରେ କହୁଥିବା ବେଳେ, ସ୍ଵତଃ ମୋ ଭଳି ଆଉ କେତେକଙ୍କ ମନକୁ କେତୋଟି ପ୍ରଶ୍ନ ଭୀଷଣ ଭାବେ ଆନ୍ଦୋଳିତ କରୁଥିବ ନିଶ୍ଚୟ।
ପରବର୍ତ୍ତୀ ଦିନମାନଙ୍କରେ ଯେମିତି ଆମ ଦେଶରେ ବିଭିନ୍ନ କ୍ଷମତାସୀନ ସରକାର ନିଜ ନିଜର ରାଜନୈତିକ ପରାକାଷ୍ଠା ଜାହିର କରିବା ପାଇଁ, ସମସ୍ତ କ୍ଷମତାକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଏବଂ ନିଜର ପ୍ରଭୁତ୍ଵ ବିସ୍ତାର କରିବା ପାଇଁ ଯେଉଁ ଭଳି ଭିନ୍ନ ଭିନ୍ନ ଆକର୍ଷଣୀୟ ରଙ୍ଗରେ ଭିନ୍ନ ଭିନ୍ନ ଢଙ୍ଗରେ ଦିନରାତି ଚେଷ୍ଟା କରୁଛନ୍ତି, ଏହା କ’ଣ ସେଇ “ଜରୁରୀ କାଳୀନ ପରିସ୍ଥିତି” ଠାରୁ କେଉଁ ଗୁଣରେ ଉଣା?
ଜରୁରୀକାଳୀନ ପରିସ୍ଥିତି ମାନେ ବ୍ୟକ୍ତିର ଓ ଅନୁଷ୍ଠାନର ସ୍ଵାଧୀନତା ଛଡ଼େଇ ନେବା, ଏଇଆ ତ? ଅକାରଣରେ ହେଉ ବା କୌଣସି ଯୁକ୍ତି ସଙ୍ଗତ କାରଣ ନଥାଇ କିମ୍ବା ଅନ୍ୟ ବିକଳ୍ପ ଥାଇ ମଧ୍ୟ ସାଧାରଣ ନାଗରିକଙ୍କ ସ୍ଵାଧୀନତା ଉପରେ ବଳପୁର୍ବକ ହସ୍ତକ୍ଷେପ କରିବା, ତାହା ଅର୍ଥନୈତିକ ହେଉ କି ସାମାଜିକ ଅବା ପ୍ରାଶାସନିକ। ଯେତେବେଳେ ଅକାରଣରେ କୌଣସି ସାଧାରଣ ଲୋକ ହଠାତ୍ ନିଜର ସମସ୍ତ ସ୍ଵାଧୀନତା ହରେଇବସେ, ନିଜ କଷ୍ଟ ସଞ୍ଚିତ ସାମାନ୍ୟ ସମ୍ଵଳ ଉପରେ ଅଧିକାର ହରେଇବସେ ଏବଂ ପେଟକୁ ଗଣ୍ଡେ ଖାଦ୍ୟ ଯୋଗାଡ଼ କରିବାପାଇଁ ଅଯଥା କଲବଲ ହୁଏ ଏହାକୁ ଆମେ ବଳପୁର୍ବକ ଅଧିକାର ଛଡ଼େଇନିଆ ଯାଉଛି ବୋଲି ନକହି ଆଉ କ’ଣ କହିବା? ବିଗତ କିଛିବର୍ଷ ଧରି ଆମ ଦେଶରେ ବାରମ୍ବାର ଘଟୁଥିବା ଏଭଳି ଦୁଃଖଦ ଘଟଣା ମାନଙ୍କୁ ଆମେ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ନକହି ଆଉ କ’ଣ କହିବା? ସତରେ ଏହା କେତେ ସାଙ୍ଘାତିକ ନୁହେଁ!
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ସେତେବେଳେ ସେହି ଅନ୍ୟାୟୋଚିତ ଏବଂ ଘୋଷିତ ଜରୁରୀକାଳୀନ ପରିସ୍ଥିତି କାରଣରୁ ଯେତିକି ଜୀବନହାନି ହୋଇଥିବାର ପ୍ରମାଣ ନାହିଁ, ଆଜି କାଲିର ବାରମ୍ବାର ଏଇ ଅଘୋଷିତ ଜରୁରୀକାଳୀନ ପରିସ୍ଥିତିରେ ଅନେକାନେକ ଅସହାୟ ନିରାଶ୍ରୟ ଗରିବ ଲୋକଙ୍କର ଯେ ଅକାଳରେ ଜୀବନ ଚାଲିଯାଉଛି, ସେ ବିଷୟରେ କୌଣସି ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ଆମର ସମ୍ଵେଦନଶୀଳତାର ଅଭାବ ହେଉଛି! ଆମ ଆଖି ଆଗରେ ଘଟିଯାଉଥିବା ଦୁଃଖଦ ଘଟଣା ଦୁର୍ଘଟଣା ପ୍ରତି ଆଖି ବୁଜିଦେଇ ଆମେ ଇତିହାସ ପୄଷ୍ଠାକୁ ଓଲଟେଇ ସମୟକୁ ଅପଚୟ କରୁଛେ ଏବଂ ସେଥିରେ ବେଶୀ ଆନନ୍ଦିତ ହେଉଛ।
ବିଡ଼ମ୍ବନାର କଥା, ଆଜି ଆମେ ଯେଉଁ ମାନେ ନିଜକୁ ଶିକ୍ଷିତ ସଚେତନ ଏବଂ ସଂଗଠିତ ବୋଲି ବଡ଼ ପାଟିରେ ଦାବି କରୁଛେ, ଆମେ ଆମକୁ କେବେ ପଚାରିଛେ କି ୧୯୭୫ ମସିହାର ସେଇ ସଚେତନତା, ସମ୍ଵେଦନଶୀଳତା ଏବଂ ଗଣତନ୍ତ୍ର ତଥା ଦେଶର ସମ୍ଵିଧାନ ପ୍ରତି ଆମର ସେଇ ଦାୟିତ୍ୱବୋଧ ନିଭଉଛେ ତ?
(ସ୍ୱତନ୍ତ୍ର ପ୍ରତିନିଧିଙ୍କ ଯୋଗାଯୋଗ ନଂ 7978394203)
Previous Post

ଆଡ଼ପ ମଣ୍ଡପରେ ମହାବାହୁ

Next Post

କରୋନା ହଟସ୍ପଟ୍ ରୁ ଭୁବନେଶ୍ୱର ବସ୍ତିକୁ ଫେରିଲେ କ୍ୱାରେଣ୍ଟାଇନ୍

Next Post
କରୋନା ହଟସ୍ପଟ୍ ରୁ ଭୁବନେଶ୍ୱର ବସ୍ତିକୁ ଫେରିଲେ କ୍ୱାରେଣ୍ଟାଇନ୍

କରୋନା ହଟସ୍ପଟ୍ ରୁ ଭୁବନେଶ୍ୱର ବସ୍ତିକୁ ଫେରିଲେ କ୍ୱାରେଣ୍ଟାଇନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA